ସରକାରୀ କର୍ମଚରୀଙ୍କୁ ତାଲିବାନର ସର୍ବକ୍ଷମା, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ। କ୍ଷମତାକୁ ଆସିବା ପରେ ଏବେ ତାଲିବାନ ବଡ଼ ଘୋଷଣା କରିଛି। ସରକାରୀ କର୍ମଚାରୀଙ୍କୁ ଦେଇଛି ସର୍ବକ୍ଷମା। ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି। ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ। ତେଣୁ ତୁମେ ତୁମର ନିତିଦିନିଆ ଜୀବନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆରମ୍ଭ କରିବା ଉଚିତ ବୋଲି ତାଲିବାନ ଏକ ବିବୃତ୍ତି ଜାରି କରି କହିଛି। […]

Taliban

Madhupriya Mistry
  • Published: Tuesday, 17 August 2021
  • , Updated: 17 August 2021, 02:11 PM IST

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ। କ୍ଷମତାକୁ ଆସିବା ପରେ ଏବେ ତାଲିବାନ ବଡ଼ ଘୋଷଣା କରିଛି। ସରକାରୀ କର୍ମଚାରୀଙ୍କୁ ଦେଇଛି ସର୍ବକ୍ଷମା। ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି।

ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ। ତେଣୁ ତୁମେ ତୁମର ନିତିଦିନିଆ ଜୀବନକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆରମ୍ଭ କରିବା ଉଚିତ ବୋଲି ତାଲିବାନ ଏକ ବିବୃତ୍ତି ଜାରି କରି କହିଛି।

ପୂର୍ବ ଆଫଗାନିସ୍ତାନ ସରକାରଙ୍କ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ଘୋଷଣା କରିବାବେଳେ ତାଲିବାନର ଜଣେ ଅଧିକାରୀ ମହିଳାମାନଙ୍କୁ ତାଙ୍କ ସରକାରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଇସଲାମିକ୍ ଏମିରେଟ୍ସର ସାଂସ୍କୃତିକ ଆୟୋଗର ସଦସ୍ୟ ଏନାମୁଲ୍ଲା ସାମଙ୍ଗାନି ଆଫଗାନିସ୍ତାନ ରାଜ୍ୟ ଟେଲିଭିଜନରେ ଏହି ମନ୍ତବ୍ୟ ଦେଇଛନ୍ତି।

ଏଥିସହ ମହିଳା ଆଙ୍କରମାନଙ୍କୁ ମଧ୍ୟ ନ୍ୟୁଜ୍‌ ପଢ଼ିବାକୁ ସୁବିଧା ଦିଆଯାଇଛି। ଟେଲିଭିଜନରେ ମହିଳାମାନଙ୍କ ଦ୍ୱାରା ନ୍ୟୁଜ ପରିବେଷଣ କରିବାରେ ସେମାନଙ୍କ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତ। ଏହି ଘୋଷଣା ପରେ ଟୋଲ ନ୍ୟୁଜର ମହିଳା ନ୍ୟୁଜ ପ୍ରେଜେଣ୍ଟର ତାଙ୍କ କାମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିବା ପରେ ପୁରା ଦେଶରେ ଏବେ ଭୟର ବାତାରଣ ଜାରି ରହିଛି। ଲୋକେ ତାଲିବାନୀଙ୍କ ବର୍ବରତାରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ଦେଶ ଛାଡୁଛନ୍ତି। ସେହିପରି ମହିଳାମାନେ ଘରୁ ବାହାରକୁ ବହାରିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ନିଜକୁ ଘର ଭିତରେ ବନ୍ଦ କରି ରଖୁଛନ୍ତି।

Related story