ଭାରତୀୟ ସୀମା ନିକଟରେ ପ୍ରଥମଥର ବୁଲେଟ ଟ୍ରେନ ଲଞ୍ଚ କଲା ଚାଇନା

ବେଜିଂ: ଚାଇନା ପ୍ରଥମଥର ପାଇଁ ଆଜି ପୂର୍ଣ୍ଣ ବିଦ୍ୟୁତ ଚାଳିତ ବୁଲେଟ ଟ୍ରେନକୁ ତିବ୍ବତରେ କାର୍ଯ୍ୟକାରୀ କରିଛି। ଏହି ବୁଲେଟ ଟ୍ରେନ ପ୍ରୋଭେନସିଆଲ ରାଜଧାନୀ ଲହାସା ଓ ଏନୟିଙ୍ଗଚି ମଧ୍ୟରେ ଚଳାଚଳ କରିବ। ଏହି ଦୁଇ ଅଞ୍ଚଳ ଭାରତର ଅରୁଣାଚଳ ପ୍ରଦେଶ ସୀମାର ନିକଟବର୍ତ୍ତୀ। ତେଣୁ ଚାଇନା ଏଠାରେ ବୁଲେଟ ଟ୍ରେନ ଚଳାଚଳ ଆରମ୍ଭ କରିବା ବେଜିଂର ବିସ୍ତାରବାଦୀ ନୀତିର ଆଉ ଏକ ପ୍ରମାଣ। ଜୁଲାଇ ୧ରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଶତବାର୍ଷିକ। ଏହା […]

Bulet

Hemant Lenka
  • Published: Friday, 25 June 2021
  • , Updated: 25 June 2021, 04:38 PM IST

ବେଜିଂ: ଚାଇନା ପ୍ରଥମଥର ପାଇଁ ଆଜି ପୂର୍ଣ୍ଣ ବିଦ୍ୟୁତ ଚାଳିତ ବୁଲେଟ ଟ୍ରେନକୁ ତିବ୍ବତରେ କାର୍ଯ୍ୟକାରୀ କରିଛି। ଏହି ବୁଲେଟ ଟ୍ରେନ ପ୍ରୋଭେନସିଆଲ ରାଜଧାନୀ ଲହାସା ଓ ଏନୟିଙ୍ଗଚି ମଧ୍ୟରେ ଚଳାଚଳ କରିବ। ଏହି ଦୁଇ ଅଞ୍ଚଳ ଭାରତର ଅରୁଣାଚଳ ପ୍ରଦେଶ ସୀମାର ନିକଟବର୍ତ୍ତୀ। ତେଣୁ ଚାଇନା ଏଠାରେ ବୁଲେଟ ଟ୍ରେନ ଚଳାଚଳ ଆରମ୍ଭ କରିବା ବେଜିଂର ବିସ୍ତାରବାଦୀ ନୀତିର ଆଉ ଏକ ପ୍ରମାଣ।

ଜୁଲାଇ ୧ରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଶତବାର୍ଷିକ। ଏହା ପୂର୍ବରୁ ସିଚୁଆନ-ତିବ୍ବତ ରେଳ ପକ୍ଷରୁ ଲହାସା ଓ ଏନୟିଙ୍ଗଚି ସେକସନ ମଧ୍ୟରେ ଥିବା ୪୩୫.୫ କିମି ରାସ୍ତାରେ ବୁଲେଟ ଟ୍ରେନକୁ ଲଞ୍ଚ କରାଯାଇଛି। ସୂଚନା ଅନୁସାରେ, ଏହା ପ୍ରଥମ ପୂର୍ଣ୍ଣ ବିଦ୍ୟୁତ ଚାଳିତ ବୁଲେଟ ଟ୍ରେନ ଯାହା ତିବ୍ବଦ ସ୍ୱଂୟଚାଳିତ ଅଞ୍ଚଳରେ ଆଜି ସକାଳୁ ଚଳାଚଳ ଆରମ୍ଭ କରିଛି।

ତିବ୍ବତରେ କ୍ୟୁନଘାଇ-ତିବ୍ବଦ ରେଳବାଇ ଏହି ଅଞ୍ଚଳରେ ଟ୍ରେନ ଚଳାଚଳ କରୁଥିଲା। ଏବେ ଦ୍ୱିତୀୟ ରେଲବାଇ ଭାବେ ସିଚୁଆନ-ତବ୍ବତ ଏଠାରେ ସେବା ଆରମ୍ଭ କରିଛନ୍ତି।

ସୀମା ସୁରକ୍ଷା ଓ ସ୍ଥିରତା ପାଇଁ ନଭେମ୍ବର ମାସରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ସିଚୁଆନ-ତିବ୍ବତରେ ଥିବା ଏନୟିଙ୍ଗଚିକୁ ସଂଯୋଗ କରୁଥିବା ଟ୍ରେନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସିଚୁଆନ-ତିବ୍ବତ ରେଳବାଇ ଟ୍ରେନ ଛେଙ୍ଗୁଡୁରୁ ଆରମ୍ଭ ହୋଇ ୟାନ ଓ କ୍ୟୁମାଡୋ ଦେଇ ତିବ୍ବତରେ ପ୍ରବେଶ କରିବ। ଏହାଦ୍ୱାରା ଛେଙ୍ଗୁଡୁରୁ ଲହାସା ମଧ୍ୟରେ ଥିବା ଯାତ୍ରା ସମୟ ୪୮ ଘଣ୍ଟାରୁ ୧୩ ଘଣ୍ଟାକୁ ହ୍ରାସ ପାଇବ। ଏନୟିଙ୍ଗଚି ହେଉଛି ମେଡଗର ଗୋଟିଏ ସହ ଯାହ ସହ ଅରୁଣାଚଳ ସୀମାନ୍ତ ଲାଗିଛି।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶକୁ ଚାଇନାବ ଦକ୍ଷିଣ ତିବ୍ବତର ଗୋଟିଏ ଅଂଶ ବୋଲି ବିବେଚନା କରି ଆସୁଛି। ହେଲେ ଭାରତ ଏହାକୁ ଅଗ୍ରାହ୍ୟ କରିଛି।

Related story