ୟୁକ୍ରେନ ସହ ୩୬ ଘଣ୍ଟା ପାଇଁ ଯୁଦ୍ଧ କରିବେନି ପୁଟିନ

ମସ୍କୋ: ୨୦୨୨ ଫେବୃଆରୀ ୨୪ରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ବଡ଼ ଘୋଷଣା କରିଛନ୍ତି। ସେ ଆସନ୍ତା ୩୬ ଘଣ୍ଟା ପାଇଁ ୟୁକ୍ରେନ ସହ ସମସ୍ତ ପ୍ରକାରର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ପୁଟିନ ୟୁକ୍ରେନ ସହ ଯୁଦ୍ଧ ବିରତୀ ଲାଗୁ କରିଛନ୍ତି। ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ […]

Putin

  • Published: Thursday, 05 January 2023
  • , Updated: 05 January 2023, 09:32 PM IST

ମସ୍କୋ: ୨୦୨୨ ଫେବୃଆରୀ ୨୪ରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ବଡ଼ ଘୋଷଣା କରିଛନ୍ତି। ସେ ଆସନ୍ତା ୩୬ ଘଣ୍ଟା ପାଇଁ ୟୁକ୍ରେନ ସହ ସମସ୍ତ ପ୍ରକାରର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ପୁଟିନ ୟୁକ୍ରେନ ସହ ଯୁଦ୍ଧ ବିରତୀ ଲାଗୁ କରିଛନ୍ତି।

ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଉଛି।

କ୍ରେମଲିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଧର୍ମଗୁରୁ କିରିଲ୍ଲଙ୍କ ସମ୍ମାନ ପାଇଁ ରାଷ୍ଟ୍ରପତି ପୁଟିନ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଯୁଦ୍ଧ ବିରତୀ ଲାଗୁ କରିବାକୁ କହିଛନ୍ତି। ଜାନୁଆରୀ ୬ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିବ। ୬ ଓ ୭ ତାରିଖରେ ୟୁକ୍ରେନ ଓ ରୁଷର ଲୋକମାନେ ବେଶ ଧୂମଧାମରେ ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ କରିବେ।

ସୂଚନାଯୋଗ୍ୟ, ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିଲେ ବି ଏଯାଏ ଆଖିଦୃଶିଆ ସଫଳତା ପାଇନି। ଅବଶ୍ୟ ରୁଷର ଘନଘନ ମିସାଇଲ ଓ ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ୟୁକ୍ରେନ ଏଯାଏ ରୁଷ ଆଗରେ ହାର ମାନିନି। ଏବେ ବି ଦେଶର ସେନା ଯବାନମାନେ ରୁଷକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି।

Related story