ଏଣିକି ସପ୍ତାହକୁ ୪ ଦିନ କାମ, ୩ ଦିନ ଛୁଟି

ଦୁବାଇ: ଦକ୍ଷିଣ ଗଲ୍ଫ ଏମିରେଟ ଶାରଜା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ଏଣିକି କର୍ମଚାରୀଙ୍କୁ ସପ୍ତାହକୁ ଦୁଇ ଦିନ ବଦଳରେ ମିଳିବ ୩ ଦିନ ଛୁଟି। ଏହାର ଅର୍ଥ ସପ୍ତାହକ ମଧ୍ୟରେ କର୍ମଚାରୀଙ୍କୁ ମାତ୍ର ୪ ଦିନ ପାଇଁ କାମ କରିବା ପଡ଼ିବ। ମଙ୍ଗଳବାର ୟୁଏଇ ପକ୍ଷରୁ ସପ୍ତାହନ୍ତ ୱାର୍କିଂ ସମୟକୁ ସାଢ଼େ ୪ ଦିକୁ ହ୍ରାସ କରାଯାଇଥିଲା। ୟୁଏଇରେ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ମିଳିବ। ଏବେ ୟୁଏଇ ଢାଞ୍ଚାକୁ ଅନୁକରଣ କରି ଶାରଜା କାର୍ଯ୍ୟନିର୍ବାହୀ […]

Sharja

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 09:47 PM IST

ଦୁବାଇ: ଦକ୍ଷିଣ ଗଲ୍ଫ ଏମିରେଟ ଶାରଜା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ଏଣିକି କର୍ମଚାରୀଙ୍କୁ ସପ୍ତାହକୁ ଦୁଇ ଦିନ ବଦଳରେ ମିଳିବ ୩ ଦିନ ଛୁଟି। ଏହାର ଅର୍ଥ ସପ୍ତାହକ ମଧ୍ୟରେ କର୍ମଚାରୀଙ୍କୁ ମାତ୍ର ୪ ଦିନ ପାଇଁ କାମ କରିବା ପଡ଼ିବ। ମଙ୍ଗଳବାର ୟୁଏଇ ପକ୍ଷରୁ ସପ୍ତାହନ୍ତ ୱାର୍କିଂ ସମୟକୁ ସାଢ଼େ ୪ ଦିକୁ ହ୍ରାସ କରାଯାଇଥିଲା। ୟୁଏଇରେ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ମିଳିବ।

ଏବେ ୟୁଏଇ ଢାଞ୍ଚାକୁ ଅନୁକରଣ କରି ଶାରଜା କାର୍ଯ୍ୟନିର୍ବାହୀ ପରିଷଦ ସପ୍ତାହନ୍ତ ଛୁଟିକୁ ୩ ଦିନ କରିଛି। ନୂଆ ନିୟମ ଅନୁଯାୟୀ, ଶାରଜାର ସରକାରୀ ଅଫିସଗୁଡ଼ିକ ସୋମବାର ଠାରୁ ଗୁରୁବାର ଯାଏ କାମ କରିବ। ଏହାପରେ ଶୁକ୍ରବାର, ଶନିବାର ଓ ରବିବାର ଛୁଟି ହେବ। ଏହି ନିୟମ ଜାନୁଆରୀ ୧ରୁ ଆରମ୍ଭ ହେବ। ନୂଆ ନିୟମ ବ୍ୟବସାୟିକ ପରିବେଶ ଓ ଅର୍ଥନୀତିକ ମାର୍କେଟକୁ ସୁହାଇବା ସହ ଗ୍ଲୋବାଲ ଡେଭଲପମେଣ୍ଟରେ ସହାୟକ ହେବ ବୋଲି ପରିଷଦ କହିଛି।

ସୂଚନାଯୋଗ୍ୟ, ଶାରଜା ପୂର୍ବରୁ ୟୁଏଇ ମଧ୍ୟ ସପ୍ତାହକ ମଧ୍ୟରେ ଅଢ଼େଇ ଦିନିଆ ଛୁଟି ବ୍ୟବସ୍ଥା କରିଛି। ୟୁଏଇରେ ଏବେ ଶୁକ୍ରବାର ଓ ଶନିବାରକୁ ଛୁଟି ଭାବେ ବିବେଚନା କରାଯାଉଛି। କିନ୍ତୁ ନୂଆ ବର୍ଷ ଠାରୁ ସରକାରୀ କ୍ଷେତ୍ରର କର୍ମଚାରୀମାନେ ସପ୍ତାହକୁ ସାଢ଼େ ଚାରି ଦିନ କାମ କରିବେ। ସୋମବାରରୁ ଗୁରୁବାର ଓ ଶୁକ୍ରବାର ଦିନ ଅଧା କାମ ପରେ ଛୁଟି ଘୋଷଣା ହେବ। ଏହାପରେ ସମସ୍ତେ ନମାଜ ପାଠ ପାଇଁ ମଧ୍ୟ ସମୟ ପାଇପାରିବେ।

ଶନିବାର ଓ ରବିବାରରେ ୱିକେଣ୍ଡ ରଖୁଥିବା ଦେଶମାନଙ୍କ ସହିତ ଆର୍ଥିକ, ବାଣିଜ୍ୟିକ କାରବାର ସୁଦୃଢ଼ କରିବାକୁ ୟୁଏଇ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Related story