Advertisment

ଆର୍ଥିକ କଟକଣା ପରେ ବିଳିବିଳେଇଲା ରୁଷ, କହିଲା ୩୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ମସ୍କୋ: ପୂରା ବିଶ୍ୱକୁ ଧମକ ଦେଇଛି ରୁଷ। ରୁଷ ଉପରେ ପଶ୍ଚିମ ଦେଶଗୁଡ଼ିକ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଲଗାଉଥିବାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଛି ମସ୍କୋ। ଏପରି କି ରୁଷ ଉପରେ ଲାଗୁଥିବା କଟକଣା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୩୦୦ ଡଲାର ଛୁଇଁବ। ଏଥିରେ ପୂରା ବିଶ୍ୱ ପ୍ରଭାବିତ ହେବ ବୋଲି ରୁଷ ପକ୍ଷରୁ ଆଜି କୁହାଯାଇଛି। ରୁଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ନୋଭାକ […]

ଅଦ୍ୟତନ ହୋଇଛି
ଆର୍ଥିକ କଟକଣା ପରେ ବିଳିବିଳେଇଲା ରୁଷ, କହିଲା ୩୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

Putin

Advertisment

ମସ୍କୋ: ପୂରା ବିଶ୍ୱକୁ ଧମକ ଦେଇଛି ରୁଷ। ରୁଷ ଉପରେ ପଶ୍ଚିମ ଦେଶଗୁଡ଼ିକ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଲଗାଉଥିବାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଛି ମସ୍କୋ। ଏପରି କି ରୁଷ ଉପରେ ଲାଗୁଥିବା କଟକଣା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୩୦୦ ଡଲାର ଛୁଇଁବ। ଏଥିରେ ପୂରା ବିଶ୍ୱ ପ୍ରଭାବିତ ହେବ ବୋଲି ରୁଷ ପକ୍ଷରୁ ଆଜି କୁହାଯାଇଛି।

Advertisment

ରୁଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ନୋଭାକ କହିଛନ୍ତି, ଯଦି ଆମ ଦେଶର ଏନର୍ଜି ସପ୍ଲାଏ ଉପରେ କେହି ବ୍ୟାନ ଲଗାନ୍ତି, ତା’ହେଲେ ପରିଣାମ ଭୟଙ୍କର ହେବ। ଏହାପରେ ରୁଷ ଏମିତି କିଛି କରିବ ଯାହାଦ୍ୱାରା ପଶ୍ଚିମ ଦେଶଗୁଡ଼ିକ ବ୍ୟାରେଲ ପିଛା ୩୦୦ ଡଲାର ଦେଇ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହେବେ। ସେ ରୁଷ ଓ ଜର୍ମାନୀ ମଧ୍ୟରେ ଚାଲିଥିବା ଗ୍ୟାସ ପାଇପ ଲାଇନ ବନ୍ଦ କରି ଦିଆଯିବ। ଯଦି ରୁଷ ବିରୋଧରେ କିଛି ବି ପଦକ୍ଷେପ ନିଆଯାଏ, ତା’ହେଲେ ୟୁରୋପୀୟ ଦେଶରେ ଗ୍ୟାସ ଓ ତେଲର ଅଭାବ ଦେଖାଯିବ ବୋଲି ସେ ଧମକ ଦେଇଛନ୍ତି।

ଆମେରିକା, ୟୁରୋପ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷର ଏନର୍ଜି ସପ୍ଲାଏ ଚେନ ଉପରେ ରୋକ ଲଗାଇବାକୁ ପ୍ରୟାସ କରୁଥିବା ଖବର ମିଳିଛି। ଏଥିପାଇଁ ସୋମବାର ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୩୦ ଡଲାର ଛୁଇଁଛି। ୨୦୦୮ ପରେ ଏହା ସର୍ବାଧିକ। ପଶ୍ଚିମ ଦେଶଗୁଡ଼ିକର ଏପରି ପଦକ୍ଷେପକୁ ଦେଖି ଆଜି ରୁଷ ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ନୋଭାକ ବିଳିବିଳେଇବା ଆରମ୍ଭ କରିଛନ୍ତି।

Advertisment

ସେ କହିଛନ୍ତି ଯେ ଯଦି ରୁଷର ତେଲ କିଣିବାକୁ କୌଣସି ପଶ୍ଚିମ ଦେଶ ମନା କରନ୍ତି, ତା’ହେଲେ ସେମାନଙ୍କୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ପଶ୍ଚିମ ଦେଶର ଏପରି ପଦକ୍ଷେପ ପରେ ବିଶ୍ୱ ବଜାରରେ ତେଲର ଦାମ ଆକାଶକୁ ଛୁଆଁ ହେବ। ଏପରି କି ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩୦୦ ଡଲାରରେ ମଧ୍ୟ ପହଞ୍ଚିଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ରୁଷର ତେଲ ରିହାତିରେ ଉପଲବ୍ଧ ହେଉଛି। କିନ୍ତୁ ଭୟରେ କୌଣସି ଦେଶ ଏହାକୁ କିଣିବାକୁ ଚାହୁଁନାହାନ୍ତି। କାଳେ ରୁଷ ଠାରୁ ତେଲ କିଣିଲେ ପଶ୍ଚିମ ଦେଶଗୁଡ଼ିକ ସେମାନଙ୍କୁ ମସ୍କୋର ସମର୍ଥକ କହିବେ ବୋଲି ଅନେକ ରାଷ୍ଟ୍ର ଭାବୁଛନ୍ତି। ଯଦି ପଶ୍ଚିମ ଦେଶଗୁଡ଼ିକ ରୁଷର ତୈଳ ସପ୍ଲାଏ ଚେନ ଉପରେ ବ୍ୟାନ ଲଗାଇ ଦେବେ, ତା’ହେଲେ ମସ୍କୋ ବଡ଼ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହେବ।

ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ଆବଶ୍ୟକର ଅଧିକାଂଶ ଭାଗ ତେଲ ରୁଷରୁ ଆମଦାନୀ କରନ୍ତି। ରୁଷ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତେଲ ଉତ୍ପାଦନକାରୀ ଦେଶ। ରୁଷରେ ପ୍ରତିଦିନ ପ୍ରାୟ ୧୧ ମିଲିୟନ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ଏହାର ଅଧା ଭାଗ ରପ୍ତାନୀ କରାଯାଏ।

ୟୁରୋପୀୟ ଦେଶଗୁଡ଼ିକ ରୁଷ ଠାରୁ ପ୍ରତିଦିନ ୨.୫ରୁ ୩ ମିଲିୟନ ବ୍ୟାରେଲ ତୈଳ ଆମଦାନୀ କରନ୍ତି। ତେଲ ବ୍ୟତୀତ ରୁଷ ୟୁରୋପୀୟ ଦେଶଗୁଡ଼ିକୁ ପ୍ରାୟ ୪୦% ଗ୍ୟାସ ସପ୍ଲାଏ କରିଥାଏ। ତେଣୁ ଏନର୍ଜି ସପ୍ଲାଏ ଉପରେ ରୋକ ଲଗାଇ ରୁଷକୁ ପଶ୍ଚିମ ଦେଶଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଚାହୁଁଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe