ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର, କଦଳୀ କେଜି ୩,୩୦୦ ଟଙ୍କା

ପୋଙ୍ଗାୟାଙ୍ଗ: ଉତ୍ତର କୋରିଆରେ ଘୋର ଖାଦ୍ୟାଭାବ ଦେଖାଯାଇଛି। ଦେଶରେ ଜରୁରୀ ଖାଦ୍ୟ ସାମଗ୍ରୀଗୁଡ଼ିକ ଦାମ ହଠାତ୍‌ ବଢ଼ି ଯିବାରୁ ସାଧାରଣ ଲୋକ ଆଉଟ ପାଉଟ ହେବାରେ ଲାଗିଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଖାଦ୍ୟ ସଙ୍କଟକୁ ସ୍ୱୀକାର କରିବା ସହ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ମଧ୍ୟ କହିଛନ୍ତି। ଲୋକଙ୍କ ଖାଦ୍ୟାଭାବ ବର୍ତ୍ତମାନ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଚାଷ କ୍ଷେତ୍ରଗୁଡ଼ିକ ଯୋଜନା ଅନୁସାରେ ଉତ୍ପାଦନ କରିବାରେ ବିଫଳ ହୋଇଛନ୍ତି। ଗତବର୍ଷ ହୋଇଥିବା ବାତ୍ୟା […]

NK

Hemant Lenka
  • Published: Monday, 21 June 2021
  • , Updated: 21 June 2021, 02:26 PM IST

ପୋଙ୍ଗାୟାଙ୍ଗ: ଉତ୍ତର କୋରିଆରେ ଘୋର ଖାଦ୍ୟାଭାବ ଦେଖାଯାଇଛି। ଦେଶରେ ଜରୁରୀ ଖାଦ୍ୟ ସାମଗ୍ରୀଗୁଡ଼ିକ ଦାମ ହଠାତ୍‌ ବଢ଼ି ଯିବାରୁ ସାଧାରଣ ଲୋକ ଆଉଟ ପାଉଟ ହେବାରେ ଲାଗିଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଖାଦ୍ୟ ସଙ୍କଟକୁ ସ୍ୱୀକାର କରିବା ସହ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ମଧ୍ୟ କହିଛନ୍ତି।

ଲୋକଙ୍କ ଖାଦ୍ୟାଭାବ ବର୍ତ୍ତମାନ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଚାଷ କ୍ଷେତ୍ରଗୁଡ଼ିକ ଯୋଜନା ଅନୁସାରେ ଉତ୍ପାଦନ କରିବାରେ ବିଫଳ ହୋଇଛନ୍ତି। ଗତବର୍ଷ ହୋଇଥିବା ବାତ୍ୟା ଯୋଗୁ ସ୍ଥିତି ଏପରି ହୋଇଛି ବୋଲି କିମ ଜଙ୍ଗ ଉନ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ରାଜଧାନୀ ପୋଙ୍ଗାୟାଙ୍ଗ ସମେତ ବିଭିନ୍ନ ସ୍ଥାନରେ ଆଶାତୀତ ଭାବେ ବୃଦ୍ଧି ଘଟିଛି।

କଦଳୀ କେଜି ପିଛା ଦାମ ୪୫ ଡଲାର ବା ୩,୩୩୫ ଟଙ୍କା ରହିଛି। ସେହିପରି ବ୍ଲାକ ଚା’ର ପ୍ୟାକେଟର ଦାମ ୭୦ ଡଲାର ବା ୫,୧୯୦ ଟଙ୍କା ଓ କଫିର ପ୍ୟାକେଟ ପିଛା ଦାମ ୧୦୦ ଡଲାର ବା ୭,୪୧୪ ଟଙ୍କା ହୋଇଯାଇଛି। ଖାଦ୍ୟ ସାମଗ୍ରୀ ଗୁଡ଼ିକ ମୂଲ୍ୟ ବୃଦ୍ଧି ପାଉଥିବାରୁ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହୋଇଛି।

ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର କେନ୍ଦ୍ରୀୟ କମିଟି ବୈଠକ କରିଥିଲା। ଏଥିରେ ସୁପ୍ରିମ ଲିଡର କିମ ଜଙ୍ଗ ଉନ ଦଳୀୟ ନେତାଙ୍କୁ ତୁରନ୍ତ ଲୋକଙ୍କ କଥା ବୁଝିବା ସହ ଦର ହ୍ରାସ କରିବାକୁ ବ୍ୟବସ୍ଥା କରିବାକୁ କହିଛନ୍ତି।

ସୂଚନା ଅନୁସାରେ, ଚାଷ କ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇବାରୁ ଦେଶରେ ଖାଦ୍ୟାଭାବ ଦେଖାଯାଇଛି। ଜାତିସଂଘର ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆରେ ୮,୬୦,୦୦୦ ଟନ୍‌ ଖାଦ୍ୟର ଅଭାବ ରହିଛି। କିମ ଜଙ୍ଗ ଉନ ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିଥିଲେ ହେଁ କେମିତି ଉତ୍ତର କୋରିଆ ଏହି ବିପଦକୁ ଟାଳିବ, ସେ ବିଷୟରେ ନିର୍ଦ୍ଦିଷ୍ଟ ଭାବେ କିଛି ବି ସୂଚନା ମିଳିନି। କାରଣ ଦେଶର ସୀମା କରୋନା ଯୋଗୁ ବନ୍ଦ ରହିଛି। ବାହାରୁ ଚାହିଁଲେ ବି କେହି ବି ଖାଦ୍ୟାଭାବ ଦୂର କରିବାକୁ କିଛି ବି ପଠାଇ ପାରିବେ ନାହିଁ।

Related story