ଆଜି ଶପଥ ନେବେ ସୁନକ!

ଲଣ୍ଡନ: ଆଜି ଶପଥ ନେଇପାରନ୍ତି ରୁଷି ସୁନକ। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଆଜି ସେ ଦାୟିତ୍ୱ ନେବେ । ସେ କିଙ୍ଗସ୍ ଚାର୍ଲସ ତୃତୀୟକୁ ଭେଟିବା ପରେ ନିଜ କାର୍ଯ୍ୟଭାର ସମ୍ଭାଳିବେ। କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମରଡଣ୍ଟଙ୍କୁ ପଛରେ ପକାଇ ରୁଷି ସୁନକ ବିଜୟ ହାସଲ କରିଛନ୍ତି। ରୁଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ରୁଷି ସୁନକ […]

rishi-sunak

rishi-sunak

Madhupriya Mistry
  • Published: Tuesday, 25 October 2022
  • Updated: 25 October 2022, 12:43 PM IST

Sports

Latest News

ଲଣ୍ଡନ: ଆଜି ଶପଥ ନେଇପାରନ୍ତି ରୁଷି ସୁନକ। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଆଜି ସେ ଦାୟିତ୍ୱ ନେବେ । ସେ କିଙ୍ଗସ୍ ଚାର୍ଲସ ତୃତୀୟକୁ ଭେଟିବା ପରେ ନିଜ କାର୍ଯ୍ୟଭାର ସମ୍ଭାଳିବେ।

କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମରଡଣ୍ଟଙ୍କୁ ପଛରେ ପକାଇ ରୁଷି ସୁନକ ବିଜୟ ହାସଲ କରିଛନ୍ତି। ରୁଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ରୁଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ ରୁଷି ସୁନକ ଶପଥ ନେବାକୁ ଯାଉଛନ୍ତି ।

ରୁଷି ସୁନକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କର ଜନ୍ମ ବ୍ରିଟେନରେ ହୋଇଥିଲେ ବି ତାଙ୍କ ପରିବାର ପଞ୍ଜାବର ବାସିନ୍ଦା । ସୁନକ୍ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍‌ରୁ ଓହରିବା ପରେ, ୪୨ ବର୍ଷୀୟ ରୁଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି।

ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମଙ୍ଗଳବାର ସକାଳୁ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ନିଜର ଶେଷ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହାପରେ ସେ ୭୩ ବର୍ଷୀୟ ମହାରାଜ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ଇସ୍ତଫା ପତ୍ର ଦେବା ପାଇଁ ବଙ୍କିଂଘମ ପ୍ୟାଲେସ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos