ଏଲନ ମସ୍କଙ୍କ ସମେତ ୫୦୦ ଧନୀଙ୍କ ସମ୍ପତ୍ତି ୧.୪ ଟ୍ରିଲୟନ ଡଲାର ଖସିଲା

ୱାଶିଂଟନ: ଚଳିତ ବର୍ଷର ପ୍ରଥମ ୬ ମାସରେ ବ୍ୟାପକ କ୍ଷତି ସହିଛନ୍ତି ବିଶ୍ୱର ଅଧିକାଂଶ ଧନୀ ବ୍ୟକ୍ତି। ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଆରମ୍ଭ କରି ଜେଫ ବେଜୋସ ଓ ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ହଠାତ୍ ହ୍ରାସ ପାଇଛି। ମୋଟ ଉପରେ ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ୧.୪ ଟ୍ରିଲୟନ ଡଲାରର କ୍ଷତି ସହିଛନ୍ତି। ଏହାର ଅର୍ଥ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ […]

musk

musk

Hemant Lenka
  • Published: Saturday, 02 July 2022
  • Updated: 02 July 2022, 09:42 AM IST

Sports

Latest News

ୱାଶିଂଟନ: ଚଳିତ ବର୍ଷର ପ୍ରଥମ ୬ ମାସରେ ବ୍ୟାପକ କ୍ଷତି ସହିଛନ୍ତି ବିଶ୍ୱର ଅଧିକାଂଶ ଧନୀ ବ୍ୟକ୍ତି। ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଆରମ୍ଭ କରି ଜେଫ ବେଜୋସ ଓ ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ହଠାତ୍ ହ୍ରାସ ପାଇଛି। ମୋଟ ଉପରେ ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ୧.୪ ଟ୍ରିଲୟନ ଡଲାରର କ୍ଷତି ସହିଛନ୍ତି। ଏହାର ଅର୍ଥ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ ପାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମସ୍କଙ୍କ ସମ୍ପତ୍ତି ପ୍ରାୟ ୬୨ ବିଲିୟନ ଡଲାର ହ୍ରାସ ପାଇଛି। ସେହିପରି ଆମଜନ ପ୍ରତିଷ୍ଠାତା ଜେଫ ବେଜୋସ ମଧ୍ୟ ୬୩ ବିଲିୟନ ଡଲାରର କ୍ଷତି ସହିଛନ୍ତି। ମେଟାର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଛି। ଏହିପରି ଭାବେ ବିଶ୍ୱରର ୫୦୦ ଜଣ ଧନୀ ବ୍ୟକ୍ତି ୨୦୨୨ର ପ୍ରଥମ ୬ ମାସ ଅର୍ଥାତ ଜାନୁଆରୀରୁ ଜୁନ୍ ମଧ୍ୟରେ ମୋଟ ୧.୪ ଟ୍ରିଲିୟନ ଡଲାରର କ୍ଷତି ସହିଛନ୍ତି। ପ୍ରଥମଥର ପାଇଁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏପରି ହ୍ରାସ ଦେଖିବାକୁ ମିଳିଛି।

ଟେକ୍ନିକାଲ କମ୍ପାନୀ ଠାରୁ ଆରମ୍ଭ କରି କ୍ରିପ୍ଟୋକରେନ୍ସିର ମୂଲ୍ୟ ଏବେ ହ୍ରାସ ପାଉଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତିକ ଅଭିବୃଦ୍ଧି କରୋନାର ପରବର୍ତ୍ତୀ ସମୟରେ ସେତାଟା ଆଖି ଦୃଶିଆ ହୋଇନି। ଏହାବାଦ ମୁଦ୍ରାସ୍ଫୀତି ମଧ୍ୟ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହ୍ରାସ ହେବାର ଆଉ ଏକ କାରଣ।

ଏହି ସମୟରେ ମସ୍କଙ୍କ ଟେସଲା ଆଇଏନସି ସବୁଠାରୁ ଅଧିକ କ୍ଷତି ସହିଛି। ଆମାଜନର ମଧ୍ୟ ଆଖି ଦୃଶିଆ କ୍ଷତି ହୋଇଛି। ସମ୍ପତ୍ତି ହ୍ରାସ ସତ୍ତ୍ୱେ ମସ୍କ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦୮.୫ ବିଲିୟନ ଡଲାର। ଆମାଜନର ମାଲିକ ବେଜୋସ୍ ୧୨୯.୬ ବିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଫ୍ରାନ୍ସର ସବୁଠାରୁ ଧନୀ ବ୍ୟକ୍ତି ବେର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତିର ମୂଲ୍ୟ ୧୨୮.୭ ବିଲିୟନ ଡଲାର। ସେ ବିଶ୍ୱ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ଥିବା ବିଲ ଗେଟ୍ସଙ୍କ ସମ୍ପତ୍ତିର ମୂଲ୍ୟ ୧୧୪.୮ ବିଲିୟନ ଡଲାର। ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ରଖିଥିବା ତାଲିକାରେ ଏହି ୪ ଜଣ ବ୍ୟକ୍ତି ହିଁ ଅଛନ୍ତି।

ବର୍ଷ ଆରମ୍ଭରୁ ୧୦ ଜଣଙ୍କର ସମ୍ପତ୍ତି ୧୦୦ ବିଲିୟନ ଡଲାର ଉପରେ ରହିଥିଲା ଏମାନଙ୍କ ମଧ୍ୟରେ ଜୁକରବର୍ଗ ମଧ୍ୟ ଥିଲେ। ହେଲେ ଏବେ ସେ ୬୦ ବିଲିୟନ ଡଲାରର ସମ୍ପତ୍ତି ସହ ୧୭ତମ ସ୍ଥାନକୁ ଖସି ଯାଇଛନ୍ତି। ଜାନୁଆରୀ ମାସରେ ୯୬ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱ ଧନୀ ତାଲିକାରେ ସାମିଲ ହୋଇଥିବା କ୍ରିପ୍ଟୋ ପ୍ରତିଷ୍ଠାତା ଚାଙ୍ଗପେଙ୍ଗ ଜାଓଙ୍କ ବ୍ୟାପକ କ୍ଷତି ହୋଇଛି। ସେ ପ୍ରାୟ ୮୦ ବିଲିୟନ ଡଲାରର କ୍ଷତି ସହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story