ସମୁଦ୍ରରେ ବୁଡ଼ିବ ଜାକର୍ତ୍ତା! ନୁସନ୍ତାରା ହେବ ନୂଆ ରାଜଧାନୀ

ଜାକର୍ତ୍ତା: ବଦଳବି ଇଣ୍ଡୋନେସିଆର ରାଜଧାନୀ। ଏବେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଥିବା ବେଳେ ଏହା ନୁସନ୍ତାରାକୁ ସ୍ଥାନାନ୍ତରିତ ହେବ। ରାଜଧାନୀକୁ ସ୍ଥାନାନ୍ତରିତ କରିବା ପାଇଁ ଗୋଟିଏ ବିଲ୍ ଇଣ୍ଡୋନେସିଆ ସଂସଦରେ ପାରିତ ହୋଇଛି। ନୁସନ୍ତାରା ବୋର୍ନେଓ ଦ୍ୱୀପପୁଞ୍ଜର କଲିମାନ୍ତନ ଜଙ୍ଗଲ ମଧ୍ୟରେ ରହିଛି। ଏହାକୁ ଜଙ୍ଗଲ ସଂପୂର୍ଣ୍ଣ ଭାବେ ଘେରି ରହିଛି। ଏବେ ସେଠାରେ ଇଣ୍ଡୋନେସିଆର ତା’ର ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ମୋଟ ୫ଟି ପର୍ଯ୍ୟାୟରେ ରାଜଧାନୀରେ ବିକାଶ ପାଇଁ କାର୍ଯ୍ୟକ୍ରମ ହେବ। […]

Indonesia

Hemant Lenka
  • Published: Thursday, 20 January 2022
  • , Updated: 20 January 2022, 08:20 PM IST

ଜାକର୍ତ୍ତା: ବଦଳବି ଇଣ୍ଡୋନେସିଆର ରାଜଧାନୀ। ଏବେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଥିବା ବେଳେ ଏହା ନୁସନ୍ତାରାକୁ ସ୍ଥାନାନ୍ତରିତ ହେବ। ରାଜଧାନୀକୁ ସ୍ଥାନାନ୍ତରିତ କରିବା ପାଇଁ ଗୋଟିଏ ବିଲ୍ ଇଣ୍ଡୋନେସିଆ ସଂସଦରେ ପାରିତ ହୋଇଛି। ନୁସନ୍ତାରା ବୋର୍ନେଓ ଦ୍ୱୀପପୁଞ୍ଜର କଲିମାନ୍ତନ ଜଙ୍ଗଲ ମଧ୍ୟରେ ରହିଛି। ଏହାକୁ ଜଙ୍ଗଲ ସଂପୂର୍ଣ୍ଣ ଭାବେ ଘେରି ରହିଛି। ଏବେ ସେଠାରେ ଇଣ୍ଡୋନେସିଆର ତା’ର ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ମୋଟ ୫ଟି ପର୍ଯ୍ୟାୟରେ ରାଜଧାନୀରେ ବିକାଶ ପାଇଁ କାର୍ଯ୍ୟକ୍ରମ ହେବ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହେବ। ମୋଟ ୩୨ ମିଲିୟନ ଡଲାର ଖର୍ଚ୍ଚ କରି ଇଣ୍ଡୋନେସିଆ ସରକାର ନୂଆ ରାଜଧାନୀ ତିଆରି କରିବେ।

[caption id="" align="aligncenter" width="1024"] ଏମିତି ହେବ ରାଷ୍ଟ୍ରପତି ଭବନ[/caption]

କାହିଁକି ଇଣ୍ଡୋନେସିଆ ତା’ର ରାଜଧାନୀକୁ ସ୍ଥାନାନ୍ତର କରୁଛି? ଏହା ପଛର କାରଣ କ’ଣ?

୨୦୧୯ ଅଗଷ୍ଟ ମାସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ପ୍ରଥମେ ଜାକର୍ତ୍ତାରୁ ରାଜଧାନୀକୁ ସ୍ଥାନାନ୍ତର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ କରୋନା ଭାଇରସ୍ ମହାମାରୀ ଯୋଗୁ ଏହି ପ୍ରକ୍ରିୟା ଧିମା ପଡ଼ି ଯାଇଥିଲା। ସ୍ୱାଧୀନତା ପରଠାରୁ ଜାକର୍ତ୍ତା ଇଣ୍ଡୋନେସିଆର ରାଜଧାନୀ ଭାବେ କାର୍ଯ୍ୟ କରିଆସୁଛି।

ଦିନକୁ ଦିନ ଜାକର୍ତ୍ତାରେ ଭିଡ଼ ଠାରୁ ଆରମ୍ଭ କରି ପ୍ରଦୂଷଣ ଜନିତ ସମସ୍ୟା ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଳବାୟୁ ପରିବର୍ତ୍ତନ ଯୋଗୁ ଜାକର୍ତ୍ତା ସମୁଦ୍ରରେ ବୁଡ଼ିବା ଆରମ୍ଭ କଲାଣି। ବିଶ୍ୱ ଅର୍ଥନୀତିକ ଫୋରମର ରିପୋର୍ଟରେ କୁହାଯାଇଛି ଯେ ଜାକର୍ତ୍ତା ସମୁଦ୍ର ସଂଲଗ୍ନ ଜମିରେ ରହିଛି। ଏହି କାରଣରୁ ଏଠାରେ କ୍ରମାଗତ ଭାବେ ବନ୍ୟା ଜନିତ ସମସ୍ୟା ସୃଷ୍ଟି ହେଉଛି। ସମୁଦ୍ର ଗର୍ଭରେ ଲୀନ ହେଉଥିବା ପୃଥିବୀର ଦ୍ରୁତତମ ସହର ଭାବେ ଜାକର୍ତ୍ତା ସବୁଠାରୁ ଆଗରେ ରହିଛି।

ଜାକର୍ତ୍ତାକୁ ଲାଗି ରହିଥିବା ଜାଭା ସାଗରରେ ଜଳସ୍ତର ବୃଦ୍ଧି ପାଉଛି। ୨୦୫୦ ସୁଦ୍ଧା ଜାକର୍ତ୍ତାରେ ରହିଥିବା ୧୦ ମିଲିୟନ ଘର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ଜାକର୍ତ୍ତାରୁ ରାଜଧାନୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନୁସନ୍ତାରା ବିଷୟରେ କିଛି ତଥ୍ୟ

ଏହି ସହରକୁ ରାଜଧାନୀ ପାଇଁ ରାଷ୍ଟ୍ରପତି ୱିଡୋଡୋ ବାଛିଛନ୍ତି। ଏହା ଅର୍ଥ ଇଣ୍ଡୋନେସିଆ ଭାଷାରେ 'ଦ୍ୱୀପପୁଞ୍ଜ'। ଏହି ଅଞ୍ଚଳ ବୋର୍ନେଓ ଦ୍ୱୀପପୁଞ୍ଜରେ ଥିବା କଲିମାନ୍ତନ ଜଙ୍ଗଲ ମଧ୍ୟରେ ରହିଛି। ଇଣ୍ଡୋନେସିଆର ଜାତୀୟ ଯୋଜନା ଓ ବିକାଶ ଏଜେନ୍ସିର ତଥ୍ୟ ଅନୁଯାୟୀ ନୂଆ ରାଜଧାନୀ ପାଇଁ ମୋଟ ୨,୫୬,୧୪୩ ହେକ୍ଟର ଜମିର ବ୍ୟବହାର ହେବ।

ଇଣ୍ଡୋନେସିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ରାଜଧାନୀକୁ ସରକାର ଏକ ସ୍ୱଳ୍ପ କାର୍ବନ 'ସୁପର ହବ୍' ଭାବରେ ନିର୍ମାଣ କରିବେ। ଏହା ଫାର୍ମାସ୍ୟୁଟିକାଲ୍, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ବିକାଶରେ ସହାୟତା କରିବ। ଜାକର୍ତ୍ତା ଇଣ୍ଡୋନେସିଆର ବ୍ୟବସାୟିକ ଓ ଅର୍ଥନୀତିକ ରାଜଧାନୀ ହୋଇ ରହିବ। ହେଲେ ସରକାରୀ ଅଫିସ ଓ ପ୍ରତିଷ୍ଠାନ ଗୁଡ଼ିକ ନୂଆ ରାଜଧାନୀକୁ ସ୍ଥାନାନ୍ତର ହେବ। ନୂଆ ରାଜଧାନୀ ଜାକର୍ତ୍ତା ଠାରୁ ୨ ହଜାର କିମି ଦୂରରେ ଅବସ୍ଥିତ।

Related story