ଚେତାଶୂନ୍ୟ ହୋଇପଡ଼ିଲେ ପାଇଲଟ୍‌, ପାସେଞ୍ଜର ଚଳାଇଲେ ବିମାନ: ଏମିତି ଥିଲା ଯାତ୍ରା

ନୂଆଦିଲ୍ଲୀ: ମଝି ଆକାଶରେ ଘଟିଲା ଅଭାବନୀୟ ଘଟଣା। ବୁଦ୍ଧି  ବଣା ହୋଇଯିବା ଭଳି ଘଟଣା। ଯାହା କେବେ ଭାବି ହେବନି କି ଆଶଙ୍କା କରିହେନି। ହେଲେ ଧର୍ଯ୍ୟର ସହ ମୃତ୍ୟୁର ଫାସରୁ ମୁକୁଳି ଭଳି  ଚମତ୍କାର ଘଟଣା ଘଟିଛି। ଏମିତି ଖବର ଯାହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିଦେବ । ବିଶ୍ୱାସ କରିପାରିବେନି, ସତରେ କଣ ଏମିତି ହୋଇପାରେ । ଆମେରିକାର ଫ୍ଲୋରିଡାରେ ଗତ ମଙ୍ଗଳବାର ଘଟିଥିବା ଏକ ଘଟଣା  ସାମ୍ନାକୁ ଆସିବା ପରେ ତାକୁ ନେଇ ଚର୍ଚ୍ଚା […]

pilot

Tapas Behera
  • Published: Wednesday, 18 May 2022
  • , Updated: 18 May 2022, 11:04 AM IST

ନୂଆଦିଲ୍ଲୀ: ମଝି ଆକାଶରେ ଘଟିଲା ଅଭାବନୀୟ ଘଟଣା। ବୁଦ୍ଧି  ବଣା ହୋଇଯିବା ଭଳି ଘଟଣା। ଯାହା କେବେ ଭାବି ହେବନି କି ଆଶଙ୍କା କରିହେନି। ହେଲେ ଧର୍ଯ୍ୟର ସହ ମୃତ୍ୟୁର ଫାସରୁ ମୁକୁଳି ଭଳି  ଚମତ୍କାର ଘଟଣା ଘଟିଛି। ଏମିତି ଖବର ଯାହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିଦେବ । ବିଶ୍ୱାସ କରିପାରିବେନି, ସତରେ କଣ ଏମିତି ହୋଇପାରେ ।

ଆମେରିକାର ଫ୍ଲୋରିଡାରେ ଗତ ମଙ୍ଗଳବାର ଘଟିଥିବା ଏକ ଘଟଣା  ସାମ୍ନାକୁ ଆସିବା ପରେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।  ଚର୍ଚ୍ଚା ନୁହେଁ ତ’ ବରଂ ପ୍ରଶଂସାର ପାତ୍ର ପାଲଟିଛନ୍ତି ଆମେରିକାର ୩୯ ବର୍ଷୀୟ ଡାରେନ୍ ହ୍ୟାରିସନ୍ । କିଏ ତାଙ୍କୁ ଡେୟାର ଡେଭିଲ ମ୍ୟାନ୍ କହୁଛି ତ ଆଉ କିଏ ସୁପରହିରୋ। ସାଧାରଣ ଯୁବକରୁ ବନିଯାଇଛନ୍ତି ଅସାଧାରଣ ବ୍ୟକ୍ତିତ୍ୱ  । କାରଣ ଜଣେ ସାଧାରଣ ଲୋକ କେବେ କରିନଥିବା କାମକୁ କରିଦେଖାଇଛନ୍ତି ହ୍ୟାରିସନ୍ ।  ବିମାନ ଉଡାଇବାର ସାମାନ୍ୟତମ ଅଭିଜ୍ଞତା ନଥାଇ ବି ସେ ସଫଳତାର ସହ ଲାଣ୍ଡିଂ କରାଇପାରିଛନ୍ତି ଏକ ବିପଦସଂକୁଳ ଚାର୍ଟର ପ୍ଲେନ୍ । ଆମେରିକା ଫ୍ଲୋରିଡାର ଏହି ଘଟଣା ଗତ ମଙ୍ଗଳବାର ଘଟିଥିବା ବେଳେ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି।   ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହ୍ୟାରିସନ୍ ମଝି ଆକାଶରେ ବିମାନ ଭିତରେ ସେଦିନ ଘଟିଥିବା ଟିକନିଖ ଘଟଣା ବଖାଣିଛନ୍ତି।  ମେ ୧୦, ମଙ୍ଗଳବାର। ସିଙ୍ଗିଲ ଇଞ୍ଜିନ୍ ପ୍ଲେନ୍‌ରେ ପାଇଲଟଙ୍କ ସହ ଫ୍ଲୋରିଡା ଅଭିମୁଖେ ବାହାରିଥିଲେ ହ୍ୟାରିସନ୍ ।  ମଝି ଆକାଶରେ ପାଇଲଟଙ୍କ ସହ ଫଟୋ ବି ନେଇଥିଲେ ।

ସବୁ କିଛି ଠିକ୍ ଚାଲିଥିଲା ।  ହଠାତ୍ ପାଇଲଟ୍ କହିଲେ ତାଙ୍କର ମୁଣ୍ଡ ଭାରି ଲାଗୁଛି ଏବଂ ସେ ଅସ୍ଥିର ଅନୁଭବ କରୁଛନ୍ତି ।  ହ୍ୟାରିସନ୍ ପାଇଲଟଙ୍କୁ ପଚାରିଥିଲେ ବର୍ତ୍ତମାନ ସେମାନେ କଣ କରିବା ଉଚିତ।  ହେଲେ ହ୍ୟାରିସନଙ୍କ କଥା ଶୁଣିପାରିନଥିଲେ ପାଇଲଟ୍।  ଅଚେତ ହୋଇଯାଇଥିଲେ॥  ଘରୋଇ ବିମାନରେ କୌଣସି କୋ-ପାଇଲଟ୍ ବି ନଥିଲେ।  ଏଭଳି ସ୍ଥିତିରେ ଯେ କେହିବି ବ୍ୟତିବ୍ୟସ୍ତ ହୋଇପଡ଼ିବା ସ୍ୱାଭାବିକ  । କାରଣ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେ ଜୀବନ ଯିବା ଏକପ୍ରକାର ନିଶ୍ଚିତ ।

ହେଲେ ଡାରେନ୍ ନେଇଥିଲେ ଦୁଃସାହସିକ ପଦକ୍ଷେପ।  ଦ୍ରୁତ ବେଗରେ ତଳକୁ ତଳକୁ ଖସୁଥିଲା ବିମାନ।   ହ୍ୟାରିସନଙ୍କ ମନରେ ଆସିଥିଲା, ତୁରନ୍ତ ଯଦି ସେ କିଛି ନକରନ୍ତି ତେବେ ମୃତ୍ୟୁ ସୁନିଶ୍ଚିତ ।  ପତ୍ନୀଙ୍କୁ ଦେଖିବାକୁ ହେଲେ ତାଙ୍କୁ ଏହା କରି ଦେଖାଇବାକୁ ପଡିବ । ହେଲେ ପୂର୍ବରୁ କେବେ ବିମାନ ଉଡାଇନଥିବା ହ୍ୟାରିସନଙ୍କ ପାଇଁ ସବୁକିଛି ସହଜ ନଥିଲା  । କଣ କରିବେ, କେମିତି କରିବେ ବୁଦ୍ଧିବାଟ ଦିଶୁନଥିଲା ।ଜୀବନ-ମୃତ୍ୟୁର ଦୋଛକିରେ ସାହସ ଜୁଟାଇ ନିଷ୍ପତ୍ତି ନେଇଥିଲେ ବିମାନ ଉଡାଇବାକୁ । ସଙ୍ଗେ ସଙ୍ଗେ ସମ୍ଭାଳି ନେଇଥିଲେ ପାଇଲଟ ସିଟ୍ ।

ଏୟାର ଟ୍ରାଫିକ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରି ପାଇଥିଲେ ବିମାନ ଅବତରଣର ବାଟ। ବାସ୍ ଧୈର୍ଯ୍ୟ ଧରି, ମନ ସ୍ଥିର ରଖି ୧୦ ମିନିଟ୍ ମଧ୍ୟରେ ପାମ୍ ବିଚ୍ ଇଂଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଲାଣ୍ଡିଂ କରାଇଥିଲେ ହ୍ୟାରିସନ୍ । ମଝି ଆକାଶରୁ ମୃତ୍ୟୁ ମୁଖରୁ ଫେରିବା ପରେ ପତ୍ନୀଙ୍କୁ ପ୍ରଥମ କଲ୍ କରିଥିଲେ ହ୍ୟାରିସନ୍ ।  କହିଥିଲେ, ତାଙ୍କ ଯୋଗୁଁ ସବୁ ସମ୍ଭବ ହୋଇପାରିଛି  । ହ୍ୟାରିସନଙ୍କ ପତ୍ନୀ ବ୍ରିଟନୀ ଏବେ ୭ ମାସର ଗର୍ଭବତୀ ।  ଅଗଷ୍ଟ ମାସରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ।  ତେବେ ମୃତ୍ୟୁ ସହ ଲଢି ଜୀବନ ପାଇଥିବା ବାପା ହ୍ୟାରିସନଙ୍କ ସାହସିକ କାହାଣୀ ଅାସୁଥିବା ନୂଅା ଅତିଥିଙ୍କ ପାଇଁ ପ୍ରେରଣା ସାଜିବ ବୋଲି କହିଛନ୍ତି ବ୍ରିଟନୀ ।

Related story