ନୂଆବର୍ଷରେ ଯୁକ୍ରେନ ଉପରେ ରୁଷର ମିସାଇଲ ବର୍ଷଣ

କିଭ: ନୂଆବର୍ଷରେ ଯୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ୍।  ମଧ୍ୟ ରାତ୍ରିରେ ୟୁକ୍ରେନ୍ର କିଭ୍ ସହର ସମେତ ବିଭିନ୍ନ ସହରରେ ଘନ ଘନ ମିସାଇଲ ମାଡ଼ କରିଥିଲା ରୁଷ୍ ।  ମିସାଇଲ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୨ରୁ ଅଧିକ ଲୋକଙ୍କ ଖଣ୍ଡିଆ ଖାବରା ହୋଇଛନ୍ତି ।  ଶନିବାର ସାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ବିଜୟ ନମିଳିବା ଯାଏ ୟୁକ୍ରେନ ଯୁଦ୍ଧରୁ ଓହରିବନି।  ଜେଲେନସ୍କିଙ୍କ ଅଭିଭାଷଣ […]

rush

rush

Tapas Behera
  • Published: Sunday, 01 January 2023
  • Updated: 01 January 2023, 03:45 PM IST

କିଭ: ନୂଆବର୍ଷରେ ଯୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ୍।  ମଧ୍ୟ ରାତ୍ରିରେ ୟୁକ୍ରେନ୍ର କିଭ୍ ସହର ସମେତ ବିଭିନ୍ନ ସହରରେ ଘନ ଘନ ମିସାଇଲ ମାଡ଼ କରିଥିଲା ରୁଷ୍ ।  ମିସାଇଲ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୨ରୁ ଅଧିକ ଲୋକଙ୍କ ଖଣ୍ଡିଆ ଖାବରା ହୋଇଛନ୍ତି ।  ଶନିବାର ସାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ବିଜୟ ନମିଳିବା ଯାଏ ୟୁକ୍ରେନ ଯୁଦ୍ଧରୁ ଓହରିବନି।  ଜେଲେନସ୍କିଙ୍କ ଅଭିଭାଷଣ ପରଠୁ ହି ରୁଷ୍ ପକ୍ଷରୁ ମିସାଇଲ ବର୍ଷା ଆରମ୍ଭ ହୋଇଛି।  ସେପଟେ ନବବର୍ଷ ଅବସରରେ ସାକ୍ଷାତକାର ଦେଇ ପୁଟିନ କହିଛନ୍ତି, ୨୦୨୩ରେ ରୁଷ୍ ନିଜ ଭବିଷ୍ୟତ ପାଇଁ ନୂଆ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପ୍ରକୃତ ସ୍ୱାଧୀନତା ହାସଲ କରିବ।

ରୁଷୀୟ ସେନା ୟୁକ୍ରେନୀୟ ନଗରୀ ଖେର୍ସନ୍‌ର ସାଧାରଣ ଜନତାଙ୍କ ଅଞ୍ଚଳକୁ ଲକ୍ଷ୍ୟ କରି ୩୩ଟି ରକେଟ୍‌ ନିକ୍ଷେପ କରିଥିବା କଥା ୟୁକ୍ରେନ୍‌ ସେନା କହିଛି। ହରାଇଥିବା ସହରକୁ ପୁଣି ଥରେ ଅକ୍ତିଆର କରିବା ଲାଗି ସୀମାନ୍ତ ଅଞ୍ଚଳରେ ରୁଷ୍‌ ଅଧିକ ଟ୍ୟାଙ୍କ୍‌ ଓ ଯୁଦ୍ଧଯାନ ମୁତୟନ କରିବାରୁ ଲଢ଼େଇ ତୀବ୍ରତର ହେଉଛି ବୋଲି ମଧ୍ୟ ୟୁକ୍ରେନ୍‌ ସେନା ସୂଚନା ଦେଇଛି। ୟୁକ୍ରେନ୍‌ ସଶସ୍ତ୍ର ସନୋର ‘ଜେନେରାଲ୍‌ ଷ୍ଟାଫ୍‌’ ସକାଳ ରିପୋର୍ଟରେ କହିଛନ୍ତି ଯେ, ଖେର୍ସନ୍‌ ନିକଟବର୍ତ୍ତୀ ଦିନିପ୍ରୋ ନଦୀର ଦକ୍ଷିଣ କୁଳରେ ଥିବା ଜନବହୁଳ ଅଞ୍ଚଳରେ ରୁଷୀୟ ସେନା ‘ମୋର୍ଟାର୍‌’ ଓ ‘ଆର୍ଟିଲେରି’ଦ୍ବାରା (ବୋମା) ଆକ୍ରମଣ ଚଳାଇଛନ୍ତି। କିନ୍ତୁ, ସାଧାରଣ ନାଗରିକମାନଙ୍କୁ ଆକ୍ରମଣ କରିଥିବା କଥାକୁ ରୁଷ୍ ଅସ୍ବୀକାର କରିଛି।

ଉଲ୍ଲେଖଯୋଗ୍ୟ, ୧୧ ମାସର ଯୁଦ୍ଧରେ ରୁଷ୍‌ର ସଫଳତା ଥିଲା ୟୁକ୍ରେନ୍‌ର ଖେର୍ସନ୍‌ ନଗରୀ ବିଜୟ। କିନ୍ତୁ, ଗତ ମାସରେ ରୁଷ୍‌ ସେନା ଖେର୍ସନ ନଗରୀ ଛାଡ଼ି ଚାଲିଯିବା ପରେ ତାହା ପୁଣି ୟୁକ୍ରେନ୍‌ ନିୟନ୍ତ୍ରଣକୁ ଚାଲିଯାଇଥିଲା। ଡାଡ଼ଭଙ୍ଗା ଶୀତ ଓ ଖରାପ ପାଗ ଯୋଗୁଁ ଏବେ ଯୁଦ୍ଧ ଅତି ମନ୍ଥର ଗତିରେ ଚାଲିଛି।

ୟୁକ୍ରେନୀୟ ସେନା ବିଶ୍ଳେଷଣକାରୀ ଓଲେହ୍‌ ଝଦାନୋଭ୍‌ କହିଛନ୍ତି, ସୀମାନ୍ତରେ ଖୁବ୍‌ ସ୍ବଳ୍ପ ପରିବର୍ତ୍ତନ କରାଯାଇଛି। କିନ୍ତୁ, ସୈନ୍ୟସଂଖ୍ୟା ଓ ପ୍ରକାର ଏବଂ ଯୁଦ୍ଧ ଉପ‌କରଣ ଦୃଷ୍ଟିରୁ ଶତ୍ରୁ ପକ୍ଷରୁ ଚାପ ତୀବ୍ରତର କରାଯାଇଛି। ରୁଷ୍‌ ଯୁଦ୍ଧଯାନ ଓ କମାଣ ଆଦି ମୁତୟନ କରିବାରୁ ରୁଷ୍‌ ସହିତ ଲଢ଼େଇ ତୀବ୍ରତର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story