ମାତ୍ର ୩୫ ବର୍ଷ ବୟସରେ ଏହି ଦେଶର ରାଷ୍ଟ୍ରପତି ହେବେ ବୋରିକ

ସାଣ୍ଟିଆଗୋ: ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବିରଳ ଘଟଣା ଘଟିଛି। ମାତ୍ର ୩୫ ବର୍ଷ ବୟସରେ ଜଣେ ବ୍ୟକ୍ତି ଏଠାରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗାବ୍ରିଏଲ ବୋରିକ। ସେ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଣୁ ଏହି ଛାତ୍ର ଆନ୍ଦୋଳନକାରୀ ନେତା ଜଣଙ୍କ ଦେଶର ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ବସିବେ। ସେ ନିର୍ବାଚନରେ ଦକ୍ଷିଣ ପନ୍ଥୀ ନେତା ଜୋସେ ଆଣ୍ଟୋନିଓ କାଷ୍ଟଙ୍କୁ ମାତ୍ର ହରାଇଛନ୍ତି। […]

Gabriel-Boric

Hemant Lenka
  • Published: Tuesday, 21 December 2021
  • , Updated: 21 December 2021, 05:09 PM IST

ସାଣ୍ଟିଆଗୋ: ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବିରଳ ଘଟଣା ଘଟିଛି। ମାତ୍ର ୩୫ ବର୍ଷ ବୟସରେ ଜଣେ ବ୍ୟକ୍ତି ଏଠାରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗାବ୍ରିଏଲ ବୋରିକ। ସେ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଣୁ ଏହି ଛାତ୍ର ଆନ୍ଦୋଳନକାରୀ ନେତା ଜଣଙ୍କ ଦେଶର ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ବସିବେ।

ସେ ନିର୍ବାଚନରେ ଦକ୍ଷିଣ ପନ୍ଥୀ ନେତା ଜୋସେ ଆଣ୍ଟୋନିଓ କାଷ୍ଟଙ୍କୁ ମାତ୍ର ହରାଇଛନ୍ତି। ବାମପନ୍ଥୀ ନେତା ବୋରିଙ୍କ ସପକ୍ଷରେ ଦେଶର ୫୬% ଲୋକ ଭୋଟ ଦେଇଛନ୍ତି। ବୋରିକ ଦେଶରେ ଜାରି ରହିଥିବା ଅସାମାନତା, ଦାରଦ୍ର୍ୟତା ଓ ମୁକ୍ତ ଅର୍ଥନୀତିକ ମାର୍କେଟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ବିଜୟ ପରେ ସେ ଗଣତନ୍ତ୍ରର ସୁରକ୍ଷା ଦିଗରେ କାମ କରିବେ ବୋଲି କହିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ବୋରିକ ୫୫.୮୭% ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋସେ ଆଣ୍ଟୋନିଓ କାଷ୍ଟଙ୍କୁ ୪୪.୧୩% ଜନମତ ମିଳିଛି। କାଷ୍ଟ ଟ୍ୱିଟରରେ ଲେଖିଛନ୍ତି, “ମୁଁ ତାଙ୍କର ମହାନ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଜିଠାରୁ ସେ ଚିଲିର ନିର୍ବାଚିତ ରାଷ୍ଟ୍ରପତି। ତାଙ୍କୁ ସମସ୍ତ ସମ୍ମାନ ଓ ଗଠନମୂଳକ ସହଯୋଗ ଦରକାର।”

ବୋରିକଙ୍କ ବିଜୟ ପରେ ବିଦାୟୀ ରାଷ୍ଟ୍ରପତି ସେବାଷ୍ଟିଆନ୍ ପିନେରା ଫୋନ ଯୋଗେ ତାଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, “ମୋର ଆଶା ବୋରିକ ରାଷ୍ଟ୍ରପତି ଭାବେ ସର୍ବୋତ୍ତମ ପ୍ରଦର୍ଶନ କରିବେ। ଆମେ ସମସ୍ତେ ଆଶା କରୁଛୁ ଯେ ବୋରିକ ଚିଲି ପାଇଁ ବହୁତ କିଛି କରି ଦେଶକୁ ଆଗକୁ ନେବେ।”

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ୮୦%ରୁ ଅଧିକ ଲୋକ ଭୋଟ ଦେଇଥିଲେ। କୌଣସି ରାଷ୍ଟ୍ରପତି ନିର୍ବାଚନରେ ଏତେ ସଂଖ୍ୟକ ଲୋକ ଭୋଟ ଦେବା ପ୍ରଥମ ଘଟଣା। ଚିଲିର ମାଗାଲାନେସରେ ଗାବ୍ରିଏଲ୍ ବୋରିକ୍ ଜନ୍ମଗ୍ରହଣ କରିଥିଲେ। ୨୦୧୧ରେ ସେ ଚିଲି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଛାତ୍ର ନେତା ସମୟରୁ ସେ ଲୋକଙ୍କ ସଂଘର୍ଷର ସ୍ୱର ପାଲଟିଥିଲେ। ଅନେକ ପ୍ରସଙ୍ଗରେ ସେ ଆଗକୁ ଆସି ଲଢ଼େଇ କରିଥିଲେ। ଏହି କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସେ ସଫଳତା ହାସଲ କରିଛନ୍ତି।

Related story