ପଞ୍ଜଶିରରେ ଘମାଘୋଟ ଲଢ଼େଇ ଆରମ୍ଭ, ୮ ତାଲିବାନୀ ନିହତ

କାବୁଲ: ଆମେରିକା ସେନା କାବୁଲ ଛାଡ଼ିବା କ୍ଷଣି ରକ୍ତମୁଖା ହୋଇ ଉଠିଛି ତାଲିବାନ। ଆଫାଗନର ଏକ ମାତ୍ର ପ୍ରଦେଶ ପଞ୍ଜଶିର ଏବେ ବି ତାଲିବାନର ପଞ୍ଝା ବାହାରେ ଥିବାରୁ ଏହାକୁ ଦଖଲ କରିବା ପାଇଁ ସଂଗଠନ ଆରମ୍ଭ କରିଛି ପ୍ରୟାସ। ସୋମବାର ରାତିରେ ତାଲିବାନର ଶତାଧିକ ଯୋଦ୍ଧା ପଞ୍ଜଶିର ଉପରେ ହମଲା କରିଛନ୍ତି। ହେଲେ ଏହାକୁ ଦଖଲ କରିବା ତାଲିବାନ ପକ୍ଷରେ ସମ୍ଭବ ହୋଇନାହିଁ। ସେଠାରେ ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା ଅହମଦ ମାସୁଦଙ୍କ […]

Taliban

Taliban

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 03:18 PM IST

Sports

Latest News

କାବୁଲ: ଆମେରିକା ସେନା କାବୁଲ ଛାଡ଼ିବା କ୍ଷଣି ରକ୍ତମୁଖା ହୋଇ ଉଠିଛି ତାଲିବାନ। ଆଫାଗନର ଏକ ମାତ୍ର ପ୍ରଦେଶ ପଞ୍ଜଶିର ଏବେ ବି ତାଲିବାନର ପଞ୍ଝା ବାହାରେ ଥିବାରୁ ଏହାକୁ ଦଖଲ କରିବା ପାଇଁ ସଂଗଠନ ଆରମ୍ଭ କରିଛି ପ୍ରୟାସ। ସୋମବାର ରାତିରେ ତାଲିବାନର ଶତାଧିକ ଯୋଦ୍ଧା ପଞ୍ଜଶିର ଉପରେ ହମଲା କରିଛନ୍ତି।

ହେଲେ ଏହାକୁ ଦଖଲ କରିବା ତାଲିବାନ ପକ୍ଷରେ ସମ୍ଭବ ହୋଇନାହିଁ। ସେଠାରେ ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା ଅହମଦ ମାସୁଦଙ୍କ ନର୍ଦ୍ଦନ ଆଲିୟାନ୍ସ ଆକ୍ରମଣର କଡ଼ା ଜବାବ ଦେଇଛି। ଏବେ ସେଠାରେ ମାସୁଦଙ୍କ ଗ୍ରୁପ୍‌ ଓ ତାଲିବାନୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ଘନଘନ ଗୁଳି ଓ ବୋମା ମାଡ଼ ଯୋଗୁ ପୂରା ଉପତ୍ୟକା ଥରି ଉଠିଛି।

ବର୍ତ୍ତମାନ ସୁଦ୍ଧା ବିରୋଧୀ ଗୋଷ୍ଠୀର ଆକ୍ରମଣରେ ୮ ଜଣ ତାଲିବାନୀ ନିହତ ହୋଇଛନ୍ତି। ସେହିପରି ଉଭୟ ପକ୍ଷର ଶତାଧିକ ସଦସ୍ୟ ଆହତ ହୋଇଛନ୍ତି। ତାଲିବାନକୁ ପଞ୍ଜଶିରରେ ବିରୋଧ କରୁଥିବା ନ୍ୟାଶନାଲ ରିଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଫହିମ ଦାଶିଟ କହିଛନ୍ତି, ପଞ୍ଜଶିରକୁ ଉପତ୍ୟକାର ୱେଷ୍ଟର୍ଣ୍ଣ ପ୍ରବେଶ ପଥରେ ସୋମବାର ବିଳମ୍ବିତ ରାତିରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଥିଲା।

ଏହାର ଜବାବ ମଧ୍ୟ ନ୍ୟାଶନାଲ ରିଜିଷ୍ଟାନ୍ସ ଫୋର୍ସ ପକ୍ଷରୁ ଦିଆଯାଇଛି। ଏହି ଲଢ଼େଇରେ ଉଭୟ ପକ୍ଷର ଅନେକ ସଦସ୍ୟ ଆହତ ହୋଇଛନ୍ତି। ସେହିପରି ତାଲିବାନର ୮ ଜଣ ସଦସ୍ୟ ନିହତ ହୋଇଛନ୍ତି। ସେମାନେ ସମ୍ଭବତଃ ଆମ କ୍ଷମତା ମାପିବାକୁ ଏପରି ଆକ୍ରମଣ କରିଥିଲେ। ଆମେ ମଧ୍ୟ ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିଛୁ ବୋଲି ସେ କହିଛନ୍ତି। ତେବେ ଏହି ଆକ୍ରମଣ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ସହ ପୂରା ଆଫଗାନରେ ନିଜର ବିଜୟ ପତାକା ଉଡ଼ାଇଥିଲା। ତେବେ ସଂଗଠନ ଏଯାଏ ପଞ୍ଜଶିର ଉପରେ ନିଜର କବଜା କରିପାରିନାହିଁ। ଏଠାରେ ତାଲିବାନୀ ବିରୋଧୀ ନେତା ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିୟାନ୍ସ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ରହିଛି।

ତାଲିବାନ ପ୍ରଥମେ ଆଲୋଚନା ଦ୍ୱାରା ପଞ୍ଜଶିର ବିବାଦ ସମାଧାନ କରିବାକୁ ଲକ୍ଷ୍ୟ ରଖିଥିବା କହିଥିଲା। କିନ୍ତୁ ଏବେ ସଂଗଠନ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଛି। ଏଠାରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ରହିଛନ୍ତି। ତାଙ୍କ ସହ ଏଯାଏ ତାଲିବାନ ନିକଟରେ ଆତ୍ମସମର୍ପଣ କରି ନଥିବା ଆଫଗାନ ସୈନ୍ୟମାନେ ପଞ୍ଜଶିରରେ ରହିଛନ୍ତି। ଏମାନେ ମାସୁଦଙ୍କ ସହ ମିଶି ତାଲିବାନ ସହ ଲଢ଼େଇ କରିବାକୁ ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos