ଚୀନ ରାଷ୍ଟ୍ରପତିଙ୍କୁ ଗୁରୁତର ମସ୍ତିଷ୍କ ରୋଗ

ବେଜିଂ: ଚୀନରେ ପୁଣି ମୁଣ୍ଡ ଟେକିଛି ମହାମାରୀ। କରୋନାରେ କଲବଲ ହେଉଛି ଡ୍ରାଗନ। ଏହାରି ଭିତରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ନେଇ ଆସିଛି ବଡ ଖବର। ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍‌ ରାଷ୍ଟ୍ରପତି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଜିନପିଙ୍ଗକୁ ସେରେବ୍ରଲ ଏନ୍ୟୁରିଜିମ୍ ଭଳି ଗୁରୁତର ରୋଗ ହୋଇଛି। କେବଳ ଏତିକି ନୁହେଁ ଗତବର୍ଷ ଶେଷ ଆଡକୁ ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରିପୋର୍ଟ ମୁତାବକ, […]

xi-jinping

xi-jinping

Madhupriya Mistry
  • Published: Wednesday, 11 May 2022
  • Updated: 11 May 2022, 01:05 PM IST

ବେଜିଂ: ଚୀନରେ ପୁଣି ମୁଣ୍ଡ ଟେକିଛି ମହାମାରୀ। କରୋନାରେ କଲବଲ ହେଉଛି ଡ୍ରାଗନ। ଏହାରି ଭିତରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ନେଇ ଆସିଛି ବଡ ଖବର। ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍‌ ରାଷ୍ଟ୍ରପତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଜିନପିଙ୍ଗକୁ ସେରେବ୍ରଲ ଏନ୍ୟୁରିଜିମ୍ ଭଳି ଗୁରୁତର ରୋଗ ହୋଇଛି। କେବଳ ଏତିକି ନୁହେଁ ଗତବର୍ଷ ଶେଷ ଆଡକୁ ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରିପୋର୍ଟ ମୁତାବକ, ଜିନପିଙ୍ଗ ସର୍ଜରୀ ମାଧ୍ୟମରେ ଭଲ ହେବାକୁ ମନା କରିଦେଇଥିଲେ। ସେ ପାରମ୍ପରିକ ଚୀନ ଔଷଧ ଖାଇ ସୁସ୍ଥ ହେବାକୁ ଉଚିତ ମନେ କରିଥିଲେ।

ଜିନପିଙ୍ଗଙ୍କ ଏହି ରୋଗକୁ ନେଇ ପୂର୍ବରୁ ଆଲୋଚନା ହେଉଥିଲା, କାରଣ ଗତ ବେଜିଂ ୱିଣ୍ଟର ଅଲିମ୍ପକ୍ସ ଚାଲିଥିବା ସମୟରେ ଜିନପିଙ୍ଗ କୌଣସି ଦେଶର ନେତାଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ଇଟାଲି ଗସ୍ତ ସମୟରେ ରାଷ୍ଟ୍ରପତି ଜିନପିଙ୍ଗ ବ୍ୟସ୍ତ ମନେ ହେଉଥିଲେ।

ଏହି ସମୟରେ ତାଙ୍କୁ ଚାଲିବାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଫ୍ରାନ୍ସ ଗସ୍ତ ସମୟରେ ତାଙ୍କୁ ବସିବା ପାଇଁ ଅନ୍ୟର ସାହାଯ୍ୟ ଆବଶ୍ୟକ ପଡୁଥିଲା। ୨୦୨୦ରେ ଚୀନର ଶେନଝେନରେ ଅନୁଷ୍ଠିତ ର୍ୟାଲିରେ ସେ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ ଏବଂ ଧୀମା ସ୍ୱରରେ ଭାଷଣ ଦେଉଥିଲେ। ଏସବୁ ଦେଖିବା ପରେ ସେ ସୁସ୍ଥ ନଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ସେରେବ୍ରଲ ଏନ୍ୟୁରିଜିମ୍ କ’ଣ?

ସେରେବ୍ରଲ ଏନ୍ୟୁରିଜିମ୍ ବା ବ୍ରେନ୍‌ ଏନ୍ୟୁରିଜିମ୍। ଏହା ଏକ ଗୁରୁତର ମସ୍ତିଷ୍କ ରୋଗ। ଏହା ବ୍ରେନର ଯେକୌଣସି ଭାଗରେ ହୋଇପାରେ। ଯେକୌଣସି ବୟସର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ହେଲେ ୫୦ ବର୍ଷ ପରର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି। ଏହି ରୋଗରେ ରୋଗୀଙ୍କୁ ଷ୍ଟ୍ରୋକ୍, କୋମା ଏପରିକି ମୃତୁ ବି ହୋଇପାରେ। ହାଇ ବ୍ଲଡ ପ୍ରେସର, ଜେନେଟିକାଲ ନର୍ଭସ ସିଷ୍ଟମ ଦୁର୍ବଳ ହେବା , ମସ୍ତିଷ୍କରେ ସଂକ୍ରମଣ ଥିବା ବ୍ୟକ୍ତିଙ୍କୁ ଏହି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ବିଶେଷଜ୍ଞମାନେ କୁହନ୍ତି ।

ଏହି ରୋଗ ହେବା ଦ୍ୱାରା ରୋଗୀଙ୍କ ମସ୍ତିଷ୍କର ରକ୍ତବାହୀ ବା ଧମନୀ ଫୁଲିବା ଆରମ୍ଭ କରେ ଏବଂ ଏଥିରେ ରକ୍ତ ଭରିଯାଏ। ଏହି ଧମନୀଗୁଡିକ ଗୋଲାକାର ବେଲୁନ୍ ପରି ହୋଇଯାଏ ଏବଂ ସେଗୁଡିକ ଫାଟିଯିବା ବିପଦ ଥାଏ। ଏହା ମସ୍ତିଷ୍କର ଧମନୀକୁ ଦୁର୍ବଳ କରିଦିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos