କ୍ରାଶ ହୋଇଗଲା ବିମାନ, ବାପା’ମା ଓ ପୁଅ ସମେତ ୯ ମୃତ

ସାଣ୍ଟୋ ଡୋମିନଗୋ: ଡୋମିନିକାନ୍ ରିପବ୍ଲିକର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଗୋଟିଏ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲାସ୍ ଆମେରିକାସ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଥିବା ଗୋଟିଏ ଘରୋଇ ଯାତ୍ରୀବାହୀ ବିମାନ କ୍ରାଶ କରିଯାଇଛି। ଫଳରେ ବିମାନରେ ଥିବା ୯ ଜଣ ଲୋକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କାରବିୟାନ ଦ୍ୱୀପ Puerto Rican ମ୍ୟୁଜିକ ପ୍ରଯୋଜକ ଫ୍ଲୋ ଲା ମୁଭିଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ରହିଛନ୍ତି। ଲାସ ଆମେରିକାସ ଏୟାରପୋର୍ଟରେ […]

Plane

Hemant Lenka
  • Published: Thursday, 16 December 2021
  • , Updated: 16 December 2021, 08:35 AM IST

ସାଣ୍ଟୋ ଡୋମିନଗୋ: ଡୋମିନିକାନ୍ ରିପବ୍ଲିକର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଗୋଟିଏ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲାସ୍ ଆମେରିକାସ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଥିବା ଗୋଟିଏ ଘରୋଇ ଯାତ୍ରୀବାହୀ ବିମାନ କ୍ରାଶ କରିଯାଇଛି।

ଫଳରେ ବିମାନରେ ଥିବା ୯ ଜଣ ଲୋକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କାରବିୟାନ ଦ୍ୱୀପ Puerto Rican ମ୍ୟୁଜିକ ପ୍ରଯୋଜକ ଫ୍ଲୋ ଲା ମୁଭିଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ରହିଛନ୍ତି। ଲାସ ଆମେରିକାସ ଏୟାରପୋର୍ଟରେ କ୍ରାଶ ହୋଇଥିବା ବିମାନଟି ମିଆମି ଅଭିମୁଖେ ଯିବାର ଥିଲା। ଏଥିରେ ୨ ଜଣ କ୍ରୁ ସଦସ୍ୟ ଓ ୭ ଜଣ ଯାତ୍ରୀ ଥିଲେ। ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଡୋମିନିକାନର ନାଗରିକ ହୋଇଥିବା ବେଳେ ଅନ୍ୟମାନେ ବିଦେଶ ରାଷ୍ଟ୍ରର ଲୋକ।

ଉଡ଼ାଣ ଭରିବାର ୧୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏଥିପାଇଁ ବିମାନର ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ବିମାନକୁ ଲ୍ୟାଣ୍ଡ କରାଉଥିଲେ ହେଁ ହଠାତ୍‌ ଏହାକୁ କ୍ରାଶ କରି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଘଟଣା ସ୍ଥଳରେ ହିଁ ଏହା ମଧ୍ୟରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି।

ବିମାନ ଅପରେଟର ହେଲିଡୋସା ଆଭିଏସନ ଗ୍ରୁପ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ ଗୋଟିଏ ବିବୃତିରେ କହିଛି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜୋସ ଆଞ୍ଜେଲ ହେରନାନଡେଜ ଓ ଦେବିଇ ଭୋନ ଜିମନେଞ୍ଜେ ଗାରସିଆ ରହିଛନ୍ତି। ହେରନାନଡେଜ ଫ୍ଲୋ ଲା ମୁଭି ନାଁରେ ଗୀତ ତିଆରି କରନ୍ତି। ଗାରସିଆ ହେଉଛି ତାଙ୍କ ପତ୍ନୀ। ମୃତକଙ୍କ ମଧ୍ୟରେ ହେରାନନଡିଜଙ୍କ ପୁଅ ଜାୟଦେନ ମଧ୍ୟ ଥିବା ଜଣାପଡ଼ିଛି।

Related story