ତେଜୁଛି ଟିକା ବିରୋଧୀ ଆନ୍ଦୋଳନ, ପରିବାର ସହ ଗୁପ୍ତ ସ୍ଥାନକୁ ଗଲେ କାନାଡା ପ୍ରଧାନମନ୍ତ୍ରୀ

ଓଟ୍ଟୱା: ମହାମାରୀ କରୋନା ବିରୋଧରେ ଦିଆଯାଉଥିବା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା ଓ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ କଟକଣା ହଟାଇବା ଦାବିରେ ହାଜାର ହଜାର ଲୋକ କାନାଡାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନ ଦିନକୁ ଦିନ ତେଜୁଥିବା ବେଳେ ଏବେ କାନାଡର ଓଣ୍ଟାରିଓରେ ଥିବା ପାର୍ଲାମେଣ୍ଟ ହିଲ ନିକଟରେ ହାଜର ହଜାର ଲୋକ ଏକାଠି ହେଉଛନ୍ତି। ବିକ୍ଷୋଭକୁ […]

Canada

Hemant Lenka
  • Published: Sunday, 30 January 2022
  • , Updated: 30 January 2022, 01:42 PM IST

ଓଟ୍ଟୱା: ମହାମାରୀ କରୋନା ବିରୋଧରେ ଦିଆଯାଉଥିବା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା ଓ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ କଟକଣା ହଟାଇବା ଦାବିରେ ହାଜାର ହଜାର ଲୋକ କାନାଡାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଏହି ଆନ୍ଦୋଳନ ଦିନକୁ ଦିନ ତେଜୁଥିବା ବେଳେ ଏବେ କାନାଡର ଓଣ୍ଟାରିଓରେ ଥିବା ପାର୍ଲାମେଣ୍ଟ ହିଲ ନିକଟରେ ହାଜର ହଜାର ଲୋକ ଏକାଠି ହେଉଛନ୍ତି। ବିକ୍ଷୋଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପରିବାର ଲୋକଙ୍କୁ ସାଙ୍ଗରେ ଧରି ଗୁପ୍ତ ସ୍ଥାନକୁ ଚାଲି ଯାଇଛନ୍ତି।

[caption id="" align="aligncenter" width="903"] ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଟ୍ରୁଡୋ[/caption]

ମିଳିଥିବା ସୂଚନା ଅନୁଯାୟୀ, ଟିକା ବିରୋଧୀ ଆନ୍ଦୋଳନରେ ଅଧିକାଂଶ ଟ୍ରକ ଡ୍ରାଇଭ ଓ ଯୁବଯୁବତୀମାନେ ସାମିଲ ହୋଇଛନ୍ତି। ସେମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଚାଲିଚାଲି ପାର୍ଲାମେଣ୍ଟ ହିଲ୍‌ ନିକଟରେ ପହଞ୍ଚିଛନ୍ତି। କେବଳ ପାର୍ଲାମେଣ୍ଟ ହିଲ୍ ନୁହେଁ, ବିଭିନ୍ନ ସ୍ଥାନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସେମାନେ ଟିକାକରଣ ବାଧ୍ୟତାମୂଳକ ନିୟମକୁ ବିରୋଧ କରୁଛନ୍ତି। ସେହିପରି ଲୋକଙ୍କ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କଟକଣା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଆନ୍ଦୋଳନକାରୀମାନେ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବାକୁ ବାରମ୍ବାର ଆହ୍ୱାନ ଦେଇ ଚାଲିଛନ୍ତି। ତଥାପି ପୁଲିସ୍ ସମ୍ଭାବ୍ୟ ହିଂସାକାଣ୍ଡ ଆଶଙ୍କାରେ ହାଇଆଲର୍ଟରେ ରହିଛି। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଓ ତାଙ୍କ ପରିବାର Rideau Cottage ଛାଡ଼ି ଦେଇଛନ୍ତି। କାରଣ ସେମାନଙ୍କ ଘର ଠାରୁ ମାତ୍ର ୪ କିମି ଦୂରରେ ଏହି ଆନ୍ଦୋଳନର ମୁଖ୍ୟସ୍ଥଳ ରହିଛି।

କୌଣସି ବି ମୁହୂର୍ତ୍ତରେ ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ଗୁପ୍ତ ସ୍ଥାନକୁ ଚାଲି ଯାଇଥିବା ଜଣାପଡ଼ିଛି। ନିକଟରେ ଟ୍ରୁଡୋଙ୍କ ୩ ପିଲାଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ସେ ସପ୍ତାହ ହେଲା ଆଇସୋଲେସନରେ ଥିଲେ। ଆଇସୋଲେସନ ଅବସ୍ଥାରେ ହିଁ ସେ ପରିବାର ସହ ବାସଭବନ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି।

ଆନ୍ଦୋଳନରେ ସାମିଲ ଥିବା ଟ୍ରକ ଡ୍ରାଇଭରମାନେ ପୂରା ସହରରେ ହର୍ଣ୍ଣ ବଜାଇ ପାର୍ଲାମେଣ୍ଟ ହିଲ୍‌ ଆଡ଼େ ଆସିଥିଲେ। ସେମାନଙ୍କ ସହ ବିଭିନ୍ନ ଯୁବ ସଂଗଠନ ମଧ୍ୟ ସାମିଲ ହୋଇଥିଲେ। ସେମାନେ ସ୍ୱାଧୀନତା ପାଇଁ ଏପରି ବିକ୍ଷୋଭ କରୁଥିବା ପ୍ଲାକାର୍ଡରେ ଉଲ୍ଲେଖ କରିଛନ୍ତି।

ସେହିପରି ସେମାନେ କାନାଡାର ଜାତୀୟ ପତାକା ମଧ୍ୟ ଧରିଛନ୍ତି। ସେମାନେ କେବଳ ଟ୍ରୁଡୋଙ୍କୁ କୋଭିଡ କଟକଣା ହଟାଇବାକୁ କହୁନାହାନ୍ତି ବରଂ ସରକାରଙ୍କ ଅନ୍ୟ ସମସ୍ତଙ୍କ ପ୍ରକାରର ଅବହେଳା ସମ୍ପର୍କରେ ମଧ୍ୟ ନାରାବାଜୀ କରୁଛନ୍ତି। ବିକ୍ଷୋଭ ଯୋଗୁ ପାର୍ଲାମେଣ୍ଟ ବିଲଡିଂର ଚାରିପାଖ ପ୍ଲାକାର୍ଡରେ ଭର୍ତ୍ତି ହୋଇ ଯାଇଛି।

Related story