ଅଖୁଣ୍ଡଜାଦା ହେବେ ତାଲିବାନ ସରକାରର ମୁଖ୍ୟ, ବରାଦରଙ୍କୁ ମିଳିବ ଏହି ଦାୟିତ୍ୱ

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ଆମେରିକା ସେନା ଦେଶ ଛାଡ଼ିବା ପରେ ଶେଷରେ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି ତାଲିବାନ। ତାଲିବାନ ଓ ଆଫଗାନର ଅନ୍ୟ ରାଜନୀତିକ ନେତାମାନେ ମିଳିତ ଭାବେ ଆଲୋଚନା କରି, କାହାକୁ କେଉଁ କ୍ଷମତା ମିଳିବ ତା’ର ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନରେ ହେବାକୁ ଥିବା ନୂଆ ଓ କ୍ୟାବନେଟ ସଂପୂର୍ଣ୍ଣ ଭାବେ ସଂଗଠନର ଆଧ୍ୟାତ୍ମିକ କମାଣ୍ଡରଙ୍କ ହାତରେ ରହିବ। ତାଲିବାନର ସୁପ୍ରିମ କମାଣ୍ଡର ହୈବାତୁଲ୍ଲା ଅଖୁଣ୍ଡଜାନା ହିଁ ଆଫଗାନରେ […]

Bardar

Hemant Lenka
  • Published: Wednesday, 01 September 2021
  • , Updated: 01 September 2021, 07:05 PM IST

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ଆମେରିକା ସେନା ଦେଶ ଛାଡ଼ିବା ପରେ ଶେଷରେ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି ତାଲିବାନ। ତାଲିବାନ ଓ ଆଫଗାନର ଅନ୍ୟ ରାଜନୀତିକ ନେତାମାନେ ମିଳିତ ଭାବେ ଆଲୋଚନା କରି, କାହାକୁ କେଉଁ କ୍ଷମତା ମିଳିବ ତା’ର ନିଷ୍ପତ୍ତି ନେଇଛନ୍ତି।

ଆଫଗାନିସ୍ତାନରେ ହେବାକୁ ଥିବା ନୂଆ ଓ କ୍ୟାବନେଟ ସଂପୂର୍ଣ୍ଣ ଭାବେ ସଂଗଠନର ଆଧ୍ୟାତ୍ମିକ କମାଣ୍ଡରଙ୍କ ହାତରେ ରହିବ। ତାଲିବାନର ସୁପ୍ରିମ କମାଣ୍ଡର ହୈବାତୁଲ୍ଲା ଅଖୁଣ୍ଡଜାନା ହିଁ ଆଫଗାନରେ ଗଠନ ହେବାକୁ ଥିବା ସରକାରର ମୁଖ୍ୟ ହେବେ। ଆଜି ସଂଗଠନ ତାଙ୍କ ନାଁ ଉପରେ ମୋହର ମାରିଛି। ତାଙ୍କ ନେତୃତ୍ୱରେ ଆଫଗାନରେ ତାଲିବାନ ସରକାର ଚାଲିବ।

ତାଲିବାନର ସାଂସ୍କୃତିକ କମିଶନ ବିଲାଲ କରିମ ନୂଆ ସରକାର ଗଠନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଫଗାନିସ୍ତାନରେ ଯେକୌଣସି ସରକାରୀ ପରିଷଦ ଗଠନ ହେବ, ତା’ର ନେତୃତ୍ୱ ସୁପ୍ରିମ କମାଣ୍ଡର ହୈବାତୁଲ୍ଲା ଅଖୁଣ୍ଡଜାଦା ନେବେ। ତାଲିବାନର ମୁଖ୍ୟ ଚେହେରା କୁହାଯାଉଥିବା ମୁଲ୍ଲା ଅବଦୁଲ ଘନି ବରାଦର ସରକାରଙ୍କ ଦୈନିକ କାର୍ଯ୍ୟ ସମ୍ଭାଳିବେ। ତାଙ୍କ ନେତୃତ୍ୱରେ ଆଫଗାନରେ ତାଲିବାନ ପ୍ରତିଦିନ ନିଜର କାର୍ଯ୍ୟକଳାପ କରିବ।

ଇସଲାମିକ ଏମିରେଟ ଭିତରେ ଥିବା ନେତା, ପୂର୍ବ ସରକାରରେ ଥିବା ନେତା ଓ ଅନ୍ୟ ପ୍ରଭାବଶାଳୀ ନେତାଙ୍କୁ ନେଇ ଆଫଗାନରେ ସରକାର ଗଠନ ପାଇଁ ଚାଲିଥିବା ଆଲୋଚନା ବର୍ତ୍ତମାନ ଶେଷ ହୋଇଛି। ସର୍ବସମ୍ମତିକ୍ରମେ ସରକାରରେ କାମ କରୀବାକୁ ଥିବା ଲୋକଙ୍କ ନାଁରେ ମୋହର ମରାଯାଇଛି। ଆଉ ମାତ୍ର କିଛି ଦିନ ମଧ୍ୟରେ ସରକାରରେ ସାମିଲ ହେବାକୁ ଥିବା ନେତାମାନଙ୍କ ନାଁ ଘୋଷଣା କରାଯିବ ବୋଲି କରିମ କହିଛନ୍ତି।

