Advertisment

ଚାଇନା ଏବେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର, ପଛରେ ପଡ଼ିଲା ଆମେରିକା

ବେଜିଂ: ବିଶ୍ୱର ବସ୍ କୁହାଯାଉଥିବା ଆମେରିକା ଏବେ ଚାଇନା ଠାରୁ ସବୁ କ୍ଷେତ୍ରରେ ପଛରେ ପଡ଼ିବାରେ ଲାଗିଛି। ପୂର୍ବରୁ ସାମାରିକ ଶକ୍ତିରେ ଆମେରିକାକୁ ମାତ୍‌ ଦେଇଥିବା ଚାଇନା ଏବେ ସବୁଠାରୁ ଉପଲବ୍ଧି ହାସଲ କରିଛି। ଆମେରିକାକୁ ପଛରେ ପକାଇ ଚାଇନା ବର୍ତ୍ତମାନ ବିଶ୍ୱରୁ ସବୁଠାରୁ ଧନୀ ରାଷ୍ଟ୍ର ହୋଇଯାଇଛି। ବିଗତ ୨୦ ବର୍ଷ ମଧ୍ୟରେ ବିଶ୍ୱର ସମ୍ପତ୍ତି ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ଆଉ ଚାଇନା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ନିଜର ସମ୍ପତ୍ତିକୁ ସବୁଠାରୁ ଅଧିକ […]

ଚାଇନା ଏବେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର, ପଛରେ ପଡ଼ିଲା ଆମେରିକା

Rich

Advertisment

ବେଜିଂ: ବିଶ୍ୱର ବସ୍ କୁହାଯାଉଥିବା ଆମେରିକା ଏବେ ଚାଇନା ଠାରୁ ସବୁ କ୍ଷେତ୍ରରେ ପଛରେ ପଡ଼ିବାରେ ଲାଗିଛି। ପୂର୍ବରୁ ସାମାରିକ ଶକ୍ତିରେ ଆମେରିକାକୁ ମାତ୍‌ ଦେଇଥିବା ଚାଇନା ଏବେ ସବୁଠାରୁ ଉପଲବ୍ଧି ହାସଲ କରିଛି। ଆମେରିକାକୁ ପଛରେ ପକାଇ ଚାଇନା ବର୍ତ୍ତମାନ ବିଶ୍ୱରୁ ସବୁଠାରୁ ଧନୀ ରାଷ୍ଟ୍ର ହୋଇଯାଇଛି।

Advertisment

ବିଗତ ୨୦ ବର୍ଷ ମଧ୍ୟରେ ବିଶ୍ୱର ସମ୍ପତ୍ତି ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ଆଉ ଚାଇନା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ନିଜର ସମ୍ପତ୍ତିକୁ ସବୁଠାରୁ ଅଧିକ ବଢ଼ାଇବାରେ ସଫଳ ହୋଇଇଛି। ୨୦ ବର୍ଷ ଭିତରେ ବଢ଼ିଥିବା ମୋଟ ସମ୍ପତ୍ତିରୁ ଚାଇନାର ଭାଗ ଏକ ତୃତୀୟାଂଶ। ବିଭିନ୍ନ ରାଷ୍ଟ୍ରର ବାଲାନ୍ସ ଶିଟ୍‌ ଉପରେ ନଜର ରଖୁଥିବା ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ମ୍ୟାକକିନସି ଆଣ୍ଡ କମ୍ପାନୀର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଚାଇନା ଏବେ ଦୁନିଆର ସବୁଠାରୁ ଧନୀ ଦେଶରେ ମାନ୍ୟତା ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି। ଏହି ଦୁଇ ଧନୀ ଦେଶରେ ମୋଟ ଜନସଂଖ୍ୟାର ଦଶ ପ୍ରତିଶତ ଲୋକଙ୍କ ପାଖରେ ସବୁଠାରୁ ଅଧିକ ସମ୍ପତ୍ତି ରହିଛି।

Advertisment

ଏହି ଦେଶମାନଙ୍କରେ ଧନୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଫଳରେ ପୂର୍ବରୁ ଧନୀ ଓ ଗରିବ ଦେଶ ମଧ୍ୟରେ ଥିବା ପାର୍ଥକ୍ୟ ଆହୁରି ବଢ଼ି ଯାଇଛି। ସେହିପରି ବିଶ୍ୱର ମୋଟ ଆୟର ୬୦% ଅର୍ଥ କେବଳ ୧୦ ଦେଶ ମଧ୍ୟରେ ସୀମିତ ହୋଇ ରହିଛି।
ପ୍ରଥମ ସ୍ଥାନରେ ଚାଇନା ଥିବା ବେଳେ ଦ୍ୱିତୀୟରେ ଆମେରିକା, ତୃତୀୟରେ ଜର୍ମାନୀ, ୪ର୍ଥରେ ଫ୍ରାନ୍ସ, ୫ମ ବ୍ରିଟେନ, ଷଷ୍ଠରେ କାନାଡା, ୭ମରେ ଅଷ୍ଟ୍ରେଲିଆ, ୮ମରେ ଜାପାନ, ୯ମରେ ମେକ୍ସିକୋ ଓ ୧୦ମରେ ସ୍ୱିଡେନ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୦୦ରେ ବିଶ୍ୱର ମୋଟ ସମ୍ପତ୍ତିର ମୂଲ୍ୟ ୧୫୬ ଟ୍ରିଲିୟନ ଡଲାର ଥିଲା। ୨୦୨୦ ମସିହା ଅର୍ଥାତ୍ ୨୦ ବର୍ଷ ପରେ ଏହା ୫୧୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟ ସୀମାରେ ମଧ୍ୟରେ ଚାଇନାର ସମ୍ପତ୍ତି ୭ ଟ୍ରିଲିୟନରୁ ରେକର୍ଡ ୧୨୦ ଟ୍ରିଲିୟନକୁ ବୃଦ୍ଧି ପାଇଛି। ଆମେରିକାର ସମ୍ପତ୍ତି ଦୁଇ ଗୁଣା ବଢ଼ିଥିଲେ ମଧ୍ୟ ୯୦% ଟ୍ରିଲିୟନରେ ସୀମିତ ରହିଛି।

China Is Now World's Richest Nation, Ahead Of USମ୍ୟାକକିନସି ଗ୍ଲୋବାଲ ଇନଷ୍ଟିଚ୍ୟୁଟର ସହଯୋଗୀ ଜାନ ମିସ୍କେ କହିଛନ୍ତି ବିଶ୍ୱର ସମୁଦାୟ ସମ୍ପତ୍ତିର ୬୮% ସମ୍ପତ୍ତି ରିୟଲି ଷ୍ଟେଟରେ ରହିଛି। ବାକି ସମ୍ପତ୍ତି ଭିତ୍ତିଭୂମି, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ଭାବେ ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe