ଘରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ଘେରି ରହିଥିଲେ ୧୨୫ ବିଷାକ୍ତ ସାପ

ୱାଶିଂଟନ: ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ହେଲେ ଘର ମଧ୍ୟରେ ପଡ଼ିଥିବା ଏହି ମୃତଦେହକୁ ଘେରି ରହିଥିଲେ ଗୋଟିଏ କି ଦୁଇଟି ନୁହେଁ ପୂରା ୧୨୫ଟି ଅତ୍ୟନ୍ତ ବିଷାକ୍ତ ସାପ। ଏହି ସାପ ଗୁଡ଼ିକ ମଧ୍ୟରେ କୋବ୍ରା ଓ ବ୍ଲାକ ମାମ୍ବା ଭଳି ସାପ ମଧ୍ୟ ରହିଛନ୍ତି। ଆମେରିକାର ମାରୟଲ୍ୟାଣ୍ଡ ଅନ୍ତର୍ଗତ ଚାର୍ଲସ କାଉଣ୍ଟିରେ ଏପରି ଘଟଣା ଘଟିଛି। ସୁରକ୍ଷାକର୍ମୀମାନେ ବ୍ୟକ୍ତିଙ୍କ ମୃତଦେହକୁ ଏପରି ଅବସ୍ଥାରେ ଦେଖି ପୂରା ସ୍ତବ୍ଧ […]

Snake

Hemant Lenka
  • Published: Saturday, 22 January 2022
  • , Updated: 22 January 2022, 05:39 PM IST

ୱାଶିଂଟନ: ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ହେଲେ ଘର ମଧ୍ୟରେ ପଡ଼ିଥିବା ଏହି ମୃତଦେହକୁ ଘେରି ରହିଥିଲେ ଗୋଟିଏ କି ଦୁଇଟି ନୁହେଁ ପୂରା ୧୨୫ଟି ଅତ୍ୟନ୍ତ ବିଷାକ୍ତ ସାପ। ଏହି ସାପ ଗୁଡ଼ିକ ମଧ୍ୟରେ କୋବ୍ରା ଓ ବ୍ଲାକ ମାମ୍ବା ଭଳି ସାପ ମଧ୍ୟ ରହିଛନ୍ତି। ଆମେରିକାର ମାରୟଲ୍ୟାଣ୍ଡ ଅନ୍ତର୍ଗତ ଚାର୍ଲସ କାଉଣ୍ଟିରେ ଏପରି ଘଟଣା ଘଟିଛି। ସୁରକ୍ଷାକର୍ମୀମାନେ ବ୍ୟକ୍ତିଙ୍କ ମୃତଦେହକୁ ଏପରି ଅବସ୍ଥାରେ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଏନବିସି ୱାଶିଂଟନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ମୃତ ବ୍ୟକ୍ତିଙ୍କ ପଡ଼ୋଶୀମାନ ପୁଲିସକୁ ଫୋନ କରିଥିଲେ। ପଡ଼ୋଶୀମାନେ ଉକ୍ତ ବ୍ୟକ୍ତିଙ୍କୁ ଦୁଇ ଦିନ ହେଲା ଦେଖିବାକୁ ପାଇ ନଥିଲେ। ଏହାପରେ ସେମାନେ ତାଙ୍କ ଘର ପାଖରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଅଚେତ ଅବସ୍ଥାରେ ଚଟାଣରେ ପଡ଼ିଥିବା ଜଣେ ପଡ଼ୋଶୀ ଦେଖିବାକୁ ପାଇଥିଲେ। ସେ ହିଁ ପୁଲିସକୁ ଫୋନ କରି ସବୁ କଥା କହିଥିଲେ।

ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇ ସାରିଥିବା ଜଣାପଡ଼ିଥିଲା। ତେବେ ମୃତଦେହକୁ ୧୨୫ଟି ବିଷାକ୍ତ ସାପ ଘେରି ରହିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ୧୨୫ଟି ସାପ ମଧ୍ୟରେ ୧୪ ଫୁଟର ହଳଦିଆ ଅଜଗର ରହିଥିଲା। ପୁଲିସ୍‌ ସାପଗୁଡ଼ିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ପରେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣପଡ଼ିବ ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ଏତେଗୁଡ଼ିକ ସାପ ବ୍ୟକ୍ତିଙ୍କ ଘରକୁ କେମିତି ଆସିଲେ? କ’ଣ ସେ ଏହି ସାପ ଗୁଡ଼ିକୁ ପାଳିଥିଲେ କି? ଏପରି ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସେହିପରି ଆପଖପାଖ ଅଞ୍ଚଳରେ ଆଉ କୌଣସି ବିଷାକ୍ତ ସାପ ରହିଛନ୍ତି କି ନାହିଁ, ତା’ର ମଧ୍ୟ ଯାଞ୍ଚ କରାଯାଉଛି।

Related story