ତାଲିବାନ ଅଗଷ୍ଟ ୧୫ରୁ କାବୁଲ ଦଖଲ କରିଥିଲେ ହେଁ ସରକାର ଗଠନ ପାଇଁ ବିଧିବଦ୍ଧ ଘୋଷଣା ଏଯାଏ କରି ନଥିଲା। ଆମେରିକା ସେନାର ସଂପୂର୍ଣ୍ଣ ପ୍ରତ୍ୟାହାରକୁ ସଂଗଠନ ଅପେକ୍ଷା କରି ବସିଥିଲା। ସୋମବାର ବିଳମ୍ବିତ ରାତିରେ ଆମେରିକାର ସେନା ଆଫଗାନ ଛାଡ଼ିବା ପରେ ଏବେ ତାଲିବାନ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ କରିଛି।

ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବାରୁ ଖୁବଶୀଘ୍ର ଅଖୁଣ୍ଡଜାଦା ଓ ବରାଦର କାବୁଲରେ ପହଞ୍ଚି ସମସ୍ତଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଅଖୁଣ୍ଡଜାଦା କାନ୍ଦାହାରରେ ରହିଛନ୍ତି।

ତାଲିତବାନ ସରକାର ମୁଖ୍ୟ ହେବାକୁ ଯାଉଥିବା ଅଖୁଣ୍ଡଜାଦା ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଏବେ ସଂଗଠନର ସୁପ୍ରିମ କମାଣ୍ଡର୍‌। ୨୦୧୬ରେ ଆମେରିକାର ଡ୍ରୋନ ଷ୍ଟ୍ରାଇକ୍‌ରେ ତାଲିବାନର ସୁପ୍ରିମ କମାଣ୍ଡର୍‌ ନିହତ ହେବା ପରେ ଅଖୁଣ୍ଡଜାଦା ସଂଗଠନର ଦାୟିତ୍ୱ ନେଇଥିଲେ।

ସେ ସାମରିକ କମାଣ୍ଡର ଅପେକ୍ଷା ଜଣେ ଧାର୍ମିକ ନେତାଭାବେ ବେଶ ଜଣାଶୁଣା। ତାଲିବାନର ସୁପ୍ରିମ କମାଣ୍ଡର ହେବା ପରେ ତାଙ୍କୁ ସର୍ବସାଧାରଣରେ ଆଦୌ ଦେଖିବାକୁ ମିଳିନାହିଁ। ତାଙ୍କ ବିଷୟରେ ବହୁତ କମ ତଥ୍ୟ ସାମ୍ନାକୁ ଆସିଛି। କେବଳ ତାଙ୍କର କିଛି ପୁରୁଣା ଫଟୋ ଇଣ୍ଟରନେଟରେ ରହିଛି। ଶେଷଥର ପାଇଁ ସେ ମେ’ ମାସରେ ଇଦ୍‌ ଉଲ ଫିତର ବେଳେ ନିଜର ବିବୃତି ଜାରି କରିଥିଲେ।

ଅନ୍ୟପକ୍ଷରେ ତାଲିବାନର ପ୍ରକୃତ ଚେହେରା ହିଁ ସଂଗଠନର ଡେପୁଟି ଲିଡର ଅବଦୁଲ ଘନି ବରାଦର। ତାଲିବାନ ଆଫଗାନ ଦଖଲ କରିଥିବାରୁ ସେ ହିଁ ଏଠାରେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଥିଲା। ସେ ଅଲକାଏଦା ଆତଙ୍କୀ ଓସାମା ବିନ ଲାଡେନ ଓ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ଘନିଷ୍ଠ ସହଯୋଗୀ।

ସେ ତାଲିବାନର ସହ ପ୍ରତିଷ୍ଠାତା ମଧ୍ୟ। ୨୦୧୦ରେ ତାଙ୍କୁ ପାକିସ୍ତାନର କରାଚିରୁ ଗିରଫ କରାଯାଇଥିଲା। ଆମେରିକା ଗୁଇନ୍ଦା ସଂସ୍ଥା ଜରିଆରେ ସେ କାବୁ ହୋଇଥିଲେ। କିନ୍ତୁ ୨୦୧୮ରେ ଟ୍ରମ୍ପ ପ୍ରଶାସନ ସହ ତାଲିବାନ ଆରମ୍ଭ କରିଥିବା ଶାନ୍ତି ଆଲୋଚନା ବେଳେ ବରାଦର ପାକିସ୍ତାନ ଜେଲରୁ ଖଲାସ ହୋଇଥିଲେ। ବରାଦର ଦୋହାରେ ରହି ତାଲିବାନ ନେଟୱର୍କକୁ ପରିଚାଳନା କରୁଥିଲେ। ତାଲିବାନ କାବୁଲ ଦଖଲ ପରେ ସେ ଆଫଗାନିସ୍ତାନ ଆସିଛନ୍ତି।

Related story