ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନପ ଜନକ ପୁରସ୍କାର ପାଇବେ। ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ  ଏହି ପୁରସ୍କାର ପାଇବାରେ ଯୋଗଗ୍ୟ ବିବେଚିତ ହୋଇଛନ୍ତି। ଉଭୟେ ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ  ସେମାନଙ୍କୁ ନୋବେଲ ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ […]

709

Tapas Behera
  • Published: Monday, 04 October 2021
  • , Updated: 04 October 2021, 04:32 PM IST

ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନପ ଜନକ ପୁରସ୍କାର ପାଇବେ। ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ  ଏହି ପୁରସ୍କାର ପାଇବାରେ ଯୋଗଗ୍ୟ ବିବେଚିତ ହୋଇଛନ୍ତି। ଉଭୟେ ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ  ସେମାନଙ୍କୁ ନୋବେଲ ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର (1.14 ମିଲିୟନ ଡଲାରରୁ ଅଧିକ) ଆର୍ଥିକ ରାଶି ମିଳିବ। ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ  ନୋବେଲ ପୁରସ୍କାର ମିଳିଥିଲା।  ଯାହା ଲିଭରୁ  ମାରାତ୍ମକ ରୋଗରୁ  ଉପଶମ ଦେଇପାରିବ।

ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି। ସେହିଅନୁଯାୟୀ,  ଫିଜିଓଲୋଜି କିମ୍ବା  ମେଡିସିନରେ  ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ  ନିର୍ଦ୍ଧାରିତ  ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।  ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଅନ୍ୟାନ୍ୟ ତଥା ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆସନ୍ତା ସପ୍ତାହରେ ନୋବେଲ ପୁରସ୍କାର ଘୋଷଣା କରାଯିବ।

Related story