ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, କ’ଣ ଗାଦିରୁ ହଟିବେ ପାକ୍‌ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନ ଓ ତାଙ୍କ ସରକାର ଫେଲ ମାରିଥିବାରୁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ୧୦୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଏହି ପ୍ରସ୍ତାବକୁ ସଂସଦୀୟ ସଚିବଙ୍କ ନିକଟରେ ଦାଖଲ କରାଯାଇଛି। ନିୟମ ଅନୁସାରେ, […]

Pakisatn

Hemant Lenka
  • Published: Tuesday, 08 March 2022
  • , Updated: 08 March 2022, 08:34 PM IST

ଇସଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ଇମ୍ରାନ ଖାନ ଓ ତାଙ୍କ ସରକାର ଫେଲ ମାରିଥିବାରୁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି।

ଏହି ଅନାସ୍ଥା ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ୧୦୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଏହି ପ୍ରସ୍ତାବକୁ ସଂସଦୀୟ ସଚିବଙ୍କ ନିକଟରେ ଦାଖଲ କରାଯାଇଛି।

ନିୟମ ଅନୁସାରେ, କୌଣିସ ପ୍ରସ୍ତାବ ସପକ୍ଷରେ ଯଦି ୬୮ ଜଣ ସାଂସଦଙ୍କ ଦସ୍ତଖତ ରହୁଛି, ତା’ହେଲେ ବାଚସ୍ପତି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଧ୍ୟ। ସେହିପରି ପ୍ରସ୍ତାବ ଦେବାର ୩ରୁ ୭ ଦିନ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ମଧ୍ୟ ହେବ। ତେଣୁ ଇମ୍ରାନ ଖାନଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ଏବେ ନିଶ୍ଚିତ ହୋଇଛି।

ଇମ୍ରାନ ଖାନ ଓ ତାଙ୍କ କ୍ୟାବିନେଟକୁ ହଟାଇବାକୁ ହେଲେ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ଇମ୍ରାନ ଖାନ ମେଣ୍ଟ ସରକାରର ନେତୃତ୍ୱ ନେଉଛନ୍ତି। ତେଣୁ ତାଙ୍କୁ ସମର୍ଥନ କରୁଥିବା ଦଳର କିଛି ସଦସ୍ୟ ଯଦି ଅନାସ୍ଥା ସପକ୍ଷରେ ଭୋଟ ଦିଅନ୍ତି, ତା’ହେଲେ ଇମ୍ରାନ ଖାନଙ୍କ ପଦ ଚାଲିଯିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨୦୨୮ ଯାଏ ଶାସନରେ ରହିବେ ବୋଲି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଦେଶର ଆର୍ମି ମୋ ସହ ରହିଛି। ସେମାନେ କେବେ ହେଲେ ଚୋର ମାନଙ୍କୁ ସମର୍ଥନ କରିବେନି। ଲୋକମାନେ ବିରୋଧୀଙ୍କୁ ବିଶ୍ୱାସକୁ ନେଉ ନାହାନ୍ତି। ତେଣୁ ବିରୋଧୀ ଏବେ ବିଭିନ୍ନ ପ୍ରତିଷ୍ଠାନର ସହଯୋଗ ଲୋଡ଼ୁଛନ୍ତି।

ଏହି ପ୍ରସ୍ତାବ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ। ଆମ ସରକାର ୨୦୨୮ ଯାଏ କାର୍ଯ୍ୟ କରିବ। ବିରୋଧୀ ବିଶାଳ ପରାଜୟ ବରଣ କରିବେ। ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ପାଇଁ ମୋ ସହଯୋଗୀମାନଙ୍କୁ ୧୮୦ ମିଲିୟନ ଟଙ୍କା ଦିଆଯିବ ବୋଲି କୁହାଯାଉଛି। ମୁଁ ମୋ ସହଯୋଗୀମାନଙ୍କୁ ଟଙ୍କା ଆଣିବାକୁ କହିଛି। ସେମାନେ ଟଙ୍କା ଆଣି ଗରିବଙ୍କ ମଧ୍ୟରେ ଏହାକୁ ବାଣ୍ଟିବେ।”

Related story