ସରିବାକୁ ବସିଲାଣି ରୁଷ ସୈନ୍ୟଙ୍କ ଯୁଦ୍ଧାସ୍ତ୍ର, ଖାଦ୍ୟ ନ ମିଳିବାରୁ ହାହାକାର ସ୍ଥିତି!

କିଭ୍: ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିବା ରୁଷ ସୈନ୍ୟମାନେ ବଡ଼ ବିର୍ଯ୍ୟୟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ମାତ୍ର ୩ ଦିନ ମଧ୍ୟରେ ୟୁକ୍ରେନକୁ ରୁଷ ନିଜ ଅକ୍ତିଆରକୁ ନେଇ ଯିବ ବୋଲି ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଶା କରିଥିଲେ। ଆଜି ଏକଥା ରୁଷର ଜଣେ ବରିଷ୍ଠ ସେନା ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି। ହେଲେ ଯୁଦ୍ଧକୁ ୭ ଦିନ ପୂରି ଗଲାଣି। ଏବେ ବି ୟୁକ୍ରେନ ସୈନ୍ୟ ରୁଷ ଯବାନଙ୍କ ଲଢ଼େଇ ଜାରି ରଖିଛନ୍ତି। […]

r

r

Hemant Lenka
  • Published: Wednesday, 02 March 2022
  • Updated: 02 March 2022, 09:20 PM IST

କିଭ୍: ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିବା ରୁଷ ସୈନ୍ୟମାନେ ବଡ଼ ବିର୍ଯ୍ୟୟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ମାତ୍ର ୩ ଦିନ ମଧ୍ୟରେ ୟୁକ୍ରେନକୁ ରୁଷ ନିଜ ଅକ୍ତିଆରକୁ ନେଇ ଯିବ ବୋଲି ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଶା କରିଥିଲେ। ଆଜି ଏକଥା ରୁଷର ଜଣେ ବରିଷ୍ଠ ସେନା ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି।

ହେଲେ ଯୁଦ୍ଧକୁ ୭ ଦିନ ପୂରି ଗଲାଣି। ଏବେ ବି ୟୁକ୍ରେନ ସୈନ୍ୟ ରୁଷ ଯବାନଙ୍କ ଲଢ଼େଇ ଜାରି ରଖିଛନ୍ତି। ଏସବୁ ଭିତରେ ରୁଷ ସୈନ୍ୟମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ପେଣ୍ଟାଗନର ସୂଚନା ଅନୁଯାୟୀ, ରୁଷ ସୈନ୍ୟମାନେ ଆଣିଥିବା ଅସ୍ତ୍ରଶସ୍ତ୍ର ଏବେ ସରିବାକୁ ବସିଲାଣି। ସେହିପରି ସେମାନେ ଖାଦ୍ୟାଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ସେମାନଙ୍କ ଯୁଦ୍ଧ ଗାଡ଼ିରୁ ତେଲ ମଧ୍ୟ ସରିଗଲାଣି। ଏଥିପାଇଁ ୟୁକ୍ରେନର ବିଭିନ୍ନ ରାସ୍ତାରେ ଯୁଦ୍ଧ ଗାଡ଼ି ଓ ଟ୍ୟାଙ୍କ ଛାଡ଼ି ରୁଷ ସୈନ୍ୟମାନେ ଚାଲି ଯାଇଛନ୍ତି।

ଖାଦ୍ୟ ଓ ପାଣି ସମସ୍ୟା ରୁଷ ସୈନ୍ୟଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଥିପାଇଁ ସେମାନେ ୟୁକ୍ରେନର ବିଭିନ୍ନ ମଲ୍‌ରୁ ଚୋରି କରିବା ଆରମ୍ଭ କରିଛନ୍ତି। ରୁଷ ସୈନ୍ୟମାନେ ଚୋରି କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ରୁଷ ଯବାନ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନ ଆସିଥିବା ଶେଷ ମୁହୂର୍ତ୍ତରେ ଜାଣିବାକୁ ପାଇଛନ୍ତି। ଏଥିପାଇଁ ସେମାନେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି।

ରୁଷ ସୈନ୍ୟମାନେ ଇନ୍ଧନ ସମସ୍ୟା ଯୋଗୁ ନିଜ ନିଜ ଟ୍ୟାଙ୍କକୁ ରାସ୍ତ କଡ଼ରେ ଛାଡ଼ି ଚାଲି ଯାଇଛନ୍ତି। ରୁଷ ରାଷ୍ଟ୍ରପତି ପୁଟିନ କିମ୍ବା ସେନା ଯବାନମାନେ ୟୁକ୍ରେନ ଏପରି ମୁକାବିଲା କରିବ ବୋଲି କେବେ ଭାବି ନଥିଲେ। ତେଣୁ ସେମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରି ନଥିଲେ ବୋଲି ପେଣ୍ଟାଗନ ଦାବି କରିଛି।

ରୁଷ ନିଜ ଦେଶର ୮୦% ସୈନ୍ୟଙ୍କୁ ୟୁକ୍ରେନ ସହ ଲଢ଼େଇ କରିବାକୁ ପଠାଇଛି। ସେମାନେ ନିଜ ସହ ୪୦୦ ମିସାଇଲ ଆଣିଥିଲେ। ଏବେ ଏହି ମିସାଇଲ ସବୁ ସରିବାକୁ ବସିଲାଣି। ଏଥିପାଇଁ ଅଧିକ ସଂଖ୍ୟକ ଗାଡ଼ିରେ ଯୁଦ୍ଧାସ୍ତ୍ର ୟୁକ୍ରେନକୁ ପଠାଇବାକୁ ରୁଷ ଯୋଜନା କରୁଛି। ଏଥିସହ ବେଲାରୁଷ ମଧ୍ୟ ଏଥିରେ ସହାୟତା କରିବାକୁ ଅଣ୍ଟା ଭିଡ଼ିଥିବା ପେଣ୍ଟାଗନ ସୂଚନା ଦେଇଛି।
ତେବେ ଏ ସମ୍ପର୍କରେ ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ଅନ୍ୟପକ୍ଷରେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି, “ରୁଷିଆ ଆର୍ମଡ ଫୋର୍ସ ବେଶ ସାହାସିକତାର ସହ ଖେରସନର ଆଞ୍ଚଳିକ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏବେ ପୂରା ସହରରେ ରୁଷ ସୈନ୍ୟ ରହିଛନ୍ତି। ୟୁକ୍ରେନର ସୈନ୍ୟମାନେ ଆତ୍ମସମର୍ପଣ କରି ନିଅନ୍ତୁ।”

ରୁଷ ଖେରସନକୁ ନିଜ ଦଖଲକୁ ନେଇଥିବା ଦାବି କରୁଥିଲେ ମଧ୍ୟ କିଛି ସ୍ଥାନରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଖେରସନର କିଛି ଅଞ୍ଚଳରେ ରୁଷ ଆକାଶ ମାର୍ଗରୁ ବୋମା ମାଡ଼ ମଧ୍ୟ କରୁଛି। ଖେରସନ ବ୍ୟତୀତ ଖାରକିଭ ଓ କିଭ୍‌ରେ ମଧ୍ୟ ରୁଷର ଦମନଲୀଳା ଜାରି ରହିଛି।

ରୁଷ ସେନା ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ ରକେଟ୍‌ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖାର୍କିଭରେ ରୁଷ ପାରଟ୍ରୁପରମାନେ ଅବତରଣ କରିବାରୁ ସ୍ଥିତି ଅସମ୍ଭାଳ ହୋଇଛି। ସେମାନେ ଖାରକିଭରେ ଅବତରଣ କରି ହସ୍ପିଟାଲ ଓ ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରୁଛନ୍ତି।

ଏହାର ଜବାବ ୟୁକ୍ରେନ ସେନା ଦେବାରୁ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଏଠାରେ ଥିବା ଗୋଟିଏ ଟ୍ୟାଙ୍କ ନିର୍ମାଣ କାରଖାନା ଉପରେ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି। ବନ୍ଦର ସହର ଓଡେଶାରେ ମଧ୍ୟ ଆକ୍ରମଣ କରାଯାଇଛି। ସୁମୀ ସହର ବି ରୁଷର ମିସାଇଲ ମାଡ଼ରୁ ରକ୍ଷା ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story