ଘର ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ରକ୍ତଭିଜା କପଡ଼ା ପିନ୍ଧି ଗଭୀର ନିଦ୍ରାରେ ମହିଳା

କରାଚି: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଫ୍ଲାଟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଜଣେ ମହିଳା ଏହା ମଧ୍ୟରେ ଗଭୀର ନିଦରେ ଶୋଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ୍‌ ଉକ୍ତ ଫ୍ଲାଟକୁ ଖୋଲିବା କ୍ଷଣି ଏପରି ଦୃଶ୍ୟ ଦେଖିବାକୁ ପାଇଥିଲା। ପାକିସ୍ତାନର କରାଚିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁଲିସ୍‌ ଉକ୍ତ ମହିଳାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରି […]

Flat

Hemant Lenka
  • Published: Saturday, 11 December 2021
  • , Updated: 11 December 2021, 01:13 PM IST

କରାଚି: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଫ୍ଲାଟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଜଣେ ମହିଳା ଏହା ମଧ୍ୟରେ ଗଭୀର ନିଦରେ ଶୋଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୁଲିସ୍‌ ଉକ୍ତ ଫ୍ଲାଟକୁ ଖୋଲିବା କ୍ଷଣି ଏପରି ଦୃଶ୍ୟ ଦେଖିବାକୁ ପାଇଥିଲା। ପାକିସ୍ତାନର କରାଚିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁଲିସ୍‌ ଉକ୍ତ ମହିଳାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ବରିଷ୍ଠ ପୁଲିସ୍‌ ଅଧିକାରୀ ଜୁବେର ନାଜୀର ଶେଖ କହିଛନ୍ତି, “ଆମେ ଗୋଟିଏ ଫୋନ କଲ୍‌ ପାଇଥିଲୁ। ସଦ୍ଦାର ଅଞ୍ଚଳରେ ଥିବା ଗୋଟିଏ ପୁରୁଣା ବିଲଡିଂ ନିକଟରେ ଜଣେ ବ୍ୟକ୍ତିଙ୍କ ଶରୀର କିଛି ଅଂଶ ପଡ଼ିଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ ଟିମ୍‌ ଉକ୍ତ ଫ୍ଲାଟରେ ପହଞ୍ଚି କବାଟ ଖୋଲିଥିଲା।

କବାଟ ଖୋଲିଲା ବେଳକୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘରର ଚାରିଆଡ଼େ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡ଼ିଥିବା ବେଳେ ଜଣେ ମହିଳା ସେହି ରକ୍ତ ଭିଜା ଘରେ ଗଭୀର ନିଦରେ ଶୋଇଥିଲେ। ପୁଲିସ୍‌ ଘରେ ଶୋଇଥିବା ୪୫ ବର୍ଷୀୟ ମହିଳାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଛି।

ହତ୍ୟାର ପ୍ରକୃତ କାରଣ କିମ୍ବା ଘଟଣାର ତାରିଖ ଜଣାପଡ଼ିନି। କିନ୍ତୁ ଚଳିତ ସପ୍ତାହରେ ହିଁ ଏହା ଘଟିଥିବା ଅନୁମାନ କରାଯାଉଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି।”

ପୁଲିସ୍‌ ଘଟଣା ସ୍ଥଳରୁ ମହିଳାଙ୍କ ରକ୍ତ ଭିଜା କପଡ଼ା ଓ ଶରୀରକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ବ୍ୟବହୃତ ହୋଇଥିବା ଛୁରୀ, ହାତୁଡ଼ି ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି। ପୁଲିସ୍‌ ମହିଳାଙ୍କୁ ପଚାରାଉଚରା କରିବା ପରେ ପ୍ରଥମେ ସେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କ ସ୍ୱାମୀ ମହମ୍ମଦ ଶୋହାଲି ବୋଲି କହିଥିଲେ।

କିନ୍ତୁ ପରେ ଉଭୟଙ୍କ ବିବାହ ହୋଇ ନଥିବା କହିଥିଲେ। ସେହିପରି ମହମ୍ମଦ ମହିଳାଙ୍କ ଭିଣୋଇ ବୋଲି ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଛି। ମହିଳା ଜଣଙ୍କ ପ୍ରବଳ ନିଶାରେ ଥିବାରୁ ପୁଲିସ୍‌ ତାଙ୍କୁ ଅଧିକ ପଚରାଉଚରା କରିନାହିଁ। ପରବର୍ତ୍ତୀ ଅବସ୍ଥାରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Related story