ଶ୍ରୀଲଙ୍କାରେ ପୁଣି ଏମରଜେନ୍ସି, ସଂସଦ ଭବନରେ ଧସେଇ ପଶିଲେ ଲୋକେ

କଲମ୍ବୋ: ଜଳୁଛି ଶ୍ରୀଲଙ୍କା। ଦିନକୁ ଦିନ ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜନୈତିକ ଓ ଆର୍ଥିକ ସଙ୍କଟ ଏଠାରେ ଉତ୍କଟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଗୋଟବାୟା ରାଜପକ୍ଷ ସପରିବାରେ ଦେଶ ଛାଡି ମାଳଦ୍ୱୀପ ପଳାଇଛନ୍ତି। ଯାହାକୁ ନେଇ ତେଜିଛି ଅସନ୍ତୋଷ। ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ହଜାର ହଜାର ଜନସାଧାରଣ। ଲୋକେ ଆଜି ସଂସଦ ଭବନ ଏବଂ ପିଏମ ହାଉସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି […]

Srilanka

Srilanka

Madhupriya Mistry
  • Published: Wednesday, 13 July 2022
  • Updated: 13 July 2022, 03:44 PM IST

କଲମ୍ବୋ: ଜଳୁଛି ଶ୍ରୀଲଙ୍କା। ଦିନକୁ ଦିନ ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜନୈତିକ ଓ ଆର୍ଥିକ ସଙ୍କଟ ଏଠାରେ ଉତ୍କଟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଗୋଟବାୟା ରାଜପକ୍ଷ ସପରିବାରେ ଦେଶ ଛାଡି ମାଳଦ୍ୱୀପ ପଳାଇଛନ୍ତି। ଯାହାକୁ ନେଇ ତେଜିଛି ଅସନ୍ତୋଷ। ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ହଜାର ହଜାର ଜନସାଧାରଣ। ଲୋକେ ଆଜି ସଂସଦ ଭବନ ଏବଂ ପିଏମ ହାଉସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।sri-lanka-crisis

ଗୋଟାବାୟାଙ୍କ ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। ରାଜଧାନୀ କଲମ୍ବୋରେ ମଧ୍ୟ ସ୍ଥିତି ବେକାବୁ ରହିଛି। ଲୋକେ ବିକ୍ରମସିଙ୍ଘେଙ୍କ ମଧ୍ୟ ଇସ୍ତଫା ଦାବି କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପିଏମ୍‌ ଆବସରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ  ମୁତୟନ କରାଯାଇଛି। ପୁଲିସକୁ ଭିଡ ବିରୋଧରେ ଲୁହା ବୁହା ଗ୍ୟାସ୍‌ ବ୍ୟବହାର କରିବାକୁ ପଡିଛି। ଅନେକ ସ୍ଥାନରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ବିକ୍ରମସିଙ୍ଘେଙ୍କ ମୁଖପାତ୍ରଙ୍କ କହିବା ମୁତାବକ, 'ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ବୁଧବାର ସକାଳେ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ଲୋକେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟଙ୍କୁ କ୍ଷମତାରୁ ବିତାଡିତ କରିବାକୁ ଚାହୁଁଛନ୍ତି।'

https://twitter.com/ANI/status/1547120504921698304?s=20&t=N0EfLRKY-LSXdVXVGVb8Ww

ଅନ୍ୟପକ୍ଷରେ ଗୋଟବାୟା ରାଜପକ୍ଷ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି। ଏଠାରୁ ସେ ଦୁବାଇ ଯିବ। ସେ ନିଜ ଇସ୍ତଫା ପତ୍ରରେ ହସ୍ତାକ୍ଷର ନ କରି ଦେଶ ଛାଡି ପଳାଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ଜୁଲାଇ ୧୩ ରେ ଇସ୍ତଫା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗିରଫଦାରୀ ଭୟକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡି ପଳାଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ସୃଷ୍ଟି ହୋଇଛି। ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ।

https://twitter.com/ANI/status/1547118042378686464?s=20&t=N0EfLRKY-LSXdVXVGVb8Ww

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos