Advertisment

ତାଲିବାନୀଙ୍କ ସହ କ'ଣ କଥା ହୋଇଥିଲେ, ଟ୍ରମ୍ପ କହିଲେ 'ମନ୍ କୀ ବାତ୍'

ନ୍ୟୁୟର୍କ: ଆଫଗାନିସ୍ତାନରେ ଦେଖାଦେଇଥିବା ହିଂସାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ସେନା ପ୍ରତ୍ୟାହାର ଆରମ୍ଭ କରିବା ମାତ୍ରେ ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଛି। ଏହାରି ଭିତରେ ଆମେରିକାରେ ଶାସକ ଏବଂ ବିରୋଧୀ ତୁ ମେଁ ମେଁ ହୋଇଛନ୍ତି। ଆମେରିକା ଯେଉଁ ଭଳି ସେନା ପ୍ରତ୍ୟାହାର କଲା ତାକୁ ଟ୍ରମ୍ପ ସମାଲୋଚନା କରିଥିବା ବେଳେ ବାଇଡେନ ପାଲଟା ଅଭିଯୋଗ ଆଣି କହିଛନ୍ତି ଏହା ଟ୍ରମ୍ପ ସରକାରର ନିଷ୍ପତ୍ତି। ଏହାରି ଭିତରେ ଟ୍ରମ୍ପ ଏକ ରେଡିଓ କାର୍ଯ୍ୟକ୍ରମ […]

ଅଦ୍ୟତନ ହୋଇଛି
ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

trump

Advertisment

ନ୍ୟୁୟର୍କ: ଆଫଗାନିସ୍ତାନରେ ଦେଖାଦେଇଥିବା ହିଂସାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ସେନା ପ୍ରତ୍ୟାହାର ଆରମ୍ଭ କରିବା ମାତ୍ରେ ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଛି। ଏହାରି ଭିତରେ ଆମେରିକାରେ ଶାସକ ଏବଂ ବିରୋଧୀ ତୁ ମେଁ ମେଁ ହୋଇଛନ୍ତି। ଆମେରିକା ଯେଉଁ ଭଳି ସେନା ପ୍ରତ୍ୟାହାର କଲା ତାକୁ ଟ୍ରମ୍ପ ସମାଲୋଚନା କରିଥିବା ବେଳେ ବାଇଡେନ ପାଲଟା ଅଭିଯୋଗ ଆଣି କହିଛନ୍ତି ଏହା ଟ୍ରମ୍ପ ସରକାରର ନିଷ୍ପତ୍ତି। ଏହାରି ଭିତରେ ଟ୍ରମ୍ପ ଏକ ରେଡିଓ କାର୍ଯ୍ୟକ୍ରମ ଜରିଆରେ ସେ ରାଷ୍ଟ୍ରପତି ଥିବା ବେଳେ ତାଲିବାନଙ୍କ ସହ କଣ କଥା ହୋଇଥିଲେ କହିଛନ୍ତି।

Advertisment

ତାଲିବାନର କେଉଁ ପ୍ରମୁଖ ନେତାଙ୍କ ସହ ସେ ଆଲୋଚନା କରିଥିଲେ ଟ୍ରମ୍ପ ତାଙ୍କ ନାମକୁ ମନେ ପକାଇ ପାରିନଥିଲେ। କିନ୍ତୁ ରେଡିଓର ଆରଜେ ଯେତେବେଳେ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବାରାଦାରଙ୍କ ସହ କଥା ହୋଇଥିଲେ କି ଜବାବରେ ଟ୍ରମ୍ପ ହଁ ବୋଲି କହିଥିଲେ। ୨୬ ଅଗଷ୍ଟ ଦିନ ଟ୍ରମ୍ପ ଏକ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇ ତାଲିବାନଙ୍କ ସହ ସେ କଣ କଥା ହୋଇଥିଲେ ମନେ ପକାଇ ସମସ୍ତ କଥା କହିଛନ୍ତି। ତାଲିବାନର ସହ-ପ୍ରତିଷ୍ଠାତା ତଥା ଉପ ନେତା ହେଉଛନ୍ତି ମଲ୍ଲିକା ଅବଦୁଲ ଘନି ବାରାଦର। ଏହି ସଂଗଠନର ନେତା ହେଉଛନ୍ତି ହିବଟୋଲ୍ଲା ଅଖଣ୍ଡଜଡା।

ଟ୍ରମ୍ପ କହିଛନ୍ତି ଯେ ସେ ମୁଲ୍ଲା ବାରାଦରଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯଦି ଆମେରିକା ତାଲିବାନ ଦ୍ୱାରା କ୍ଷତିଗ୍ରସ୍ତ ହୁଏ, ତେବେ ସେ ତାଲିବାନକୁ ଏପରି ଜବାବ ଦେବେ ଯାହା ଆଜି ପର୍ଯ୍ୟନ୍ତ ବିଶ୍ୱ ଇତିହାସରେ କେବେ ଘଟିନଥିବ। ଦୀର୍ଘ ସମୟ ଧରି ଏହି ବାର୍ତ୍ତାଳପ ହୋଇଥିଲା। ଆମେ ୨୧ ବର୍ଷ ପରେ (ଆଫଗାନିସ୍ତାନ) ଛାଡିବାକୁ ଯାଉଛୁ। ଯେତେବେଳେ ଆମେ ତାଲିବାନଙ୍କୁ ଛାଡିଦେବୁ ଆମେ ସ୍ୱଦେଶ ଫେରି ଆସିବୁ। ଆମେ ସମ୍ମାନ ଏବଂ ଗର୍ବର ସହ ଆଫଗାନିସ୍ତାନ ଛାଡିଦେବୁ। ମେ ୧, ୨୦୨୧ ସୁଦ୍ଧା ଆଫଗାନିିସ୍ତାନ ଛାଡ଼ିବୁ ବୋଲି ସର୍ତ୍ତ ରଖିଥିଲୁ। ଆଲୋଚନାରେ ସେ କହିଥିଲେ ଯେ ଆମେ ମେ ୧ ପୂର୍ବରୁ ଆଫଗାନିସ୍ତାନ ଛାଡ଼ିବେ ନାହିଁ। କିନ୍ତୁ ତାଲିବାନ ସର୍ତ୍ତ ଭାଙ୍ଗିଲେ ଆମେ କଡ଼ା ଜବାବ ଦେବୁ।

Advertisment

ଏହାପରେ ରେଡିଓ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ତାଲିବାନ ମାନେ ଆଫଗାନିସ୍ତାନର ସେହି ପ୍ରାନ୍ତରୁ କବଜା ଆରମ୍ଭ କରିଛନ୍ତି ଯେଉଁଠି ଆମେ ତାଲିବାନଙ୍କୁ ଛାଡ଼ିଥିଲୁ। ମୁଁ ଯେତେବେଳେ ସେହି ସ୍ଥାନକୁ ଯାଇଥିଲି ସେହି ସ୍ଥାନରେ ସେତେବେଳେ ବୋମା ବିସ୍ଫୋରଣ ଆଦି ହିଂସା ହୋଇଥିଲା। ସେମାନେ ସେତେବେଳେ ମୋ ଗସ୍ତକୁ ବିରୋଧ କରି ଏପରି କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ସେ ଆଉ ଜଣଙ୍କୁ ରାଷ୍ଟ୍ରପତି କରିବାକୁ ଦାବି କରୁଥିଲେ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବ। ୨୦୨୦ ମସିହାରେ ଏପରି ଆକଳନ କରି ସେତେବେଳର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଲିବାନ ସହ ଆଲୋଚନା କରିଥିଲେ। ଶାନ୍ତିକୁ ଅଗ୍ରାଧିକାର ଦିଆଯାଇ ଏହି ବୈଠକରେ ତାଲିବାନ ନେତା ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏବେ (୨୦୨୧) ଆମେରିକା ଯେତେବେଳେ ସେନା ପ୍ରତ୍ୟାହାର କରିବ ବୋଲି ଘୋଷଣା କଲା ସେତେବେଳଠୁ ଆଫଗାନିସ୍ତାନରେ ହିଂସା ଦେଖିବାକୁ ମିଳିଛି। ତେଣୁ ଆମେରିକା କହିଛି ଯେ ଦୋହାରେ ତାଲିବାନ ଆଲୋଚନା କରିବା ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ସେ ପାଳନ କରି ନାହିଁ। ଅନ୍ୟପଟେ ହିଂସା ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଘେରିଛନ୍ତି। ଟ୍ରମ୍ପ କହିଛନ୍ତି ସେନା ପ୍ରତ୍ୟାହାର କରିବା ପୂର୍ବରୁ ପ୍ରଥମେ ଆମେରିକା ନାଗରିକଙ୍କୁ ଉଦ୍ଧାର କରିବାର ଥିଲା। ସେହିପରି ଉଦ୍ଧାର ପ୍ରକ୍ରିୟା ପାଇଁ ଗୋଟିଏ ରଣନୀତି ପ୍ରସ୍ତୁତ ହେବାର ଥିଲା। ଯାହା ବାଇଡେନ ସରକାର କରି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe