ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକକୁ ଦାୟୀ କଲେ ପାକ୍‌ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ମହିଳାମାନେ ପିନ୍ଧୁଥିବା ପୋଷାକ ପାଇଁ ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ ଖାନଙ୍କ ଏପରି ବୟାନକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି। ଗୋଟିଏ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ ଯଦି ଜଣେ ମହିଳା ବହୁତ କମ କପଡ଼ା ପରିଧାନ କରିବେ, ତା’ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଜଣେ ପୁରୁଷ ଉପରେ ପଡ଼ିବ। ହଁ ଯଦି ସେ ରୋବୋଟ ହୋଇଥିବେ, ତା’ହେଲେ […]

Imran-Khan

Hemant Lenka
  • Published: Monday, 21 June 2021
  • , Updated: 21 June 2021, 04:52 PM IST

ଇସଲାମାବାଦ: ମହିଳାମାନେ ପିନ୍ଧୁଥିବା ପୋଷାକ ପାଇଁ ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ ଖାନଙ୍କ ଏପରି ବୟାନକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି। ଗୋଟିଏ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ ଯଦି ଜଣେ ମହିଳା ବହୁତ କମ କପଡ଼ା ପରିଧାନ କରିବେ, ତା’ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଜଣେ ପୁରୁଷ ଉପରେ ପଡ଼ିବ।

ହଁ ଯଦି ସେ ରୋବୋଟ ହୋଇଥିବେ, ତା’ହେଲେ ଅଲଗା କଥା। କିନ୍ତୁ ପୁରୁଷ ହୋଇଥିଲେ ନିଶ୍ଚିତ ପ୍ରଭାବ ଦେଖାଯିବ। ଏହା ଏକ ସାଧାରଣ କଥା। ତେଣୁ ମହିଳାମାନେ ସେମାନଙ୍କ ପୋଷକ ପରିଧାନ ଉପରେ ଧ୍ୟାନ ଦିଅନ୍ତୁ। ଶରୀରର ଉତ୍ତେଜନାକୁ ରୋକିବାକୁ ପରାଦା ବ୍ୟବସ୍ଥା କରାଯାଇଛି। କାରଣ ସମସ୍ତେ ନିଜର ଉତ୍ତେଜନାକୁ ନିୟନ୍ତ୍ରଣ କରିବାର ଇଚ୍ଛାଶକ୍ତି ରଖନ୍ତି ନାହିଁ ବୋଲି ସେ କହିଛନ୍ତି।

ଦେଶରେ ବଢ଼ୁଥିବା ଯୌନ ନିର୍ଯାତନା ମାମଲା ରୋକିବାକୁ ତାଙ୍କ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ଇମ୍ରାନ ଖାନଙ୍କୁ ପ୍ରଶ୍ନ କରାଯିବାରୁ ସେ ଏଭଳି ଉତ୍ତର ଦେଇଛନ୍ତି। ଏହାକୁ ନେଇ ଅନେକ ତାଙ୍କୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀ ଦଳର ନେତାମାନେ ମଧ୍ୟ ଇମ୍ରାନ ଖାନଙ୍କ ଏପରି ବୟାନକୁ ନିନ୍ଦା କରିଛନ୍ତି।


ଏହାପୂର୍ବରୁ ଇମ୍ରାନ ଖାନ ଅଶ୍ଳୀଳତା ଯୋଗୁ ଦେଶରେ ଯୌନ ନିର୍ଯାତନ ବଢ଼ୁଥିବା କଥା କହିଥିଲେ

Related story