୬ ମାସ ପରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଲାଗୁ ହେଲା ଲକଡାଉନ

ୱେଲିଙ୍ଗଟନ୍‌: ମହାମାରୀ କରୋନା ଯୋଗୁ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି ଯେଉଁମାନେ ବେଶ ସଫଳତାର ସହ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଏହି ସବୁ ଦେଶ ମଧ୍ୟରୁ ଅନ୍ୟତମ ହେଉଛି ନ୍ୟୁଜିଲ୍ୟାଣ୍ଡ। ଦୀର୍ଘ ୬ ମାସ ପରେ ନ୍ୟୁଜିଲ୍ୟାଣ୍ଡରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହା ସ୍ଥାନୀୟ ସଂକ୍ରମଣ ଓ ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଯୋଗୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। […]

Lockdown

Hemant Lenka
  • Published: Tuesday, 17 August 2021
  • , Updated: 17 August 2021, 10:33 PM IST

ୱେଲିଙ୍ଗଟନ୍‌: ମହାମାରୀ କରୋନା ଯୋଗୁ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି ଯେଉଁମାନେ ବେଶ ସଫଳତାର ସହ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଏହି ସବୁ ଦେଶ ମଧ୍ୟରୁ ଅନ୍ୟତମ ହେଉଛି ନ୍ୟୁଜିଲ୍ୟାଣ୍ଡ। ଦୀର୍ଘ ୬ ମାସ ପରେ ନ୍ୟୁଜିଲ୍ୟାଣ୍ଡରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ଏହା ସ୍ଥାନୀୟ ସଂକ୍ରମଣ ଓ ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଯୋଗୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଜଣେ କରୋନା ରୋଗୀ ଚିହ୍ନଟ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ୩ ଦିନ ପାଇଁ ଲକଡାଉନ ଲାଗୁ କରିଛନ୍ତି।

ସେ କହିଛନ୍ତି, ନ୍ୟୁଜିଲ୍ୟାଣ୍ଡ ଦୀର୍ଘ ୬ ମାସ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ। ଏବେ ଜଣଙ୍କ ଶରୀରରୁ ଭାଇରସ ଠାବ ହୋଇଛି। ଆମେ କେବେ ହେଲେ ବିପଦପୂର୍ଣ୍ଣ ଡେଲ୍ଟା ଷ୍ଟ୍ରେନ ପାଇଁ କୌଣସି ପ୍ରକାରର ରିସ୍କ ନେଇପାରିବୁ ନାହିଁ। ଡେଲ୍ଟା ଷ୍ଟ୍ରେନ କ’ଣ କରିପାରେ, ସେକଥା ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖି ସାରିଛୁ।

ଆମେ ଯଦି ଠିକଣା ସମୟରେ ଏହାକୁ ରୋକି ପାରିବା ନାହିଁ, ତା’ହେଲେ ପରିସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି। ଆମକୁ ମୁକାବିଲା ପାଇଁ ଗୋଟିଏ ସୁଯୋଗ ରହିଛି। ଏହି କାରଣରୁ ଲକଡାଉନ ଲାଗୁ କରାଯାଉଛି। ମଙ୍ଗଳବାର ରାତିରୁ ୩ ଦିନ ପାଇଁ ଲକଡାଉନ ଲାଗୁ କରାଯିବ।

ଏହା ସହ ଅକଲ୍ୟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ସପ୍ତାହ କଟକଣା ଲାଗିବ। କାରଣ ଅକଲ୍ୟାଣ୍ଡରେ ହିଁ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ଟେଷ୍ଟିଂ ଓ ଟ୍ରେସିଂକୁ ଜୋରଦାର କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡରେ କରୋନା ଆରମ୍ଭରୁ ସଂକ୍ରମଣ ସେତେଟା ବ୍ୟାପିନାହିଁ। ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ଯୋଗୁ କେବଳ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

Related story