ଅଟକିଲା ତାଲିବାନର ସରକାର ଗଠନ ପ୍ରକ୍ରିୟା, କାଲିକୁ ଅପେକ୍ଷା

କାବୁଲ: ସରକାର ଗଠନ ପାଇଁ ଆଜି ପୂରା କାବୁଲରେ ହୋର୍ଡିଂ ଲଗାଯାଇଥିଲା। କାନ୍ଥରେ ତାଲିବାନ ସରକାର ଗଠନ କରିବ ବୋଲି ନାରା ମଧ୍ୟ ଲେଖାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସରକାର ଗଠନର ଘୋଷଣା ଉପରେ ରୋକ ଲାଗି ଯାଇଛି। କାହିଁକି ଘୋଷଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା, ସେକଥା କୁହାଯାଇ ନାହିଁ। କିନ୍ତୁ ଆସନ୍ତାକାଲି ତାଲିବାନ ସରକାରର ନୂଆ କ୍ୟାବିନେଟ ସମ୍ପର୍କ ଘୋଷଣା କରାଯିବ। ଏ ସମ୍ପର୍କ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ମୁଜାହିଦ କହିଛନ୍ତି, […]

Taliban2

Hemant Lenka
  • Published: Friday, 03 September 2021
  • , Updated: 03 September 2021, 08:15 PM IST

କାବୁଲ: ସରକାର ଗଠନ ପାଇଁ ଆଜି ପୂରା କାବୁଲରେ ହୋର୍ଡିଂ ଲଗାଯାଇଥିଲା। କାନ୍ଥରେ ତାଲିବାନ ସରକାର ଗଠନ କରିବ ବୋଲି ନାରା ମଧ୍ୟ ଲେଖାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସରକାର ଗଠନର ଘୋଷଣା ଉପରେ ରୋକ ଲାଗି ଯାଇଛି। କାହିଁକି ଘୋଷଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା, ସେକଥା କୁହାଯାଇ ନାହିଁ।

କିନ୍ତୁ ଆସନ୍ତାକାଲି ତାଲିବାନ ସରକାରର ନୂଆ କ୍ୟାବିନେଟ ସମ୍ପର୍କ ଘୋଷଣା କରାଯିବ। ଏ ସମ୍ପର୍କ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ମୁଜାହିଦ କହିଛନ୍ତି, ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୪ରେ ଆଫଗାନରେ ତାଲିବାନ ନୂଆ ସରକାର ଗଠନ କରିବ। କତାରରେ ଦୋହାରେ ଥିବା ତାଲିବାନର ରାଜନୀତିକ ଅଫିସର ଅଧ୍ୟକ୍ଷ ମୁଲ୍ଲା ଅବଦୁଲ ଘନି ବରାଦର ତାଲିବାନ ସରକାର ମୁଖ୍ୟ ହେବେ ବୋଲି ମୁଜାହିଦ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ବରାଦର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିପାରନ୍ତି। କିନ୍ତୁ ତାଙ୍କ ଉପରେ ତାଲିବାନର ସୁପ୍ରିମ ଲିଡର ମୁଲ୍ଲା ହୈବତୁଲ୍ଲା ଅଖଣ୍ଡୁଜାଦା ହିଁ ରହିବେ। ତାଙ୍କ ଅଧୀନରେ ବରାଦର କାମ କରିବେ। ସେହିପରି ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ବରିଷ୍ଠ ନେତା ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବେ ବୋଲି ଜଣାପଡ଼ିଛି।

Related story