ମୋଦିଙ୍କ ସହ ବୈଠକ ବେଳେ ରୁଷର ଆକ୍ରମଣକୁ ପ୍ରବଳ ନିନ୍ଦା କଲେ ନୋରଡିକ୍‌ ଦେଶ

ପ୍ୟାରିସ୍‌: ୟୁକ୍ରେନ ଉପରେ ରୁଷ ଜାରି ରଖିଥିବା ଆକ୍ରମଣକୁ ଏଯାଏ ଭାରତ ଖୋଲାଖୋଲି ସମାଲୋଚନା କରିନି। ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ନୋରଡିକ୍‌ ଦେଶର ପ୍ରଧାନମନ୍ତ୍ରୀମାନେ ରୁଷର ଆକ୍ରମଣକୁ ଖୋଲାଖୋଲି ଭାବେ ନିନ୍ଦା କରିଛନ୍ତି। ରୁଷର କାର୍ଯ୍ୟକଳାପକୁ ସେମାନେ ବେଆଇନ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ବୋଲି କହିଛନ୍ତି। ଭାରତ-ନୋରଡିକ୍‌ ଦେଶଗୁଡ଼ିକର ଦ୍ୱିତୀୟ ସମ୍ମିଳନୀ ପରେ ଜାରି ମିଳିତ ବିବୃତିରେ ଏପରି ତଥ୍ୟ ରହିଛି। ଆଜି ଭାରତର ପ୍ରଧାନମନ୍ତ୍ରୀ ମୋଦି ନୋରଡିକ […]

Nordic

Hemant Lenka
  • Published: Wednesday, 04 May 2022
  • , Updated: 04 May 2022, 09:38 PM IST

ପ୍ୟାରିସ୍‌: ୟୁକ୍ରେନ ଉପରେ ରୁଷ ଜାରି ରଖିଥିବା ଆକ୍ରମଣକୁ ଏଯାଏ ଭାରତ ଖୋଲାଖୋଲି ସମାଲୋଚନା କରିନି। ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ନୋରଡିକ୍‌ ଦେଶର ପ୍ରଧାନମନ୍ତ୍ରୀମାନେ ରୁଷର ଆକ୍ରମଣକୁ ଖୋଲାଖୋଲି ଭାବେ ନିନ୍ଦା କରିଛନ୍ତି। ରୁଷର କାର୍ଯ୍ୟକଳାପକୁ ସେମାନେ ବେଆଇନ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ବୋଲି କହିଛନ୍ତି। ଭାରତ-ନୋରଡିକ୍‌ ଦେଶଗୁଡ଼ିକର ଦ୍ୱିତୀୟ ସମ୍ମିଳନୀ ପରେ ଜାରି ମିଳିତ ବିବୃତିରେ ଏପରି ତଥ୍ୟ ରହିଛି।

ଆଜି ଭାରତର ପ୍ରଧାନମନ୍ତ୍ରୀ ମୋଦି ନୋରଡିକ ଦେଶ ଅର୍ଥାତ ନରୱେ, ସ୍ୱିଡେନ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଓ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହାପରେ ହିଁ ଏପରି ଏକ ବିବୃତି ଜାରି କରାଯାଇଛି। ବୈଠକରେ ମୋଦି ଭାରତ ଓ ନୋରଡିକ୍ ଦେଶଗୁଡ଼ିକ ମଧ୍ୟରେ ସୁସର୍ମ୍ପକକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିଥିଲେ। ଏଥିସହ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ମଧ୍ୟରେ ୟୁକ୍ରେନ ସଙ୍କଟ କଥା ମଧ୍ୟ ରହିଥିଲା। ମଲ୍ଟିଲାଟେରାଲ କୋପୋରେସନ, ଗ୍ରୀନ ଟ୍ରାଞ୍ଜିସନ, ଜଳବାୟୁ ପରିବର୍ତ୍ତନ, ବ୍ଲ୍ୟୁ ଅର୍ଥନୀତି ଓ ଡିଜିଟାଲାଇଜେସନ ସମ୍ପର୍କରେ ମଧ୍ୟ ମୋଦି ନୋରଡିକ୍ ଦେଶର ପ୍ରଧାନମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ମିଳିତ ବିବୃତିରେ କୁହାଯାଇଛି, “ନୋରଡିକ୍ ପ୍ରଧାନମନ୍ତ୍ରୀମାନେ ପୂର୍ବଭଳି ବେଶ ଦୃଢ଼ତାର ସହ ରୁଷ ସେନା ୟୁକ୍ରେନ ବିରୋଧରେ କରୁଥିବା କାର୍ଯ୍ୟକ୍ରମକୁ ବେଆଇନ ଓ ଉତ୍ତେଜନାପୂର୍ଣ୍ଣ କହି ତୀବ୍ର ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀମାନେ ବର୍ତ୍ତମାନ ୟୁକ୍ରେନରେ ଦେଖାଯାଇଥିବା ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଏକା ସ୍ୱରରେ ୟୁକ୍ରେନରେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ନିନ୍ଦା କରିଛନ୍ତି। ଏଥିସହ ସମସ୍ତେ ତୁରନ୍ତ ୟୁକ୍ରେନରେ ଚାଲିଥିବା ସଙ୍କଟମୟ ସ୍ଥିତିରେ ସୁଧାର ଆଣିବା ଦିଗରେ କାମ କରିବେ ବୋଲି ରାଜି ହୋଇଛନ୍ତି। ୟୁକ୍ରେନରେ ଦେଖାଯାଇଥିବା ବିବାଦର ପ୍ରଭାବ ବିଶ୍ୱ ଉପରେ କେମିତି ପଡ଼ୁଛି, ସେ ବିଷୟରେ ପ୍ରଧାନମନ୍ତ୍ରୀମାନେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରିଛନ୍ତି। ସମସ୍ତେ ବିବାଦର ସମାଧାନ ପାଇଁ ପ୍ରୟାସ କରିବାକୁ ରାଜି ହୋଇଛନ୍ତି।”

Related story