ଗାଏବ ସସପେନ୍ସ ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ବର୍ଷକ ପରେ ସାମ୍ନାକୁ ଆସିଲେ କିମଙ୍କ ପତ୍ନୀ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ପତ୍ନୀ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ଦୀର୍ଘ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ନଥିଲା। ଏପରି କି ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ କୁହାଯାଉଥିଲା। ଏହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଶେଷରେ ଏହା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। କିମଙ୍କ ପତ୍ନୀ ରି ସୋଲ ଉନ ଗୋଟିଏ ସଂଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ଉତ୍ତର […]

kim

kim

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 05:38 PM IST

Sports

Latest News

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ପତ୍ନୀ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ଦୀର୍ଘ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ନଥିଲା। ଏପରି କି ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ କୁହାଯାଉଥିଲା। ଏହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଶେଷରେ ଏହା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। କିମଙ୍କ ପତ୍ନୀ ରି ସୋଲ ଉନ ଗୋଟିଏ ସଂଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳର ଫଟୋ ଏବେ ସାମ୍ନାକୁ ଆସିଛି।

ଉତ୍ତର କୋରିଆର ପୂର୍ବତନ ଶାସକ କିମ ଜଙ୍ଗ ଦ୍ୱିତୀୟଙ୍କ ଜନ୍ମତିଥି ଉପଲକ୍ଷେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରି ସୋଲ ସ୍ୱାମୀ କିମ ଜଙ୍ଗ ଉନଙ୍କ ସହ ବସି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଜେନେରାଲ ସେକ୍ରେଟାରୀ(କିମ ଜଙ୍ଗ ଉନ) ତାଙ୍କ ପତ୍ନୀ ରି ସୋଲ ଉନଙ୍କ ସହ ଅଡିଟୋରିୟମକୁ ଆସିବା କ୍ଷଣି କରତାଳିରେ ଏହା ଫାଟି ପଡ଼ିଥିଲା।

ସଂଗୀତ କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଯୋଗୀମାନେ ହୁରହା ନାରା ଦେଇଥିଲେ। ଉଭୟ ପତି-ପତ୍ନୀଙ୍କୁ ବିଭିନ୍ନ ଗୀତ ଶୁଣାଇ ସ୍ୱାଗତ ମଧ୍ୟ କରାଯାଇଥିଲା ବୋଲି ଏଥିରେ କୁହାଯାଇଛି।

୩୨ ବର୍ଷୀୟ ରି ସୋଲଙ୍କୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ସର୍ବସମ୍ମୁଖରୁ ଦୂରେଇ ରଖାଯାଇଥିଲା। ଏବେ ସେ ସାମ୍ନାକୁ ଆସିଥିବାରୁ ଦେଶର କରୋନା ସ୍ଥିତିରେ ସୁଧାର ଆସିଛି। ସର୍ବସମ୍ମୁଖକୁ ନ ଆସି ରି ସୋଲ ତାଙ୍କ ପିଲାମାନଙ୍କୁ ମଧ୍ୟ ଦେଖାଶୁଣା କରୁଥିଲେ ବୋଲି ଅନୁମାନ କରାଯାଉଛି।

୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ ଉନଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା। ବାସ୍‌ ସେହିଦିନ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା। ଗତବର୍ଷ ଅକ୍ଟୋବର ୧୦ ତାରିଖରେ ପ୍ୟୋଙ୍ଗୟାଙ୍ଗରେ ବଡ଼ ଧରଣର ସେନା ପରେଡର ଆୟୋଜନ ହୋଇଥିଲା।

ପ୍ରତି ବର୍ଷ ରି-ସୋଲ ସ୍ୱାମୀ କିମ୍‌ଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। କିନ୍ତୁ ଗତବର୍ଷ ଏହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଶୁଣିବାକୁ ମିଳିଥିଲା। ଏଥିସହ କିମ୍‌ ତାଙ୍କୁ ହତ୍ୟା କରିଥିବା କିମ୍ବା ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଗତ କିଛି ଦିନ ପୂର୍ବେ କିମ୍‌କୁ ନେଇ ମଧ୍ୟ ଏଭଳି କିଛି ସନ୍ଦେହ କରାଯାଉଥିଲା। ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story