ସୋଶାଲ ମିଡିଆକୁ କାହିଁକି ହଠାତ୍‌ ଅଚଳ କରିଥିଲା ପାକିସ୍ତାନ

ଇସଲାମାବାଦ: ଫ୍ରାନ୍ସ ବିରୋଧୀ ଆନ୍ଦୋଳନ ଦେଶରେ ଭୟଙ୍କର ରୂପ ନେଉଥିବାରୁ ପାକିସ୍ତାନ ସରକାର ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଓ ଇନଷ୍ଟା ମେସେଜ୍‌ ଆପ୍‌ର ବ୍ୟବହାର ଉପରେ ରୋକ ଲଗାଇଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦେଶର ଟେଲି କମ୍ୟୁନିକେସନ ଅଥୋରିଟିକୁ ଗତକାଲି ରାତିରୁ ନୋଟିସ୍‌ କରି କହିଥିଲା ଯେ ଟ୍ୱିଟର, ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ ଓ ଟେଲିଗ୍ରାମ ଉପରେ ଆଜି ଦିନ ୩ଟା ଯାଏ ସଂପୂର୍ଣ୍ଣ ଲଗାଯାଉ। ଏହି ନୋଟିସ୍‌ ପରେ ଆଜି ଦିନ ୩ଟା ଯାଏ […]

Pakistan

Hemant Lenka
  • Published: Friday, 16 April 2021
  • , Updated: 16 April 2021, 04:36 PM IST

ଇସଲାମାବାଦ: ଫ୍ରାନ୍ସ ବିରୋଧୀ ଆନ୍ଦୋଳନ ଦେଶରେ ଭୟଙ୍କର ରୂପ ନେଉଥିବାରୁ ପାକିସ୍ତାନ ସରକାର ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଓ ଇନଷ୍ଟା ମେସେଜ୍‌ ଆପ୍‌ର ବ୍ୟବହାର ଉପରେ ରୋକ ଲଗାଇଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦେଶର ଟେଲି କମ୍ୟୁନିକେସନ ଅଥୋରିଟିକୁ ଗତକାଲି ରାତିରୁ ନୋଟିସ୍‌ କରି କହିଥିଲା ଯେ ଟ୍ୱିଟର, ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ ଓ ଟେଲିଗ୍ରାମ ଉପରେ ଆଜି ଦିନ ୩ଟା ଯାଏ ସଂପୂର୍ଣ୍ଣ ଲଗାଯାଉ। ଏହି ନୋଟିସ୍‌ ପରେ ଆଜି ଦିନ ୩ଟା ଯାଏ ଦେଶରେ ସୋଶାଲ ମିଡିଆ ଅଚଳ ହୋଇଯାଇଥିଲା। ଏବେ କଟକଣା ପ୍ରତ୍ୟାହାର ହୋଇଥିଲେ ହେଁ ବିଭିନ୍ନ ସ୍ଥାନରେ ସୋଶାଲ ମିଡିଆ ଚାଲୁ ନଥିବା ଅଭିଯୋଗ ଆସିବାରେ ଲାଗିଛି।

ପାକିସ୍ତାନ ସରକାର ସୋଶାଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇଥିଲେ ହେଁ ଏହାର କାରଣ ସମ୍ପର୍କରେ କିଛି ବି କହିନାହାନ୍ତି। କିନ୍ତୁ ପାକିସ୍ତାନରେ ବ୍ୟାପୁଥିବା ହିଂସାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଗତକାଲି ଫ୍ରାନ୍ସ ଦୂତାବସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ତୁରନ୍ତ ଇସଲାବାଦ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା।

ପାକିସ୍ତାନରେ ହିଂସା ଏତେ ବ୍ୟାପକ ହୋଇଛି ଯେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇ ସାରିଲେଣି। ଫ୍ରାନ୍ସ କମ୍ପାନୀ ଓ ନାଗରିକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଦୂତାବାସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

ଫ୍ରାନ୍ସ କାର୍ଟୁନିଷ୍ଟମାନେ ପ୍ରଫେଟ ମହମ୍ମଦଙ୍କ ବିକୃତ କାର୍ଟୁନ କରୁଥିବାରୁ ଏହା ବିରୋଧରେ ଇସଲାମ ଧର୍ମଗୁରୁମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି। ତେବେ ପୁଲିସ୍‌ ଏହାପୂର୍ବରୁ ଧର୍ମଗୁରୁମାନଙ୍କୁ ଗିରଫ କରୁଥିବାରୁ ସେମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଉଛନ୍ତି।

Related story