ଇସ୍ରାଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନ୍ୟୁୟର୍କ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ପରସ୍ପର ରକେଟ ମାଡ଼ କରି ମୁହଁତୋଡ ଜବାବ ଦେଉଛନ୍ତି। ଏହି ରକେଟ ମାଡ଼ରେ ସର୍ବାଧିକ କ୍ଷତି ହୋଇଛି ପାଲେଷ୍ଟାଇନରେ ଥିବା ଗାଜା ସହର। ଏବେ ଆମେରିକା ଏବଂ ବିଭିନ୍ନ ଦେଶରେ ରହୁଥିବା ପାଲେଷ୍ଟାଇନବାସୀ ଇସ୍ରାଏଲକୁ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ଲସ ଏଞ୍ଜେଲସ, ବୋଷ୍ଟନ, ଫିଲାଡୋଲ୍ପିଆ ଏବଂ ଆମେରିକାର ଅନ୍ୟାନ୍ୟ ସହରରେ ପାଲେଷ୍ଟାଇନବାସୀ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। […]

israel

israel

Subhransu Sekhar
  • Published: Sunday, 16 May 2021
  • Updated: 16 May 2021, 08:26 PM IST

Sports

Latest News

ନ୍ୟୁୟର୍କ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ପରସ୍ପର ରକେଟ ମାଡ଼ କରି ମୁହଁତୋଡ ଜବାବ ଦେଉଛନ୍ତି। ଏହି ରକେଟ ମାଡ଼ରେ ସର୍ବାଧିକ କ୍ଷତି ହୋଇଛି ପାଲେଷ୍ଟାଇନରେ ଥିବା ଗାଜା ସହର। ଏବେ ଆମେରିକା ଏବଂ ବିଭିନ୍ନ ଦେଶରେ ରହୁଥିବା ପାଲେଷ୍ଟାଇନବାସୀ ଇସ୍ରାଏଲକୁ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ଲସ ଏଞ୍ଜେଲସ, ବୋଷ୍ଟନ, ଫିଲାଡୋଲ୍ପିଆ ଏବଂ ଆମେରିକାର ଅନ୍ୟାନ୍ୟ ସହରରେ ପାଲେଷ୍ଟାଇନବାସୀ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେମାନେ ଇସ୍ରାଏଲ କବଳରୁ ପାଲେଷ୍ଟାଇନକୁ ମୁକ୍ତ କରିବା ପାଇଁ ପୋଷ୍ଟର ଜରିଆରେ ବାର୍ତ୍ତା ଦେଇଛନ୍ତି। ବିଗତ ୭ ଦିନ ଧରି ଚାଲିଥିବା ଏହି ଘଟଣାରେ ଗାଜାର ୧୪୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇସ୍ରାଏଲର ୮ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପିର ୟୁରୋପରେ ଥିବା ଲଣ୍ଡନ, ବର୍ଲିନ, ମାଡ୍ରିଡ ଏବଂ ପ୍ୟାରିସ ଆଦି ସହରରେ ଫିଲିସ୍ତାନୀ ମାନେ ରାସ୍ତାକୁ ଆସି ଇସ୍ରାଏଲ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଉ ଗାଜା ଉପରେ ବୋମା ନପକାଇବାକୁ ଇସ୍ରାଏଲକୁ ନିବେଦନ କରିବା ସହିତ ଫ୍ରି ପାଲେଷ୍ଟାଇନର ନାରା ଦେଇଛନ୍ତି।

ଅନ୍ୟପଟେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ଇସ୍ରାଏଲ ଓ ଗାଜା ବାବଦରେ ଜାତିସଂଘ ନିରପତ୍ତା ପରିଷଦକୁ ଅବଗତ କରାଇଛନ୍ତି। ତୁରନ୍ତ ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ପାଇଁ ଜାତିସଂଘକୁ ଚାଇନା ନିବେଦନ କରିଛି। ତେବେ ଘଟଣାକୁ ୭ ଦିନ ବିତିଥିଲେ ମଧ୍ୟ ଜାତିସଂଘ ନିଜ ଆଡୁ କୌଣସି ପଦକ୍ଷେପ ନେଇନଥିବାରୁ ଚାଇନା ଏ ନେଇ ଅସନ୍ତୋଷ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ମେ ୭ରେ ଏହି ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଦିନ ଅଲ-ଆକସା ମସଜିଦ କମ୍ପାଉଣ୍ଡରେ ଇସ୍ରାଏଲ ପୁଲିସ ଏବଂ ପାଲେଷ୍ଟାଇନ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ମେ ୧୦ରେ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ଇସ୍ରାଏଲ ଆଡକୁ ରକେଟ୍ ମାଡ଼ କରିଥିଲା। ଏହାର ଜବାବରେ ଇସ୍ରାଏଲ ମଧ୍ୟ ହମାସ ବେସ ଉପରେ ରକେଟ୍ ମାଡ଼ କରିଥିଲା। ଏଥିରେ ଅନେକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ତେବେ ଗାଜାର ରକେଟ ମାଡ଼ରେ ଇସ୍ରାଏଲରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos