ସିଞ୍ଜୋ ଆବେଙ୍କ ଛାତି ଭିତରେ ଗୁଳି ଭେଦି ଯାଇଛି: ଡାକ୍ତର

ଟୋକିଓ: ଗୁଳିମାଡ଼ରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି।  ନାରା ରିଜିଅନ୍‌ରେ ଏକ ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଉପରକୁ ୨ ଥର ଗୁଳି ମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।  ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ଯେ, ସିଞ୍ଜୋ ଆବେଙ୍କ ଛାତି ଭିତରକୁ ଗୁଳି ଭେଦି ଯାଇଛି। ଗୁଳି […]

sinjo-abe

sinjo-abe

Tapas Behera
  • Published: Friday, 08 July 2022
  • Updated: 08 July 2022, 04:48 PM IST

Sports

Latest News

ଟୋକିଓ: ଗୁଳିମାଡ଼ରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି।  ନାରା ରିଜିଅନ୍‌ରେ ଏକ ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଉପରକୁ ୨ ଥର ଗୁଳି ମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।  ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ଯେ, ସିଞ୍ଜୋ ଆବେଙ୍କ ଛାତି ଭିତରକୁ ଗୁଳି ଭେଦି ଯାଇଛି। ଗୁଳି ମାଡ଼ ଯୋଗୁ ତାଙ୍କ ଛାତିରେ ଶକ୍ତ ଆଘାତ ଲାଗିବା ସହ ଏକ ବଡ଼ ହୋଲ ହୋଇଥିବା ଡାକ୍ତର କହିଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସିଞ୍ଜୋ ଆବେଙ୍କ ଗୁଳି ମାଡ଼ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ସେ ନିଜେ ଏକ ନିର୍ବାଚନୀ ପ୍ରଚାରକୁ ବାତିଲ କରି ଟୋକିଓ ଫେରି ଆସିଛନ୍ତି। ଏହିଘଟଣାକୁ ସେ ଦୃଢ଼ ନିନ୍ଦା କରିବା ସହ ଏହା ଅକ୍ଷମଣୀୟ ଅପରାଧ ବୋଲି ସେ କହିଛନ୍ତି । ଏହି ହତ୍ୟାକାଣ୍ଡରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା କୁହାଯାଉଛି। ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ହତ୍ୟା ଅଭିଯୁକ୍ତ ୪୧ ବର୍ଷୀୟ ତେତସୁୟେ ୟମାଗିମି ବୋଲି ପୁଲିସ କହିଛି। ଅଭିଯୁକ୍ତର ଘରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆସନ୍ତା ରବିବାର ଜାପାନର ଉପର ସଦନ ପାଇଁ ନିର୍ବାଚନ ହେବାର ରହିଛି।

ଏଥିପାଇଁ ସେ ଆଜି ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ନାରା ରିଜିଅନ୍‌ରେ ସିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ତାଙ୍କ ପଛପଟୁ  ସମ୍ପୃକ୍ତ ଅଭିଯୁକ୍ତ ଆସି ଗୁଳି ମାଡ଼ କରିଥିଳା।  ୬୭ ବର୍ଷୀୟ ଆବେ ସଙ୍ଗେ ସଙ୍ଗେ ଟଳି ପଡ଼ିଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଥିବା କହିଛନ୍ତି । ସିଞ୍ଜୋ ଆବେ ହେଉଛନ୍ତି ଜାପାନର ଦୀର୍ଘକାଳୀନ ସେବା ଯୋଗାଇ ଥିବା ପ୍ରଧାନମନ୍ତ୍ରୀ । ୨୦୦୬ରେ ସେ ବର୍ଷେ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story