ୟୁକ୍ରେନ ଉପରେ ରୁଷର ସାଇବର ଆଟାକ! ହଜାର ହଜାର କମ୍ପ୍ୟୁଟର ପ୍ରଭାବିତ

ମସ୍କୋ: ୟୁକ୍ରେନ ଉପରେ ରୁଷ ଉଭୟ ସାମାରିକ ଓ ସାଇବର ଆଟାକ ଜାରି ରଖିଛି। ପ୍ରଥମେ ମସାଇଲ ଓ ଗୁଳିମାଡ଼ କରୁଥିବା ରୁଷ ଏବେ ୟୁକ୍ରେନର କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିଛି। ମସ୍କୋର ସାଇବର ଆଟାକ ଯୋଗୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ପ୍ରଭାବିତ ହୋଇଛି। ଗୋଟିଏ ବିପଦପୂର୍ଣ୍ଣ ସଫ୍ଟୱେର ଜରିଆରେ ହମଲା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସାଇବର ସିକ୍ୟୁରିଟି ଫର୍ମ ଇଏସ୍‌ଟିଇର କହିବା ମୁତାବକ ରୁଷ ପକ୍ଷରୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର […]

cyber

Hemant Lenka
  • Published: Thursday, 24 February 2022
  • , Updated: 24 February 2022, 03:01 PM IST

ମସ୍କୋ: ୟୁକ୍ରେନ ଉପରେ ରୁଷ ଉଭୟ ସାମାରିକ ଓ ସାଇବର ଆଟାକ ଜାରି ରଖିଛି। ପ୍ରଥମେ ମସାଇଲ ଓ ଗୁଳିମାଡ଼ କରୁଥିବା ରୁଷ ଏବେ ୟୁକ୍ରେନର କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିଛି। ମସ୍କୋର ସାଇବର ଆଟାକ ଯୋଗୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ପ୍ରଭାବିତ ହୋଇଛି।

ଗୋଟିଏ ବିପଦପୂର୍ଣ୍ଣ ସଫ୍ଟୱେର ଜରିଆରେ ହମଲା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସାଇବର ସିକ୍ୟୁରିଟି ଫର୍ମ ଇଏସ୍‌ଟିଇର କହିବା ମୁତାବକ ରୁଷ ପକ୍ଷରୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ଉପରେ ହମଲା କରାଯାଇଛି। ଟ୍ୱିଟରରେ ପୋଷ୍ଟ ହୋଇଥିବା ବୟାନରେ କମ୍ପାନୀ କହିଛି ଯେ ତଥ୍ୟ ଡିଲିଟ କରିବାର କ୍ଷମତା ରଖିଥିବା ସଫ୍ଟୱେରକୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର୍‌ରେ ଇନଷ୍ଟଲ ହୋଇଛି।

ଏହାର ଅର୍ଥ ରୁଷ ସାଇବର ଆଟାକ କରି ୟୁକ୍ରେନର ସବୁ ଗୁପ୍ତ ତଥ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରିଛି। ଏପରି ଆଟାକ କରିବା ପାଇଁ ରୁଷ ବହୁତ ପୂର୍ବରୁ ଯୋଜନା କରିଚାଲିଥିଲା। ସାଇବର ଏକ୍ସପର୍ଟ ବିକ୍ରମ ଠାକୁର କହିଛନ୍ତି, ଏହି ସଫ୍ଟୱେର ବହୁତ ସ୍ଥାନରେ ବିସ୍ତାର ଭାବେ ଇନଷ୍ଟଲ କରାଯାଇଛି।

ୟୁକ୍ରେନ ଓ ଲାଟିଭିଆର ବିଭିନ୍ନ କମ୍ପ୍ୟୁଟରରେ ଏହାକୁ ଦେଖିବାକୁ ମିଳିଛି। ବାସ୍ତବରେ ଏହା ପଛରେ କାହାର ହାତ ରହିଛି, ସେକଥା କୁହାଯାଇ ପାରିବନି। କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ରୁଷ ହିଁ ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ଦେଶ ଉପରେ ରୁଷ ସାଇବର ଆଟାକ କରିଥିବା ଅଭିଯୋଗ ହୋଇଛି। ଅବଶ୍ୟ ଏହାକୁ ମସ୍କୋ ବାରମ୍ବାର ଖଣ୍ଡନ କରି ଆସିଛି। ଏସବୁ ଭିତରେ ୟୁକ୍ରେନର କମ୍ପ୍ୟୁଟର ଗୁଡ଼ିକରେ ଇନଷ୍ଟଲ ହୋଇଥିବା ସଫ୍ଟୱେର ବିଷୟରେ ସାଇବର ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି।

Related story