'ଲକ୍ଷ୍ୟ ପୂରଣ ନହେଲା ଯାଏ ଇସ୍ରାଏଲ ଜାରି ରଖିବ ଅପରେସନ'

ଜେରୁଜେଲମ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଏବେ ଆହୁରି ତୀବ୍ର ହେବାରେ ଲାଗିଛି। ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଗୋଟିଏ ପଟେ ପାଲେଷ୍ଟାଇନର ନିଦ ହଜାଇ ଦେଇଛି। ଅନ୍ୟପଟେ ଇସ୍ରାଏଲକୁ ଘେରିବା ପାଇଁ ସମସ୍ତ ଇସଲାମିକ ଦେଶ ଏକାଠି ହୋଇଛନ୍ତି। ଜାତିସଂଘରେ ଇସ୍ରାଏଲ ବିରୋଧରେ ଫେରାଦ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପାଲେଷ୍ଟାଇନର ସମର୍ଥକ ଦେଶ। ତେବେ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲର ଅପରେସନ ଶେଷ […]

BENZAMIN

BENZAMIN

Subhransu Sekhar
  • Published: Sunday, 16 May 2021
  • Updated: 16 May 2021, 04:40 PM IST

Sports

Latest News

ଜେରୁଜେଲମ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଏବେ ଆହୁରି ତୀବ୍ର ହେବାରେ ଲାଗିଛି। ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଗୋଟିଏ ପଟେ ପାଲେଷ୍ଟାଇନର ନିଦ ହଜାଇ ଦେଇଛି। ଅନ୍ୟପଟେ ଇସ୍ରାଏଲକୁ ଘେରିବା ପାଇଁ ସମସ୍ତ ଇସଲାମିକ ଦେଶ ଏକାଠି ହୋଇଛନ୍ତି। ଜାତିସଂଘରେ ଇସ୍ରାଏଲ ବିରୋଧରେ ଫେରାଦ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପାଲେଷ୍ଟାଇନର ସମର୍ଥକ ଦେଶ।

ତେବେ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲର ଅପରେସନ ଶେଷ ହୋଇନି। ଯେପର୍ଯ୍ୟନ୍ତ ମୂଳ ପୋଛ ହୋଇନି ସେପର୍ଯ୍ୟନ୍ତ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିବ। ବେଞ୍ଜାମିନ ଏଭଳି ମନ୍ତବ୍ୟ ଦେଇ ପୁଣିଥରେ ପାଲେଷ୍ଟାଇନ ଓ ତାକୁ ସମର୍ଥନ କରୁଥିବା ଦେଶକୁ ଆଖି ଦେଖାଇଛନ୍ତି।

ପ୍ରାୟ ସପ୍ତାହରେ ଧରି ଚାଲିଥିବା ଏହି ବିବାଦ ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହମାସ ଗ୍ରୁପକୁ ଦାୟୀ କରିଛନ୍ତି। ହମାସ ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା। ତେଣୁ ଏବେ ସେ ପରିଣାମ ଭୋଗିବ ବୋଲି ନେତାନ୍ୟାହୁ କହିଛନ୍ତି।

ଶନିବାର ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ଆକ୍ରମଣ ସେପର୍ଯ୍ୟନ୍ତ ଚାଲିବ ଯେପର୍ଯ୍ୟନ୍ତ ଇସ୍ରାଏଲ ନିଜ ଲକ୍ଷରେ ନପହଞ୍ଚିଛି। ନେତାନ୍ୟାହୁ ଏକ ଟିଭି ଚ୍ୟାନେଲରେ ଉଦବୋଧନ ଦେଇ କହିଛନ୍ତି ଯେ ଏହି ମୁକାବିଲାରେ ହମାସ ପାର୍ଶ୍ୱରେ ଥିବା ସାଧାରଣ ଲୋକ କିଭଳି ପ୍ରଭାବିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେଉଛୁ। ଆଉ ଗାଜା ମଧ୍ୟ ଇସ୍ରାଏଲର ସାଧାରଣ ଲୋକଙ୍କ ଉପରକୁ ଆକ୍ରମଣ ନକରିବା ଦରକାର ବୋଲି ନେତାନ୍ୟାହୁ କହିଛନ୍ତି। ସେ କହିଛନ୍ତି ଯେ ଆମେ ଅପରେସନ୍ ମଝିରେ ଅଛୁ। ଏବେ ଏହା ଶେଷ ହୋଇନାହିଁ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଛି। ଇସ୍ରାଏଲ ରବିବାର ସକାଳେ ଗାଜାରେ ଥିବା ହମାସ ଗ୍ରୁପର ମୁଖ୍ୟଙ୍କ ଘର ଉପରେ ବୋମା ମାଡ଼ କରିଥିବାବେଳେ ହମାସ ଇସ୍ରାଏଲର ତେଲ ଅଭିବରେ ରକେଟ ମାଡ଼ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos