ଫୁମିଓ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଟୋକିଓ: ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଫୁମିଓ ଶାସକ ଦଳର ନେତା ପଦ ପାଇଁ ନିର୍ବାଚନରେ ​​ଜିତିଛନ୍ତି। ବର୍ତ୍ତମାନ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। କିଶିଦା ଦଳର ବିଦାୟୀ ନେତା ତଥା ପ୍ରଧାନମନ୍ତ୍ରୀ ୟୋସିହିଦା ସୁଗାଙ୍କ ସ୍ଥାନ ନେବେ। ଗତ ବର୍ଷ ସେପ୍ଟେମ୍ବରରେ ଦାୟିତ୍ୱ ଗ୍ରହଣ କରିବାର ଠିକ୍ ବର୍ଷକ ପରେ ସୁଗା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫୁମିଓ କିଶିଦା ପୂର୍ବରୁ ଜାପାନର ବୈଦେଶିକ ମନ୍ତ୍ରୀ ରହିସାରିଛନ୍ତି। ଲିବରାଲ ଡେମୋକ୍ରେଟିକ […]

fumio-kishida

Madhupriya Mistry
  • Published: Wednesday, 29 September 2021
  • , Updated: 29 September 2021, 01:55 PM IST

ଟୋକିଓ: ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଫୁମିଓ ଶାସକ ଦଳର ନେତା ପଦ ପାଇଁ ନିର୍ବାଚନରେ ​​ଜିତିଛନ୍ତି। ବର୍ତ୍ତମାନ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। କିଶିଦା ଦଳର ବିଦାୟୀ ନେତା ତଥା ପ୍ରଧାନମନ୍ତ୍ରୀ ୟୋସିହିଦା ସୁଗାଙ୍କ ସ୍ଥାନ ନେବେ। ଗତ ବର୍ଷ ସେପ୍ଟେମ୍ବରରେ ଦାୟିତ୍ୱ ଗ୍ରହଣ କରିବାର ଠିକ୍ ବର୍ଷକ ପରେ ସୁଗା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଫୁମିଓ କିଶିଦା ପୂର୍ବରୁ ଜାପାନର ବୈଦେଶିକ ମନ୍ତ୍ରୀ ରହିସାରିଛନ୍ତି। ଲିବରାଲ ଡେମୋକ୍ରେଟିକ ଦଳର ନୂଆ ନେତା ରୂପେ କିଶିଦାଙ୍କୁ ସଂସଦରେ ସୋମବାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରାଯିବା ଏକ ପ୍ରକାର ନିଶ୍ଚିତ ହୋଇଛି।  କିଶିଦା ଶାସକ ଦଳର ନେତା ପଦ ପାଇଁ ହୋଇଥିବା ନିର୍ବାଚନରେ ମନ୍ତ୍ରୀ ତାରୋ କୋନୋଙ୍କୁ ପରାଜିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ଦୁଇ ଜଣ ମହିଳା ଆଶାୟୀ ପ୍ରାର୍ଥୀ ସନା ତକାଇଚି ଏବଂ ସେଇକୋ ନେଡାଙ୍କୁ ପରାଜିତ କରିଥିଲେ।

ଲିବରାଲ୍ ଡେମୋକ୍ରାଟିକ୍ ଦଳ କିଶିଦା ରୂପରେ ଏକ ନୂଆ ନେତା ପାଇଛି। କିଶିଦାଙ୍କ ଦଳ ସଂସଦକୁ ନିୟନ୍ତ୍ରଣ କରେ ଏବଂ ଏକ ମିଳିତ ଦଳ ଭାବରେ ସରକାରଙ୍କ ଅଂଶ ଅଟେ। ଦଳର ନେତୃତ୍ୱ ନିର୍ବାଚନରେ ​​ଜିତିବା ପରେ ସେ ଆସନ୍ତା ମାସରେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ।

କିଶିଦା ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଜାପାନର ବୈଦେଶିକ ମନ୍ତ୍ରୀ ଥିଲେ। ସେ ଜାପାନର ଲୋକସଭାର ସଦସ୍ୟ ଏବଂ LDP ର ନୀତି ଅନୁସନ୍ଧାନ ପରିଷଦର ଚେୟାରମ୍ୟାନ୍ ମଧ୍ୟ ରହିଛନ୍ତି। ୨୯ ଜୁଲାଇ ୧୯୫୭ରେ ହିରୋସିମାର ମିନାମି କୁର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ କିଶିଦା। ତାଙ୍କ ପିତା ଏବଂ ଜେଜେବାପା ମଧ୍ୟ ରାଜନେତା ଥିଲେ।

Related story