କରୋନା କବଳରେ ଓବାମା

ୱାଶିଂଟନ୍‌: କରୋନା କବଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଖୋଦ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ‘ମୁଁ କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ମୁଁ […]

Obama

Madhupriya Mistry
  • Published: Monday, 14 March 2022
  • , Updated: 14 March 2022, 10:12 AM IST

ୱାଶିଂଟନ୍‌: କରୋନା କବଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଖୋଦ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି ଯେ 'ମୁଁ କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ମୁଁ ଟିକା ନେଇସାରିଛୁ। ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ହୋଇଛି।'

ଓବାମା ଟ୍ୱିଟ୍‌ କରି ଟିକା ନେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ 'ଯଦି ଆପଣ ପୂର୍ବରୁ ଟୀକାକରଣ କରିନାହାଁନ୍ତି, ତେବେ ତୁରନ୍ତ ଏବେ କରିନିଅନ୍ତୁ। କହିବାକୁ ଗଲେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆଗକୁ ମଧ୍ୟ ଏହାର ପ୍ରକୋପ ଜାରି ରହିବ।'

https://twitter.com/BarackObama/status/1503092299173089288?s=20&t=jX8tlkn6PBtghtGcJzOSSA

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ, ମାର୍ଚ୍ଚର ମଧ୍ୟଭାଗର ଦୈନିକ ମାମଲା ତୁଳନାରେ, ଜାନୁଆରୀ ମଧ୍ୟଭାଗର ଦୈନିକ ମାମଲରେ ତୁଳନାରେ ଆମେରିକାର ସଂକ୍ରମଣ ମାମଲା ତୀବ୍ର ହ୍ରାସ ପାଇଛି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଯୁକ୍ତରାଷ୍ଟ୍ରର ପାଞ୍ଚ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକ COVID-19 ଟିକା ପାଇଁ ଅତି କମରେ ଗୋଟିଏ ଡୋସ୍‌ ନେଇଛନ୍ତି।

Related story