ମହିଳାଙ୍କୁ ଗିରଫ କରିବା ପରେ ଦୁଷ୍କର୍ମ କଲେ, ତା’ ପରେ ହତ୍ୟା କରି ଜାଳିଦେଲେ ପୁଲିସ ବାବୁ

ଲଣ୍ଡନ: ସମସ୍ତଙ୍କୁ ଦୋହଲାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ମହିଳାଙ୍କ ସହ ବର୍ବରକାଣ୍ଡ ଘଟିଛି। ଜଣେ ପୁଲିସ୍‌ ଅଧିକାରୀ ତାଙ୍କୁ ହାତକଡ଼ା ପିନ୍ଧାଇ ଗିରଫ କରିବା ପରେ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏତିକିରେ ତାଙ୍କ ମନ ଶାନ୍ତି ହୋଇ ନଥିଲା। ଦୁଷ୍କର୍ମ କରିବା ପରେ ସେ ମହିଳାଙ୍କୁ ହତ୍ୟା କରିଥିଲେ। ଶେଷରେ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ଶବକୁ ମଧ୍ୟ ଜାଳି ଦେଇଛନ୍ତି। […]

sarah

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 05:51 PM IST

ଲଣ୍ଡନ: ସମସ୍ତଙ୍କୁ ଦୋହଲାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ମହିଳାଙ୍କ ସହ ବର୍ବରକାଣ୍ଡ ଘଟିଛି। ଜଣେ ପୁଲିସ୍‌ ଅଧିକାରୀ ତାଙ୍କୁ ହାତକଡ଼ା ପିନ୍ଧାଇ ଗିରଫ କରିବା ପରେ ତାଙ୍କୁ ଦୁଷ୍କର୍ମ କରିଛନ୍ତି।

ଏତିକିରେ ତାଙ୍କ ମନ ଶାନ୍ତି ହୋଇ ନଥିଲା। ଦୁଷ୍କର୍ମ କରିବା ପରେ ସେ ମହିଳାଙ୍କୁ ହତ୍ୟା କରିଥିଲେ। ଶେଷରେ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ଶବକୁ ମଧ୍ୟ ଜାଳି ଦେଇଛନ୍ତି। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ପୂରା ଘଟଣାର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ମସିହା ମାର୍ଚ୍ଚ ୩-୪ ତାରିଖ ରାତିରେ ଏପରି ଘଟଣା ଘଟିଥିଲା।

ମୃତ ମହିଳାଙ୍କ ନାଁ ସାରା ଏଭରାର୍ଡ। ତାଙ୍କ ବୟସ ୩୩। ସେ ଜଣେ ମାର୍କେଟିଂ ଏକଜ୍ୟୁକେଟିଭ ଭାବେ କାମ କରୁଥିଲେ। ଅଭିଯୁକ୍ତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଲେ ୪୮ ବର୍ଷୀୟ ବାୟେନ ଫୃଜେନ୍ସ। ସେ ସାରାଙ୍କ ବେକକୁ ବେଲ୍ଟରେ ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବାୟେନଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା ଓ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ତାଙ୍କୁ ଆଜୀବନ ଜେଲଦଣ୍ଡ ମିଳିପାରେ।

[caption id="" align="aligncenter" width="838"] ଅଭିଯୁକ୍ତ ପୁଲିସ୍‌ ଅଧିକାରୀ ବାୟେନ[/caption]

ବ୍ରିଟେନର ଗୋଟିଏ କୋର୍ଟରେ ବର୍ତ୍ତମାନ ମାମଲାର ଶୁଣାଣି ଚାଲିଛି। ଶୁଣାଣି ବେଳେ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ଅଭିଯୁକ୍ତ ବାୟେନ ପୂରା ଯୋଜନା ମୁତାବକ ସବୁ କିଛି କରିଛନ୍ତି। ସେ ଦୀର୍ଘଦିନ ହେଲା ସାରାଙ୍କୁ ଅପହରଣ କରିବା ପାଇଁ ଲଣ୍ଡନ ରାସ୍ତାରେ ବୁଲୁଥିଲେ।

ସେ ସାରାଙ୍କୁ ଏକାକୀ ପାଇବା କ୍ଷଣି କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଥିଲେ। ଏହାପରେ ତାଙ୍କୁ ହାତକଡ଼ି ପକାଇ କାର୍‌ରେ ବସାଇଥିଲେ। ଘଟଣା ଦିନ ବାୟେନ ପରିବାର ଲୋକଙ୍କୁ ସେ ନାଇଟ ଡ୍ୟୁଟି କରୁଥିବା କହିଥିଲେ। କିନ୍ତୁ ବାସ୍ତବରେ ସେ ଘଟଣା ଦିନ ଅଫ ନେଇଥିଲେ।

ସାରାଙ୍କୁ କାରରେ ବସାଇ ସେ ଲଣ୍ଡନ ଠାରୁ ୧୨୦ କିମି ଦୂର କେଣ୍ଟର ଗୋଟିଏ ଶୂନସାନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଦୀର୍ଘ ୫ ଘଣ୍ଟା କାଳ ଦୁଷ୍କର୍ମ କରିଥିଲେ। ଏହାପରେ ବେଲ୍ଟରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଉକ୍ତ ସ୍ଥାନରେ ହିଁ ତାଙ୍କ ଶବକୁ ଜାଳିଦେଇଥିଲେ। ଶବ ଜଳୁଥିବା ବେଳେ ଏହାକୁ ପାଣିରେ ଫୋପାଡ଼ି ବାୟେନ ସେଠାରୁ ଫେରାର ହୋଇ ଯାଇଥିଲେ। ଏବେ ଏସବୁ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

Related story