ଦୀର୍ଘ ୬ ମାସ ପରେ ଏହି ସ୍ଥାନରେ କରୋନା ନେଲା ଜଣଙ୍କ ଜୀବନ

ୱେଲିଙ୍ଗଟନ: ଦୀର୍ଘ ୬ ମାସର ବ୍ୟବଧାନ ପରେ କରୋନାରେ ଆକ୍ରାନ୍ତ ହୋଇ ନ୍ୟୁଜିଲ୍ୟାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ମହିଳା ଜଣଙ୍କ କରୋନାର ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲା। କରୋନାକୁ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ବେଶ ସକାରାତ୍ମକ ଭାବେ ମୁକାବିଲା କରିପାରିଛି। କିଛି ଦିନ ତଳେ ଜଣେ ବ୍ୟକ୍ତି ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହେବାରୁ ପ୍ରଧାନମନ୍ତ୍ରୀ ପୂରା ନ୍ୟୁଜିଲ୍ୟାଣ୍ଡକୁ ଲକଡାଉନ କରିଥିଲେ। ଏବେ ଜଣଙ୍କ ମୃତ୍ୟୁ ଘଟିଥିଲେ ହେଁ ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ […]

NZ

Hemant Lenka
  • Published: Saturday, 04 September 2021
  • , Updated: 04 September 2021, 12:23 PM IST

ୱେଲିଙ୍ଗଟନ: ଦୀର୍ଘ ୬ ମାସର ବ୍ୟବଧାନ ପରେ କରୋନାରେ ଆକ୍ରାନ୍ତ ହୋଇ ନ୍ୟୁଜିଲ୍ୟାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ମହିଳା ଜଣଙ୍କ କରୋନାର ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲା। କରୋନାକୁ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ବେଶ ସକାରାତ୍ମକ ଭାବେ ମୁକାବିଲା କରିପାରିଛି।

କିଛି ଦିନ ତଳେ ଜଣେ ବ୍ୟକ୍ତି ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହେବାରୁ ପ୍ରଧାନମନ୍ତ୍ରୀ ପୂରା ନ୍ୟୁଜିଲ୍ୟାଣ୍ଡକୁ ଲକଡାଉନ କରିଥିଲେ। ଏବେ ଜଣଙ୍କ ମୃତ୍ୟୁ ଘଟିଥିଲେ ହେଁ ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ଥିବା ପ୍ରଶାଦନ ଦାବି କରିଛି।

ମିଳିଥିବା ସୂଚନା ଅନୁସାରେ, ୯୦ ବର୍ଷୀୟ ମହିଳା ଜଣଙ୍କ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ଓ ଆଇସିୟୁରେ ଚିକିତ୍ସା ଯୋଗାଇ ଦିଆଯାଇ ଥିଲେ ହେଁ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଶେଷରେ ସେ ଶୁକ୍ରବାର ରାତିରେ ଅକଲ୍ୟାଣ୍ଡର ଗୋଟିଏ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।

ଏହାକୁ ମିଶାଇ ନ୍ୟୁଜିଲ୍ୟାଣ୍ଡରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସେହିପରି ଚଳିତ ବର୍ଷ ଫେବୃଆରୀ ପରେ ଏହା ଦେଶରେ ପ୍ରଥମ କରୋନା ଜନିତ ମୃତ୍ୟୁ। ବୃଦ୍ଧା ଜଣଙ୍କ କରୋନାରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଏବେ ନ୍ୟୁଜିଲ୍ୟାଣ୍ଡରେ ଉପର ମୁହାଁ ହୋଇଥିବା ସଂକ୍ରମଣ ଆଜି ହ୍ରାସ ପାଇଛି। ଗତ ସପ୍ତାହରେ ଦେଶରେ ଦୈନିକ ୮୪ ଜଣ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ୨୦କୁ ଖସି ଆସିଛି। ଦେଶରେ ଜାରି ଶକ୍ତ ଲକଡାଉନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ କହିଛନ୍ତି।

Related story