ଶେଷରେ ସଂସଦରେ ପହଞ୍ଚିଲେ ଇମ୍ରାନ୍‌ ଖାନ୍‌

ନୂଆଦିଲ୍ଲୀ: ଶେଷରେ ଆଜି ବିଳମ୍ବିତ ରାତିରେ ସଂସଦରେ ପହଞ୍ଚିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଅନାସ୍ଥା ପ୍ରସ୍ତବାକୁ ଏଡ଼ାଇବାକୁ ଚାହୁଁଥିବା ଇମ୍ରାନ୍‌ ଶେଷରେ ଏହାର ସମ୍ମୁଖୀନ ହେବାକୁ ରାଜି ହୋଇଛନ୍ତି। ସେହିପରି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିର ଅଧିକାରୀମାନେ ଉପ ବାଚଷ୍ପତିଙ୍କୁ ଅନାସ୍ଥା ଭୋଟ କରାଇବାକୁ ରାଜି କରାଇଛନ୍ତି। ସେପଟେ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ୍ ହେବାକୁ ଥିବା ବେଳେ ସୁପ୍ରିମକୋର୍ଟ ପହଁଚିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ନିର୍ଦ୍ଦେଶ ବିରୋଧରେ ପୁନର୍ବିଚାର […]

Imran-Khan.jpg1

Tapas Behera
  • Published: Saturday, 09 April 2022
  • , Updated: 10 April 2022, 10:44 AM IST

ନୂଆଦିଲ୍ଲୀ: ଶେଷରେ ଆଜି ବିଳମ୍ବିତ ରାତିରେ ସଂସଦରେ ପହଞ୍ଚିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଅନାସ୍ଥା ପ୍ରସ୍ତବାକୁ ଏଡ଼ାଇବାକୁ ଚାହୁଁଥିବା ଇମ୍ରାନ୍‌ ଶେଷରେ ଏହାର ସମ୍ମୁଖୀନ ହେବାକୁ ରାଜି ହୋଇଛନ୍ତି। ସେହିପରି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିର ଅଧିକାରୀମାନେ ଉପ ବାଚଷ୍ପତିଙ୍କୁ ଅନାସ୍ଥା ଭୋଟ କରାଇବାକୁ ରାଜି କରାଇଛନ୍ତି। ସେପଟେ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ୍ ହେବାକୁ ଥିବା ବେଳେ ସୁପ୍ରିମକୋର୍ଟ ପହଁଚିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ନିର୍ଦ୍ଦେଶ ବିରୋଧରେ ପୁନର୍ବିଚାର ଆବେଦନ କରିଛନ୍ତି ଇମ୍ରାନ ଖାନ।  ପାକିସ୍ତାନ ସଂସଦରେ ଭୋଟ ପୂର୍ବରୁ ଜୋରଦାର ବିତର୍କ ହୋଇଛି ।  ଭୋଟ ଟାଳିବାକୁ ଇମ୍ରାନ ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି  ।

ସରକାର ବଞ୍ଚାଇବାକୁ ଇମ୍ରାନ ଖାନ୍‌ଙ୍କ ମ୍ୟାଜିକ୍ ନମ୍ବର ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ।   ନ୍ୟାସନାଲ ଆସେମ୍ବଲିରେ ୩୪୨ ସଦସ୍ୟଙ୍କ ମଧ୍ୟରୁ ୧୯୯ ଜଣ ବିରୋଧୀଙ୍କୁ ସମର୍ଥନ କରୁଥିବା ସୂଚନା ମିଳିଛି।  ତେବେ ଇମ୍ରାନଙ୍କ ପାର୍ଟି ତେହେରିକ୍-ଇ-ଇନ୍‌ସାଫ ସପକ୍ଷରେ ପ୍ରାୟ ୧୪୪ ଜଣ ସଦସ୍ୟ ଅଛନ୍ତି ।

Related story