ସାଉଦି ଆରବ ଏୟାରପୋର୍ଟରେ ଡ୍ରୋନ୍‌ ଷ୍ଟ୍ରାଇକ

ଦୁବାଇ: ସାଉଦି ଆରବର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ ଏୟାରପୋର୍ଟ ଉପରେ ଆଜି ହଠାତ୍‌ ଡ୍ରୋନ୍‌ ଷ୍ଟ୍ରାଇକ୍‌ ହୋଇଛି। ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଆସିନାହିଁ। ତେବେ ଏହି ହମଲାରେ ୮ ଜଣ ଆହତ ହୋଇଥିବା ବେଳେ ଏୟାରପୋର୍ଟରେ ଥିବା ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏଯାଏ କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଅବହା ଏୟାରପୋର୍ଟରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଡ୍ରୋନ ଷ୍ଟ୍ରାଇକ […]

Drone

Drone

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 03:58 PM IST

Sports

Latest News

ଦୁବାଇ: ସାଉଦି ଆରବର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ ଏୟାରପୋର୍ଟ ଉପରେ ଆଜି ହଠାତ୍‌ ଡ୍ରୋନ୍‌ ଷ୍ଟ୍ରାଇକ୍‌ ହୋଇଛି। ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଆସିନାହିଁ। ତେବେ ଏହି ହମଲାରେ ୮ ଜଣ ଆହତ ହୋଇଥିବା ବେଳେ ଏୟାରପୋର୍ଟରେ ଥିବା ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି।

ଏଯାଏ କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଅବହା ଏୟାରପୋର୍ଟରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଡ୍ରୋନ ଷ୍ଟ୍ରାଇକ ଘଟଣା ଘଟିଛି। ଏହାପୂର୍ବରୁ ଡ୍ରୋନ୍‌ ଷ୍ଟ୍ରାଇକ ଉଦ୍ୟମ ହୋଇଥିଲା। ତେବେ ସାଉଦି ସେନା ହମଲା ପୂର୍ବରୁ ଡ୍ରୋନ୍‌କୁ ଠାବ କରି ଏହାକୁ ଗୁଳି କରି ଖସାଇ ଦେବାକୁ ସକ୍ଷମ ହୋଇଥିଲା।

ସାଉଦି ମିଳିଟାରୀ ପକ୍ଷରୁ ଆକ୍ରମଣ ପଛର କାରଣ କିଛି ବି କୁହାଯାଇନାହିଁ। କିନ୍ତୁ ଘଟଣାର ତଦନ୍ତ କରାଯାଉଥିବା କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୫ରୁ ସାଉଦି ନେତୃତ୍ୱାଧିନ ମିଳିତ ସେନା ବାହିନୀ ସହ ୟେମେନ ଇହୁଦି ବିଦ୍ରୋହୀମାନେ ଲଢ଼େଇ କରୁଛନ୍ତି। ବିଦ୍ରୋହୀ ଇହୁଦିମାନେ ବାରମ୍ବାର ସାଉଦିର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆକ୍ରମଣ କରିବାର ନଜିର ରହିଛି।

ଏହାବାଦ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ତୈଳ ବିଶୋଧନାଗାର ଉପରେ ସେମାନେ ଆକ୍ରମଣ କରିଥିଲେ। ତେଣୁ ଏହି ଡ୍ରୋନ୍‌ ଷ୍ଟ୍ରାଇବ ପଛରେ ବିଦ୍ରୋହୀଙ୍କ ହାତ ରହିଥିବା ଆଶଙ୍କା କରାଯାଉଛି। ଆଜିର ଡ୍ରୋନ୍‌ ଷ୍ଟ୍ରାଇକ ପରେ ଅସ୍ଥାୟୀ ଭାବେ ଏୟାରପୋର୍ଟରେ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos