Advertisment

ଭାରତକୁ ହିନ୍ଦୀରେ ସହଯୋଗର ବାର୍ତ୍ତା ପଠାଇଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ: ଭାରତରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଫ୍ରାନ୍ସ ସହଯୋଗର ହାତ ବଢ଼ାଇଛି। ଭାରତର କରୋନା ଲଢ଼େଇରେ ସହଯୋଗ କରିବା ପାଇଁ ଫ୍ରାନ୍ସ ମେଡିକାଲ ଇକ୍ୟୁପମେଣ୍ଟ, ଭେଣ୍ଟିଲେଟର, ଲିକ୍ୟୁଡ ଅକ୍ସିଜେନ କଣ୍ଟେନର ଓ ଅକ୍ସିଜେନ ଜେନେରେଟର ପଠାଇବ। ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଫେସବୁକ୍‌ରେ ଏହି ଘୋଷଣା କରିଛନ୍ତି। ସେ ହିନ୍ଦୀରେ ଭାରତ ପାଇଁ ବାର୍ତ୍ତା ଲେଖି ଏପରି ସହଯୋଗ କରିଛନ୍ତି। ସେ କହିଛନ୍ତି, ଦୁଇ ଦେଶ ଏକାଠି ଏହି ଯୁଦ୍ଧ […]

ଭାରତକୁ ହିନ୍ଦୀରେ ସହଯୋଗର ବାର୍ତ୍ତା ପଠାଇଲେ ଫ୍ରାନ୍ସ ରାଷ୍ଟ୍ରପତି

France

Advertisment

ପ୍ୟାରିସ: ଭାରତରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଫ୍ରାନ୍ସ ସହଯୋଗର ହାତ ବଢ଼ାଇଛି। ଭାରତର କରୋନା ଲଢ଼େଇରେ ସହଯୋଗ କରିବା ପାଇଁ ଫ୍ରାନ୍ସ ମେଡିକାଲ ଇକ୍ୟୁପମେଣ୍ଟ, ଭେଣ୍ଟିଲେଟର, ଲିକ୍ୟୁଡ ଅକ୍ସିଜେନ କଣ୍ଟେନର ଓ ଅକ୍ସିଜେନ ଜେନେରେଟର ପଠାଇବ।

Advertisment

ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଫେସବୁକ୍‌ରେ ଏହି ଘୋଷଣା କରିଛନ୍ତି। ସେ ହିନ୍ଦୀରେ ଭାରତ ପାଇଁ ବାର୍ତ୍ତା ଲେଖି ଏପରି ସହଯୋଗ କରିଛନ୍ତି। ସେ କହିଛନ୍ତି, ଦୁଇ ଦେଶ ଏକାଠି ଏହି ଯୁଦ୍ଧ ଲଢ଼ିବେ ଓ ବିଜୟ ଲାଭ କରିବେ।

ସେ ହିନ୍ଦୀରେ ଲେଖିଛନ୍ତି ଯେ “କରୋନା ଭାଇରସ ମହାମାରୀରୁ କେହି ବି ବର୍ତ୍ତିନାହାନ୍ତି। ସମସ୍ତେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆମେ ଜାଣିଛୁ ଯେ ଭାରତ ଏବେ ଗୋଟିଏ କଠିନ ସମୟ ଦେଇ ଗତି କରୁଛି। ଫ୍ରାନ୍ସ ଓ ଭାରତ ସବୁବେଳେ ଏକାଠି ରହିଛନ୍ତି।

Advertisment

ଭାରତକୁ ସହଯୋଗ କରିବା ପାଇଁ ଆମେ ଯାହା କରିପାରିବୁ ସବୁ କିଛି କରୁଛୁ। ପ୍ରାନ୍ସ ପକ୍ଷରୁ ଭାରତକୁ ମେଡିକାଲ ଉପକରଣ, ଭେଣ୍ଟିଲେଟର, ୮ଟି ଅକ୍ସିଜେନ ଜେନେରେଟର ପଠାଯିବ। ପ୍ରତିଟି ଜେନେରେଟର ବାୟୁମଣ୍ଡଳରୁ ଅକ୍ସିଜେନ ଉତ୍ପାଦନ କରି ଗୋଟିଏ ହସ୍ପିଟାଲକୁ ୧୦ ବର୍ଷ ଯାଏ ଆତ୍ମନିର୍ଭର କରିପାରିବ।

ଆମ ମନ୍ତ୍ରଣାଳର ସମସ୍ତ ବିଭାଗ କଠିନ ପରିଶ୍ରମ କରୁଛନ୍ତି। ଫ୍ରାନ୍ସ କମ୍ପାନୀଗୁଡ଼ିକ ଏକାଠି ହୋଇଛନ୍ତି। ଏକତା ଆମ ଦେଶର ବଳ। ଏହା ଦୁଇ ଦେଶ ମଧ୍ୟରେ ବନ୍ଧୁତାର ମୂଳମନ୍ତ୍ର। ଏକାଠି ଆମେ ଜିତିବା।”

हम जिस महामारी से गुज़र रहे हैं, कोई इससे अछूता नहीं है। हम जानते हैं कि भारत एक मुश्किल दौर से गुज़र रहा है। फ्रांस और...

Posted by Emmanuel Macron on Tuesday, April 27, 2021

ଏହାପୂର୍ବରୁ ବ୍ରିଟେନ ଓ ଆମେରିକା ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଥିଲେ। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି।

ସେହିପରି ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ଭାରତରେ ୩.୨୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଠାରୁ ଆରମ୍ଭ କରି ଜୀବନ ରକ୍ଷାକାରୀ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe