ଭୟରେ ଥରୁଛି ଆଫଗାନିସ୍ତାନ, ପାର୍କରେ ମଉଜ କରୁଛନ୍ତି ତାଲିବାନୀ

କାବୁଲ: ଗୋଟିଏ ପଟେ ଭୟ। ଆଉ ଗୋଟିଏ ପଟେ ଚାଲିଛି ମଉଜମସ୍ତି। ଭୟରେ ଥରହର ହୋଇଛନ୍ତି ଆଫଗାନିସ୍ତାନ ନଗରିକ। ସେପଟେ କିନ୍ତୁ ତାଲିବାନ ସଦସ୍ୟମାନେ ପାର୍କରେ କରୁଛନ୍ତି ମସ୍ତି। ଦୋଳି ଝୁଲିବା ସାଙ୍ଗକୁ ପାର୍କରେ ବୁଲିବାର ନେଉଛନ୍ତି ମଜା। ଆଫଗାନିସ୍ତାନ ଦଖଲ କରିବାର ଦିନକ ପରେ ତାଲିବାନ ସଦସ୍ୟମାନଙ୍କ ଏଭଳି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଆଫଗାନିସ୍ତନ ଦଖଳ ପରେ ସେଠାରେ ଆରମ୍ଭ ହୋଇଛି ତାଲିବାନୀ ଶାସନ। ସାମ୍ନାକୁ ଆସିଥିବା ଭିଡିଓକୁ […]

taliban soiders Fun in park

Madhupriya Mistry
  • Published: Tuesday, 17 August 2021
  • , Updated: 17 August 2021, 01:09 PM IST

କାବୁଲ: ଗୋଟିଏ ପଟେ ଭୟ। ଆଉ ଗୋଟିଏ ପଟେ ଚାଲିଛି ମଉଜମସ୍ତି। ଭୟରେ ଥରହର ହୋଇଛନ୍ତି ଆଫଗାନିସ୍ତାନ ନଗରିକ। ସେପଟେ କିନ୍ତୁ ତାଲିବାନ ସଦସ୍ୟମାନେ ପାର୍କରେ କରୁଛନ୍ତି ମସ୍ତି। ଦୋଳି ଝୁଲିବା ସାଙ୍ଗକୁ ପାର୍କରେ ବୁଲିବାର ନେଉଛନ୍ତି ମଜା। ଆଫଗାନିସ୍ତାନ ଦଖଲ କରିବାର ଦିନକ ପରେ ତାଲିବାନ ସଦସ୍ୟମାନଙ୍କ ଏଭଳି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତନ ଦଖଳ ପରେ ସେଠାରେ ଆରମ୍ଭ ହୋଇଛି ତାଲିବାନୀ ଶାସନ। ସାମ୍ନାକୁ ଆସିଥିବା ଭିଡିଓକୁ ଦେଖିଲେ ଲାଗୁଛି ଯେ ତାଲିବାନ ସଦସ୍ୟମାନେ କେତେ ନିଷ୍ଠୁର। ଦେଶକୁ ପୂରା ଦଖଲ କରିନେଇଥିବା ଖୁସିରେ ତାଲିବାନ ସୈନିକମାନେ ମଜା କରୁଛନ୍ତି।  ପୁରୁଷମାନେ ଏକାଠି ହୋଇ କେଉଁଠି ମଲରେ ଗାଡି ଚଲାଉଛନ୍ତି ତ ଆଉ କେଉଁଠି ପାର୍କରେ କରୁଛନ୍ତି ମସ୍ତି। ତାଲିବାନ ସୈନିକମାନେ ହତିଆର ଧରି ଚଳାଛନ୍ତି ଇେଲକ୍‌ଟ୍ରିକ ବମ୍ପର କାର୍‌। କିଏ ଦୋଳିରେ ଝୁଲୁଛି ତ ଆଉ କିଏ ପାର୍କରେ ଘୋଡା ଚଢ଼ୁଛି। ଏଭଳି କିଛି ଦେଖିବାକୁ ମିଳିଛି ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ। ଯାହା ଆଫଗାନିସ୍ତାନ ନାଗରିକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି।

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଦୈନିକ ଛାତିଥରା ଭିଡିଓ ସାମ୍ନାକୁ ଆସୁଛି। ତାଲିବାନର ଆଗମନରେ ଲୋକେ ଏତେ ଭୟଭୀତ ଯେ, ଦେଶ ଛାଡି ପଳାଉଛନ୍ତି। କେତେବେଳେ ବିମାନର ଟାୟାରରୁ ଝୁଲି ପ୍ରାଣ ଚାଲିଯାଉଛି, ତ ଆଉ କେତେବେଳେ ବିମାନବନ୍ଦରରେ ଦଳାଚକଟାରେ ପ୍ରାଣ ହରାଉଛନ୍ତି।

ସୂଚନା ମୁତାବକ ଦେଶ ଛାଡି ପଳାଇ ଯାଉଥିବା ଅଧିକାଂଶ ନାଗରିକଙ୍କ ମଧ୍ୟରେ ଆଫଗାନିସ୍ତାନରେ ଆମରିକାର ସରକାରଙ୍କୁ ସହାୟତା କରୁଥିବା ଲୋକ ସାମିଲ ଅଛନ୍ତି। ତାଲିବାନ ଦେଶକୁ କବ୍‌ଜା କରିବା ପରେ ଏବେ କେବଳ ଗୋଟିଏ ଭୟ ତାଲିବାନୀ ଶାସନର। ଲୋକଙ୍କ ଠାରୁ ସେମାନଙ୍କ ସ୍ୱାଧୀନତା ଛଡାଇ ନିଆଯିବ। ସେମାନଙ୍କ ପାଖରେ ଆଉ କୌଣସି ସ୍ୱାଧୀନତା ରହିବ ନାହିଁ। ଏହି ଭୟ ଏବେ ଆଫଗାନିସ୍ତାନ ନାଗରିକଙ୍କ ଚିନ୍ତା ବଢ଼ାଇ ଦେଇଛି।

https://twitter.com/HamidShalizi/status/1427341653916983305?s=20

https://twitter.com/HamidShalizi/status/1427348052491264004?s=20

Related story