ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ତ୍ରିମୁଖି ଲଢ଼େଇ

କଲମ୍ବୋ: କିଏ ହେବେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ? ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କିଏ ? ଆଜି ହେବାକୁ ଯାଉଛି ନିର୍ବାଚନ । ତେବେ ରାଷ୍ଟ୍ରପତି ଦୌଡ଼ର ଆଗରେ ରହିଛନ୍ତି ବର୍ତ୍ତମାନର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ।  ରେସ୍‌ରେ ଥିବା ଅନ୍ୟ ଦୁଇ ଆଶାୟୀ ହେଲେ ୬୩ ବର୍ଷୀୟ ସିଂହଳୀ ବୌଦ୍ଧ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ।  ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ […]

srilanka

Tapas Behera
  • Published: Wednesday, 20 July 2022
  • , Updated: 20 July 2022, 10:13 AM IST

କଲମ୍ବୋ: କିଏ ହେବେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ? ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କିଏ ? ଆଜି ହେବାକୁ ଯାଉଛି ନିର୍ବାଚନ । ତେବେ ରାଷ୍ଟ୍ରପତି ଦୌଡ଼ର ଆଗରେ ରହିଛନ୍ତି ବର୍ତ୍ତମାନର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ।  ରେସ୍‌ରେ ଥିବା ଅନ୍ୟ ଦୁଇ ଆଶାୟୀ ହେଲେ ୬୩ ବର୍ଷୀୟ ସିଂହଳୀ ବୌଦ୍ଧ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ।  ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ ହେବାକୁ ଯାଉଛି ତ୍ରିମୁଖି ଲଢ଼େଇ ।  ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳର ନେତା ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ପଦ ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବ । ଯିଏ ବି ନିର୍ବାଚିତ ହେବେ ସେ ଗୋଟାବାୟାଙ୍କ କାର୍ଯ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ଯାଏ ରହିବ । ରାନିଲ ବିକ୍ରମାସିଙ୍ଘେଙ୍କ ପରେ ଦ୍ୱିତୀୟ ବଡ଼ ଚେହେରା ଭାବେ ଦୁଲାସ ଆଲାପେରୁମ୍ମା ନାଁକୁ ନେଇ ଚର୍ଚ୍ଚା ହେଉଛି ।  ତାଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିବା ଲାଗି ସବୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ସାଜିଥ୍ ପ୍ରେମଦାସା ।

ତିନି ପର୍ଯ୍ୟାୟରେ ସର୍ବାଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ। କିନ୍ତୁ ସେ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ। ମତଦାନ ପାଇଁ ଆଜି ସଂସଦ ଅଧିବେଶନ ବସିବ। ଶ୍ରୀଲଙ୍କା ସ୍ଥିତି ସଂକଟାପନ୍ନ ରହିଥିବା ବେଳେ ଅର୍ଥନୀତି ଟଳମଳ ଅବସ୍ଥାରେ ଗତି କରୁଛି।  ଆର୍ଥିକ ସମସ୍ୟାରୁ ଆରମ୍ଭ ହୋଇଥିବା ସଂକଟ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ।

Related story