ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କଲା ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ କରିବେ। ଦୀର୍ଘ ଦିନ ହେଲା ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ୩ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ […]

Russia

Hemant Lenka
  • Published: Thursday, 24 February 2022
  • , Updated: 24 February 2022, 08:59 AM IST

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ କରିବେ।

ଦୀର୍ଘ ଦିନ ହେଲା ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ୩ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପାଇଛି।

ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି।

ଅନ୍ୟପକ୍ଷରେ ରୁଷର ଏପରି ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ଡାକିଛି। କ୍ରମାଗତ ୩ୟ ଥର ପାଇଁ ରୁଷ ଓ ୟୁକ୍ରେନ ବିବାଦ ମଧ୍ୟରେ ପରିଷଦର ବୈଠକ ବସିବାକୁ ଯାଉଛି।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ରୁଷ ଯେକୌଣସି ସମୟରେ ବଡ଼ଧରଣର ଯୁଦ୍ଧ କରିପାରେ ବୋଲି ଆଶଙ୍କା କରିଥିଲେ। ସତକୁ ସତ ଏହି ବୟାନର କିଛି ସମୟ ପରେ ପୁଟିନ ୟୁକ୍ରେନରେ ସାମାରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି ୟୁକ୍ରେନ ସାମାରିକ କାର୍ଯ୍ୟାନୁଷ୍ଠାନ ଚାହୁଁନାହିଁ, ତା’ହେଲେ କିଭ୍‌ର ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ମଧ୍ୟ ପୁଟିନ କହିଛନ୍ତି।

ପୁଟିନଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ସତ୍ତ୍ୱେ ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛନ୍ତି।

Related story