କାବୁଲ ମସ୍‌ଜିଦ ନିକଟରେ ଭୟଙ୍କର ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ। ମସଜିଦ ନିକଟରେ ବୋମା ବିସ୍ଫୋରଣ ହେଇଛି। ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଥିବା ଜଣାପଡିଛି। ଏନେଇ ତାଲିବାନ ସୂଚନା ଦେଇଛି। ତେବେ ବର୍ତ୍ତମାନ ଯାଏଁ ଆକ୍ରମଣ ପଛରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ। କୁହାଯାଉଛି ଯେ ଆଇଏସ୍‌ଆଇଏସ୍‌-କେ ତଥା ଇସଲାମିକ-ଷ୍ଟେଟ୍‌-ଖୁରାସନ ଏହି ଆକ୍ରମଣ କରିଥାଇ ପାରେ। ଏହା ହେଉଛି ବିଶ୍ୱ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ଆଫଗାନିସ୍ତାନ ଶାଖା। ଆଇଏସଆଇଏସ ତାଲିବାନର ଜଣେ […]

Kabul Blast

Madhupriya Mistry
  • Published: Sunday, 03 October 2021
  • , Updated: 03 October 2021, 06:11 PM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ। ମସଜିଦ ନିକଟରେ ବୋମା ବିସ୍ଫୋରଣ ହେଇଛି। ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଥିବା ଜଣାପଡିଛି। ଏନେଇ ତାଲିବାନ ସୂଚନା ଦେଇଛି।

ତେବେ ବର୍ତ୍ତମାନ ଯାଏଁ ଆକ୍ରମଣ ପଛରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ। କୁହାଯାଉଛି ଯେ ଆଇଏସ୍‌ଆଇଏସ୍‌-କେ ତଥା ଇସଲାମିକ-ଷ୍ଟେଟ୍‌-ଖୁରାସନ ଏହି ଆକ୍ରମଣ କରିଥାଇ ପାରେ। ଏହା ହେଉଛି ବିଶ୍ୱ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ଆଫଗାନିସ୍ତାନ ଶାଖା। ଆଇଏସଆଇଏସ ତାଲିବାନର ଜଣେ ଶତ୍ରୁ ଭାବରେ ପରିଚିତ। ଯିଏ ଲଗାତର ଭାବେ ତାଲିବାନ ବିରୁଦ୍ଧରେ ଆକ୍ରମଣ କରୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ବାହାରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ବହୁ ସଂଖ୍ୟକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ୍ ଟ୍ୱିଟ୍ କରି କହିଛନ୍ତି ଯେ, 'କାବୁଲର ଇଦ୍‌ଗାହ ମସଜିଦ ପ୍ରବେଶ ଦ୍ୱାର ନିକଟରେ ଏହି ବିସ୍ଫୋରଣ ଘଟିଛି। ମୁଜାହିଦ୍‌ଙ୍କ ମା ପାଇଁ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା, ଗତ ସପ୍ତାହରେ ମୁଜାହିଦ୍‌ଙ୍କ ମା'ଙ୍କର ମୃତ୍ୟୁ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ସମ୍ପର୍କୀୟ ଏବଂ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।'

ଜଣେ ଦୋକାନୀ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ବିସ୍ଫୋରଣ ପରେ ସେ ଗୁଳିର ଶବ୍ଦ ମଧ୍ୟ ଶୁଣିଛନ୍ତି। ବିସ୍ଫୋରଣ ପୂର୍ବରୁ ତାଲିବାନ ପ୍ରାର୍ଥନା ସଭା ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଏହି ଆକ୍ରମଣରେ କେତେ ଜଣଙ୍କର ମୃତ୍ୟୁ ଘଟିଛି ସେନେଇ ତାଲିବାନ ସରକାର କିଛି କହି ନାହାଁନ୍ତି। ବିସ୍ଫୋରଣ ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ କାବୁଲର ଜରୁରୀକାଳୀନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ଘଟଣା ପରେ ଉକ୍ତ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

Related story