ହାଜରା ସଂପ୍ରଦାୟର ୧୪ ଜଣଙ୍କୁ ଗୁଳି କରି ହତ୍ୟା କଲା ତାଲିବାନ

କାବୁଲ: ପୁଣିଥରେ ରକ୍ତମୁଖା ହୋଇ ଉଠିଛି ତାଲିବାନ। ସଂଗଠନର ସଦସ୍ୟମାନେ ଆଜି ଆଫଗାନର ସଂଖ୍ୟାଲଘୁ ହାଜରା ସଂପ୍ରଦାୟର ୧୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆଫଗାନିସ୍ତାନର ଡେକୁଣ୍ଡି ପ୍ରଦେଶର ଖାଦ୍ରୀ ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଆଫଗାନ ସୈନ୍ୟ ଥିବା ବେଳେ ୨ ଜଣ ସାଧାରଣ ନାଗରିକ ରହିଛନ୍ତି। ତାଲିବାନ ଆଫଗାନ ଦଖଲ କରିବା ପରେ ଏହି ସୈନ୍ୟମାନେ ସଂଗଠନ ନିକଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଆଜି ସେମାନଙ୍କୁ ସର୍ବସମ୍ମୁଖରେ ଗୁଳି […]

Taliban2

Hemant Lenka
  • Published: Monday, 30 August 2021
  • , Updated: 30 August 2021, 10:39 PM IST

କାବୁଲ: ପୁଣିଥରେ ରକ୍ତମୁଖା ହୋଇ ଉଠିଛି ତାଲିବାନ। ସଂଗଠନର ସଦସ୍ୟମାନେ ଆଜି ଆଫଗାନର ସଂଖ୍ୟାଲଘୁ ହାଜରା ସଂପ୍ରଦାୟର ୧୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆଫଗାନିସ୍ତାନର ଡେକୁଣ୍ଡି ପ୍ରଦେଶର ଖାଦ୍ରୀ ଜିଲ୍ଲାରେ ଏପରି ଘଟଣା ଘଟିଛି।

ମୃତକଙ୍କ ମଧ୍ୟରେ ୧୨ ଜଣ ଆଫଗାନ ସୈନ୍ୟ ଥିବା ବେଳେ ୨ ଜଣ ସାଧାରଣ ନାଗରିକ ରହିଛନ୍ତି। ତାଲିବାନ ଆଫଗାନ ଦଖଲ କରିବା ପରେ ଏହି ସୈନ୍ୟମାନେ ସଂଗଠନ ନିକଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଆଜି ସେମାନଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି।

ଜୁଲାଇ ମାସରେ ମଧ୍ୟ ଘଜିନ ପ୍ରଦେଶରେ ହାଜରା ସଂପ୍ରଦାୟର ୯ ଜଣଙ୍କୁ ତାଲିବାନୀମାନେ ଅକଥନୀୟ ନିର୍ଯାତନା ଦେବା ପରେ ସେମାନଙ୍କୁ ସର୍ବସମ୍ମୁଖରେ ହତ୍ୟା କରିଥିଲେ। ସେହିପରି ସେମାନଙ୍କ ଘର ଭାଙ୍ଗି ଲୁଟପାତ କରିଥିଲେ। ଏବେ ବି ପୁଣିଥରେ ତାଲିବାନ ହାଜରା ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଛନ୍ତି।

ତାଲିବାନ ଆଫଗାନ ଦଖଲ କରିବା ପରେ ସର୍ବକ୍ଷମା ଘୋଷଣା କରିଥିଲେ। ଏଥିସହ ସବୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବେ ବୋଲି ଦମ୍ଭୋକ୍ତି କରିଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ଏବେ ତାଲିବାନୀମାନେ ଆତ୍ମସମର୍ପଣ କରିଥିବା ଯବାନଙ୍କୁ ମଧ୍ୟ ହତ୍ୟା କରିବା ଆରମ୍ଭ କରିଛନ୍ତି।

Related story