Advertisment

'ଗ୍ଲୋବାଲ୍‌ ୱାର୍ମିଂ' ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ନାସାର ଏହି ଲେଜର୍‌ ସ୍ୟାଟେଲାଇଟ୍‌

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ‘ନାସା’, ଏହାର ଅତ୍ୟାଧୁନିକ ଅନ୍ତରୀକ୍ଷ ଲେଜର୍‌ ସ୍ୟାଟେଲାଇଟ୍‌ Isset-2କୁ ଶନିବାର ମହାକାଶକୁ ଛାଡ଼ିଛି। ଏହି ଲେଜର୍‌ ସ୍ୟାଟେଲାଇଟ୍‌ ପୃଥିବୀ ପୃଷ୍ଠରେ ବରଫ ଚାଦରର ଉଚ୍ଚତା ହ୍ରାସ ଓ ସମୁଦ୍ର ପତ୍ତନର ବୃଦ୍ଧି ଭଳି ବିଶ୍ୱ ତାପନର କାରଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ। କାଲିଫର୍ଣ୍ଣିଆର ଭ୍ୟାଣ୍ଡେନ୍‌ବର୍ଗ ଏୟାର୍‌ଫୋର୍ସ ବେସ୍‌ରୁ Delta II ରକେଟ୍‌ ଜରିଆରେ ଶନିବାର ସକାଳ ୬.୦୨ ମିନିଟ୍‌ରେ ଏହି ଲେଜର୍‌ ସ୍ୟାଟେଲାଇଟ୍‌କୁ ଲଞ୍ଚ୍‌ କରାଯାଇଥିଲା। ଏହାର ଓଜନ ୧.୫ ବିଲିୟନ୍‌ […]

ଅଦ୍ୟତନ ହୋଇଛି
'ଗ୍ଲୋବାଲ୍‌ ୱାର୍ମିଂ' ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ନାସାର ଏହି ଲେଜର୍‌ ସ୍ୟାଟେଲାଇଟ୍‌

223

Advertisment

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି 'ନାସା', ଏହାର ଅତ୍ୟାଧୁନିକ ଅନ୍ତରୀକ୍ଷ ଲେଜର୍‌ ସ୍ୟାଟେଲାଇଟ୍‌ Isset-2କୁ ଶନିବାର ମହାକାଶକୁ ଛାଡ଼ିଛି। ଏହି ଲେଜର୍‌ ସ୍ୟାଟେଲାଇଟ୍‌ ପୃଥିବୀ ପୃଷ୍ଠରେ ବରଫ ଚାଦରର ଉଚ୍ଚତା ହ୍ରାସ ଓ ସମୁଦ୍ର ପତ୍ତନର ବୃଦ୍ଧି ଭଳି ବିଶ୍ୱ ତାପନର କାରଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ।

Advertisment

କାଲିଫର୍ଣ୍ଣିଆର ଭ୍ୟାଣ୍ଡେନ୍‌ବର୍ଗ ଏୟାର୍‌ଫୋର୍ସ ବେସ୍‌ରୁ Delta II ରକେଟ୍‌ ଜରିଆରେ ଶନିବାର ସକାଳ ୬.୦୨ ମିନିଟ୍‌ରେ ଏହି ଲେଜର୍‌ ସ୍ୟାଟେଲାଇଟ୍‌କୁ ଲଞ୍ଚ୍‌ କରାଯାଇଥିଲା। ଏହାର ଓଜନ ୧.୫ ବିଲିୟନ୍‌ ଟନ୍‌। ଏହି ସ୍ୟାଟେଲାଇଟ୍ ପ୍ରତି ସେକେଣ୍ଡ୍‌ରେ ୧୦ ହଜାର ଥର ପ୍ରଜ୍ଜ୍ଵଳିତ ହେବ ଏବଂ ଆସନ୍ତା  ୩ ବର୍ଷ ପାଇଁ ଏହା ଅନ୍ତରୀକ୍ଷରେ ପ୍ରଦିକ୍ଷଣ କରିବ।

ପୃଥିବୀ ପୃଷ୍ଠରେ କ୍ରମାଗତଭାବେ ହ୍ରାସ ପାଉଥିବା ବରଫର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ଏହି ଲେଜର୍‌ ସ୍ୟାଟେଲାଇଟ୍‌ର ପ୍ରମୁଖ କାମ।

Advertisment

11Isset-2ର ନିର୍ମାଣରେ ଏକ ଅରବ ଡଲାର ଖର୍ଚ୍ଚ କରାଯାଇଛି। ଏନେଇ ନାସା ବୈଜ୍ଞାନିକ କହିଛନ୍ତି, “ପାଖାପାଖି ୧୦ ବର୍ଷ ପରେ ପ୍ରଥମଥର ପାଇଁ 'ନାସା' ପୃଥିବୀ ଉପରେ ଥିବା ବରଫ ଚାଦରର ଉଚ୍ଚତା ମାପିବ। ଏହା ପ୍ରତି ୨.୩ ଫୁଟ୍‌ରେ ବରଫର ସ୍ଥିତି ଆକଳନ କରିବ।”

ଏହା ପୂର୍ବରୁ ଏହି ଲକ୍ଷ୍ୟ ନେଇ୨୦୦୩ରେ Isset-1କୁ ପ୍ରେରଣ କରାଯାଇଥିଲା ଏବଂ ୨୦୦୯ରେ ଏହାର କାର୍ଯ୍ୟକାଳ ଶେଷ ହୋଇଥିଲା। Isset-1 ସଂଗ୍ରହ କରିଥିବା ତଥ୍ୟ ଅନୁସାରେ, ପୃଥିବୀରେ ସମୁଦ୍ର ପତ୍ତନରୁ ବରଫର ସ୍ତର ପତଳା ହେଉଛି ଏବଂ ଗ୍ରୀନ୍‌ଲାଣ୍ଡ୍‌ ଓ ଆର୍ଟଲାଣ୍ଟିକ୍‌ରେ ବରଫର ସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଏହାର ନଅ ବର୍ଷ ପରେ ଅପରେସନ୍‌ ଆଇସ୍‌ବ୍ରିଜ୍‌ ମିସନ୍‌ ନାମରେ ଏକ ବିମାନ ଆର୍କଟିକ୍‌ ଏବଂ ଆର୍ଟଲାଣ୍ଟିକ୍‌ ଉପରେ ଉଡ଼ାଣ ଭରିଥିଲା ଏବଂ ବରଫର ପରିବର୍ତ୍ତିତ ଆକାରର ଫଟୋ ସଂଗ୍ରହ କରିଥିଲା।
କିନ୍ତୁ ଅନ୍ତରୀକ୍ଷରୁ ପୃଥିବୀ ପୃଷ୍ଠର ବର୍ତ୍ତମାନ ସ୍ଥିତି ଜାଣିବା ପାଇଁ ଉପଗ୍ରହରେ ଆଲୋକ ଅଧିକ ହେବା ଦରକାର ବୋଲି 'ନାସା' ସ୍ଥିର କରିଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ନୂତନ ସ୍ୟାଟେଲାଇଟ୍‌ Isset-2କୁ ପ୍ରେରଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe