ପୁଣି ଖୋଲିଲା ନର୍କର ଦ୍ୱାର, ଦେଖିବାକୁ ଲୋକଙ୍କ ଭିଡ଼

ୱାଶିଂଟନ: ପୁଣିଥରେ ଖୋଲିଛି ନର୍କର ଦ୍ୱାରା। ବର୍ଷବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ। ଏବେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କାଲିଫର୍ଣ୍ଣିଆର ଇଷ୍ଟର୍ଣ୍ଣ ନାପା ଭ୍ୟାଲି ହ୍ରଦରେ ଥିବା ନର୍କର ଦ୍ୱାରା ଖୋଲିଛି। Berryessa ଜଳାଶୟରେ ନର୍କର ଦ୍ୱାର ଖୋଲିବା ଖବର ପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶେଷ ଥର ପାଇଁ ୨୦୧୮ ଓ ୨୦୧୯ରେ ଏଠାରେ ନର୍କର ଦ୍ୱାର ଖୋଲା ଯାଇଥିଲା। ବର୍ଷବର୍ଷ […]

hell

hell

Hemant Lenka
  • Published: Saturday, 16 April 2022
  • Updated: 16 April 2022, 12:14 PM IST

Sports

Latest News

ୱାଶିଂଟନ: ପୁଣିଥରେ ଖୋଲିଛି ନର୍କର ଦ୍ୱାରା। ବର୍ଷବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ। ଏବେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କାଲିଫର୍ଣ୍ଣିଆର ଇଷ୍ଟର୍ଣ୍ଣ ନାପା ଭ୍ୟାଲି ହ୍ରଦରେ ଥିବା ନର୍କର ଦ୍ୱାରା ଖୋଲିଛି। Berryessa ଜଳାଶୟରେ ନର୍କର ଦ୍ୱାର ଖୋଲିବା ଖବର ପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶେଷ ଥର ପାଇଁ ୨୦୧୮ ଓ ୨୦୧୯ରେ ଏଠାରେ ନର୍କର ଦ୍ୱାର ଖୋଲା ଯାଇଥିଲା।

ବର୍ଷବର୍ଷ ଧରି ଏହି ଦୃଶ୍ୟକୁ ସ୍ଥାନୀୟ ଲୋକମାନେ ଦେଖି ଆସୁଛନ୍ତି। ଏହି ସୁଡ଼ଙ୍ଗକୁ ୧୯୫୦ରେ ତିଆରି କରାଯାଇଥିଲା। ଡ୍ୟାମରୁ ନିର୍ଗତ ପାଣିର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ Berryessa ଜଳାଶୟକୁ ବ୍ୟବହାର କରାଯାଏ। ଉକ୍ତ ହ୍ରଦରେ ଏପରି ବ୍ୟବସ୍ଥା ହୋଇଛି।

ଏହି ସୁଡ଼ଙ୍ଗକୁ ଗ୍ଲୋରୀ ହୋଲ୍ ମଧ୍ୟ କୁହାଯାଏ। ଶତାଧିକ ଲୋକ ଏହି ତଥାକଥିତ ନର୍କର ଦ୍ୱାରକୁ ଦେଖିବା ପାଇଁ ଆସିଥାଆନ୍ତି। Berryessa ଜଳାଶୟ ୫୨୧୦ କୋଟି ଗାଲୋନ୍ସ ପାଣି ଧାରଣ କରିବାର କ୍ଷମତା ରଖିଛି। ୨୦୧୮ରେ ଏହାର କ୍ଷମତା ପୂରି ଯାଇଥିଲା। ଏପରି ଘଟଣା ୧୧ ବର୍ଷ ମଧ୍ୟରେ ପ୍ରଥମଥର ଦେବାକୁ ମିଳିଥିଲା। ୨୦୧୯ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଡ୍ୟାମର ସ୍ପିଲୱେକୁ ଖୋଲା ଯାଇଥିଲା। ସେହି ସମୟରେ ଏହାକୁ ଦେଖିବା ପାଇଁ ପ୍ରବଳ ଲୋକ ଆସିଥିଲେ।

ଜଳାଶୟରେ ଯେତେବେଳେ ପାଣି ଅଧିକ ହୋଇଯାଏ, ଏହାକୁ ନିର୍ଗତ କରିବା ପାଇଁ ନର୍କର ଦ୍ୱାର ଖୋଲାଯାଏ। ୭୨ ଫୁଟ ଚଉଡ଼ା ଓ ୨୪୫ ଫୁଟ ଲମ୍ବ ସୁଡ଼ଙ୍ଗକୁ ଡ୍ରେନ ହୋଲ ଭାବେ ବ୍ୟବହାର କରାଯାଏ। ଏହି ସୁଡ଼ଙ୍ଗ ଦେଇ ପ୍ରତି ସେକେଣ୍ଡରେ ୪୮,୦୦୦ କ୍ୟୁବ ଫୁଟ ପାଣି ନିଷ୍କାସିତ ହୋଇଥାଏ। ଏହି ସମୟରେ ହ୍ରଦଟି ୧୫.୫ ଫୁଟ ଫୁଲି ଥାଏ। ଏହି ସମୟର ଦୃଶ୍ୟ ଯେତିକି ମନୋରମ ସେତିକି ଭୟଙ୍କର ମଧ୍ୟ। କାଲିଫର୍ଣ୍ଣିଆ ଭଳି କାଜାଖସ୍ତାନରେ ମଧ୍ୟ ସମାନ ନର୍କର ଦ୍ୱାର ନାଁରେ ଗୋଟିଏ ସ୍ଥାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos