ଶ୍ରୀଲଙ୍କା ସଂସଦରେ ଆସିବ ଅନାସ୍ଥା ଓ ମହାଭିଯୋଗ ପ୍ରସ୍ତାବ

କଲମ୍ବୋ: ପାକିସ୍ତାନ ଭଳି ଶ୍ରୀଲଙ୍କା ମଧ୍ୟ ଏବେ ଗୋଟିଏ ବଡ଼ ରାଜନୀତିକ ସଙ୍କଟ ଆଡ଼କୁ ଗତି କରୁଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ଛାଡ଼ନ୍ତୁ ବୋଲି ଦାବି କରି ଆସୁଛନ୍ତି। ହେଲେ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ନ ଦେବା ଜିଦରେ ଅଟଳ ରହିଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ହଟାଇବାକୁ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ନୂଆ […]

Srilanka

Hemant Lenka
  • Published: Wednesday, 13 April 2022
  • , Updated: 14 April 2022, 12:51 PM IST

କଲମ୍ବୋ: ପାକିସ୍ତାନ ଭଳି ଶ୍ରୀଲଙ୍କା ମଧ୍ୟ ଏବେ ଗୋଟିଏ ବଡ଼ ରାଜନୀତିକ ସଙ୍କଟ ଆଡ଼କୁ ଗତି କରୁଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ଛାଡ଼ନ୍ତୁ ବୋଲି ଦାବି କରି ଆସୁଛନ୍ତି।

ହେଲେ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ନ ଦେବା ଜିଦରେ ଅଟଳ ରହିଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ହଟାଇବାକୁ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ନୂଆ ରଣନୀତି ଆପଣାଇଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଗାଦଚ୍ୟୁତ କରିବାକୁ ମୁଖ୍ୟ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଉପରେ ଦସ୍ତଖତ କରିଛି। ସେହିପରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ମଧ୍ୟ ଅଣାଯାଉଛି। ଆଜି ଉଭୟ ଅନାସ୍ଥା ଓ ମହାଭିଯୋଗ ପ୍ରସ୍ତାବ ଉପରେ ମୁଖ୍ୟ ବିରୋଧୀ ଦଳ ପକ୍ଷରୁ ଦସ୍ତଖତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ହିଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ ବୋଲି ଘୋଷଣା କରାଯାଇଥିଲା। ଯଦି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ନ ଛାଡ଼ିବେ, ତା’ହେଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏପରି ପ୍ରସ୍ତାବ ଆସିବ ବୋଲି ସେମାନେ କହିଥିଲେ।

ଆଜି ଜାରି କରାଯାଇଥିବା ପ୍ରସ୍ତାବ ଉପରେ ମୁଖ୍ୟ ବିରୋଧୀ ମେଣ୍ଟ ସମାଗି ଜନ ବାଲାୱେଗାୟା(ଏସଜେବି)ର ୫୦ ଜଣ ସଦସ୍ୟ ଦସ୍ତଖତ କରିଛନ୍ତି। ଏଥିସହ ସେମାନେ ଅନ୍ୟ ବିରୋଧୀ ଦଳଗୁଡ଼ିକର ସହମତିକୁ ଅପେକ୍ଷା କରିଛନ୍ତି। ଶ୍ରୀଲଙ୍କା ସମ୍ବିଧାନର ନିୟମ ଅନୁଯାୟୀ, ସଂସଦରେ କୌଣସି ଅନାସ୍ଥା କିମ୍ବା ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିଭିନ୍ନ ବିରୋଧୀ ଦଳର ୪୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।


ଅନାସ୍ଥା ଓ ମହାଭିଯୋଗ ପ୍ରସ୍ତାବ ସମ୍ପର୍କରେ ବିରୋଧୀ ଦଳ ନେତା ସଜିତ ପ୍ରେମାଦାସ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ପରିବର୍ତ୍ତନ ବିନା ଆମେ ଅଟକିବୁ ନାହିଁ।” ଏହାପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକ୍ସୁକେଟିଭ ପ୍ରେସିଡେନ୍ସି ବ୍ୟବସ୍ଥାର ଉଚ୍ଛେଦ ପାଇଁ ଦାବି କରିଥିଲେ। କ୍ଷମତାକୁ ସମାନ ଭାବେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ବାଣ୍ଟିବା ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ।

Related story